ପ୍ରମୂଖ ଖବର
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଅଁଳାରେ ରହିଛି ଅନେକ ଔଷଧୀୟ ଗୁଣ, ଖାଇଲେ ମିଳିବ ଏହିସବୁ ଫାଇଦା

ଅନେକ ଔଷଧୀୟ ଗୁଣ ରହିଛି ଅଁଳା। ଏହାକୁ ଖାଇଲେ ଦୂର ହୋଇଥାଏ ଅନେକ ରୋଗ । ଖାସ କରି ମଧୁମେହ ରୋଗୀଙ୍କ ପାଇଁ ଉତ୍ତମ ।ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ସି,ପ୍ରୋଟିନ,ଫାଇବର, କ୍ୟାଲେସିୟମ, ପୋଟାସିୟମ ଓ ଆଇରନ ଭଳି ପୋଷକ ତତ୍ତ୍ବ ରହିଥାଏ । ଅଁଳା ତ୍ବଚା ଓ କେଶ ଲାଗି ମଧ୍ୟ ଲାଭଦାୟକ । ପ୍ରତିଦିନ ଅଁଳା ଖାଇବାଦ୍ବାରା ଚେହେରାରେ ଚମକ ଆସିବା ସହ ବ୍ରଣ ସମସ୍ୟା କମିଥାଏ । କେଶ ଝଡିବା କମ୍ ହୁଏ  ତେବେ ଆସନ୍ତୁ ଜାଣିବା ଅଁଳା ଖାଇବାଦ୍ବାରା କେଉଁସବୁ ଫାଇଦା ମିଳିଥାଏ। ତେବେ ଅଁଳାରେ ଥିବା ଆଣ୍ଟିଅକ୍ସିଡାଣ୍ଟ  ଅକ୍ସିଡେଟିଭ ଷ୍ଟ୍ରେସ୍ ଓ ପ୍ରଦାହ କମ୍ କରି ହୃଦୟ ସ୍ବାସ୍ଥ୍ୟ ଭଲ ରଖେ । ଏହା ରକ୍ତରେ କୋଲେଷ୍ଟ୍ରଲ ସ୍ତର ହ୍ରାସ କରିବାରେ ସାହାଯ୍ୟ କରେ । ଯାହାକି ହୃଦୟ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ପ୍ରତିଦିନ ଅଁଳା ସେବନ ଦ୍ବାରା ହୃଦଜନିତ ରୋଗ ଆଶଙ୍କା କମିଥାଏ ।  

ସେହିପରି ଭିଟାମିନ ସିରେ ଭରପୂର ଅଁଳା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧିରେ ସାହାଯ୍ୟ କରେ । ଭିଟାମିନ ସି ଏକ ଜରୁରୀ ପୋଷକ ତତ୍ତ୍ବ ଯାହା ପ୍ରତିରକ୍ଷା ପ୍ରଣାଳୀ ମଜଭୁତ କରେ ଏବଂ ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ରୂପେ କାମ କରେ । ଏହା ବିଭିନ୍ନ ରୋଗ ଓ ଋତୁକାଳୀନ ସଂକ୍ରମଣରୁ ସୁରକ୍ଷା ଦିଏ ।  ଅଁଳା ସ୍ବାସ୍ଥ୍ୟ ସହିତ ଆମର ଚେହେରା ଓ କେଶ ପାଇଁ ମଧ୍ୟ ଲାଭଦାୟକ । ଏଥିରେ ଥିବା ଆଣ୍ଟି-ଏଜିଂ ଗୁଣ ବୟସ ବଢିବାର ଲକ୍ଷଣ କମ୍ କରିଥାଏ । ଆଣ୍ଟିଅକ୍ସିଡାଣ୍ଟ ଗୁଣ ତ୍ବଚାକୁ ସୁସ୍ଥ ଓ ଚମକଦାର କରିଥାଏ । ଯାହା ବ୍ରଣ ସମସ୍ୟା ଦୂର କରେ । ସେହିପରି ଅଁଳା ଖାଇବା ଦ୍ବାରା କେଶ ଘନ, କଳା ଓ ଲମ୍ବା ହୋଇଥାଏ । ଏଥିରେ ରହିଥିବା ପୋଷକ ତତ୍ତ୍ବ କେଶର ମୂଳକୁ ପୋଷଣ ଯୋଗାଇ ଏହାକୁ ମଜଭୁତ କରିଥାଏ । ଏଥିସହ ବ୍ଲଡ ସୁଗାର ସ୍ତର ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ । ଏଥିରେ ଥିବା ପଲିଫେନୋଲ୍ସ ଇନସୁଲିନ ତିଆରି ପ୍ରକ୍ରିୟାକୁ ଉନ୍ନତ କରେ ଓ ରକ୍ତରେ ଶର୍କରା ବା ସୁଗାର ସ୍ତର କମ୍ କରେ । ଯାହାକି ମଧୁମେହ ରୋଗୀଙ୍କ ପାଇଁ ଉପଯୋଗୀ ।

ଏଥିସହ ଅଁଳାରେ ଭିଟାମିନ ସି, କ୍ବିରସେଟିନ ଓ ଏଲାଜିକ ଏସିଡ ଥାଏ ଯାହା ପ୍ରଦାହ ହ୍ରାସ କରି କ୍ୟାନ୍ସର ରୋକିବାରେ ସାହାଯ୍ୟ କରିପାରେ । ଅଁଳାରେ ପ୍ରଚୁର ଆଣ୍ଟିଅକ୍ଟିଡାଣ୍ଟ ଓ ଭିଟାମିନ ସି ରହିଥିବାରୁ ଏହା ମେଟାବୋଲିଜିମ ଠିକ୍ ରଖେ । ଏଥିସହ ଋତୁକାଳୀନ ସଂକ୍ରମଣ ତଥା ବ୍ୟାକ୍ଟେରିଆ ଜନିତ ରୋଗଗୁଡିକୁ ରୋକିବାରେ ସହାୟକ ହୁଏ । ପାଚନ ପ୍ରକ୍ରିୟା ମଧ୍ୟ ଠିକ୍ ରଖିଥାଏ । ଶରୀରରେ ବ୍ଲଡ ସୁଗାର ସ୍ତର ନିୟନ୍ତ୍ରଣ କରିବାରେ କାମ କରେ । ସେଥିପାଇଁ ମଧୁମେହ ରୋଗୀ ଅଁଳା ଖାଇବା ଉଚିତ୍ । ଅଁଳା ଖାଇବାଦ୍ବାରା ରକ୍ତ ସଫା ହୁଏ । ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ଯାହାଫଳରେ ମୁହଁରେ ବ୍ରଣ ସମସ୍ୟାରୁ ମୁକ୍ତି ମିଳେ ଓ ତ୍ବଚାରେ ଚମକ ଆସେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.