ପ୍ରମୂଖ ଖବର
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ପୁରୁଷଙ୍କ କ୍ଷେତ୍ରରେ ସ୍ତନ କର୍କଟର ସୁସ୍ଥହାର ଅଧିକ

ପୁରୁଷଙ୍କଠାରେ ମଧ୍ୟ ମହିଳାଙ୍କ ପରି ସ୍ତନ କର୍କଟର ଆଶଙ୍କା ରହିଥାଏ । ପୁରୁଷଙ୍କ ସ୍ତନରେ ଥିବା ଟିସୁ ବଢିବା ଦ୍ୱାରା କର୍କଟ କୋଷିକାର ବିକାଶ ହୋଇଥାଏ । ଅବଶ୍ୟ ପୁରୁଷଙ୍କଠାରେ ମହିଳାଙ୍କ ତୁଳନାରେ ସ୍ତନ କର୍କଟର ଆଶଙ୍କା କମ୍‌ । ମହିଳାଙ୍କୁ କର୍କଟ ହେଲେ ସର୍ଜରୀ ପରେ କୋମୋ ଥେରାପୀ ଜରୁରି, କିନ୍ତୁ ପୁରୁଷଙ୍କଠାରେ ସ୍ତନ କର୍କଟରେ ପ୍ରାୟ ସମୟରେ କେମୋ ଦରକାର ହୁଏନି । ଏହି କର୍କଟରେ ପୁରୁଷଙ୍କର ସୁସ୍ଥ ହାର ଅଧିକ । ଚାଲନ୍ତୁ ଜାଣିବା ପୁରୁଷଙ୍କ ସ୍ତନ କର୍କଟ ବିଷୟରେ...

କର୍କଟର ଲକ୍ଷଣ

ଖରାପ ଜୀବନଶୈଳୀ, ଅସନ୍ତୁଳିତ ଖାଦ୍ୟପାନୀୟ, ବଂଶାନୁକ୍ରମିକ, କେମିକାଲ୍‌ ସହ ଜଡ଼ିତ କର୍ମକ୍ଷେତ୍ର କାର୍ଯ୍ୟରତ ବ୍ୟକ୍ତି ଓ କ୍ରୋମୋଜୋମ୍‌ର ମାତ୍ରା ଅଧିକ ହେବା ମଧ୍ୟ ସ୍ତନ କର୍କଟର ଅନ୍ୟତମ କାରଣ ହୋଇପାରେ । ଏହାବ୍ୟତୀତ ଅନ୍ୟାନ୍ୟ କାରଣ ମଧ୍ୟ ରହିଛି । ସ୍ତନ କର୍କଟ ଆରମ୍ଭରୁ ଲକ୍ଷଣକୁ ଚିହ୍ନି ଏହାର ଚିକିତ୍ସା କରିବା ଦ୍ୱାରା ସମସ୍ୟାକୁ ଦୂର କରାଯାଇପାରିବ । ପୁରୁଷଙ୍କ ସ୍ତନ କର୍କଟର ପ୍ରମୁଖ ଲକ୍ଷଣଗୁଡିକ ପ୍ରାୟତଃ ମହିଳାମାନଙ୍କ ଲକ୍ଷଣ ସହ ସମାନ ରହିଥାଏ । 

ଲକ୍ଷଣ

ପୁରୁଷଙ୍କ ସ୍ତନରେ କମ୍‌ ଟିସୁ ଥିବାର ଏହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଜାଣିବା ସହଜ ହୁଏନା । ଆଉ ଅନେକ ସମୟରେ ବିଭିନ୍ନ ପରିବର୍ତ୍ତନ ଜଣାପଡିଲେ ମଧ୍ୟ ଲଜ୍ଜା କାରଣରୁ ପୁରୁଷମାନେ ଡାକ୍ତର ଚିକିତ୍ସା କରାଇ ନଥାନ୍ତି । ତେଣୁ ପ୍ରାୟ ପୁରୁଷ ସ୍ତନ କର୍କଟରେ ଆକ୍ରାନ୍ତ ହେବାର ତୃତୀୟ ବା ଚତୁର୍ଥ ସେପାନାରେ ହିଁ ଚିକିତ୍ସା କରାଇଥାନ୍ତି।

  • ସ୍ତନରେ ଗୋଟାଳିଆ ଲାଗିବା
  • ସ୍ତନର ଆଖପାଖ ମାଂସପେଶୀ ଦରଜ ଲାଗିବା
  • ଚର୍ମର ରଙ୍ଗରେ ପରିବର୍ତ୍ତନ
  • ସ୍ତନରୁ ଡିଚାର୍ଜ ହେବା
  • ସ୍ତନ ଆଖପାଖରେ ରାସେସ୍‌ ହେବା
  • ସ୍ତନରୁ ରକ୍ତ ବାହାରିବା
  • ସ୍ତନର ଯନ୍ତ୍ରଣା ହେବା

ଏସବୁ ଲକ୍ଷଣ ପରେ ପୁରୁଷଙ୍କ ସ୍ତନ କର୍କଟରେ ଅନ୍ୟ କେତେକ ଲକ୍ଷଣ ଦେଖିବାକୁ ମିଳିଥାଏ । ଲକ୍ଷଣ ଦେଖା ଦେଲେ ଏମ୍‌ଆର୍‌ଆଇ ଓ ଅଲଟ୍ରାସାଉଣ୍ଡ କରାଇ ନେବା ସହ ବାୟୋପ୍ସି ପରୀକ୍ଷା କରାଇବା ଉଚିତ୍‌ । ଯଦି ବେଶି ଡେରି ହୋଇଯାଏ, ତେବେ କାଖ ଓ ବେକରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ । 

କେମିତି କରିବେ ପ୍ରତିକାର

ସ୍ତନ କର୍କଟର ୪ଟି ସୋପାନ ରହିଥାଏ । ଏହା ଶରୀରରେ ୪ଟି ସୋପାନ ଦେଇ ବିକଶିତହୋଇଥାଏ  । ପ୍ରଥମ ସୋପାନରେ ଯଦି ରୋଗକୁ ଚିହ୍ନଟ କରି ଚିକିତ୍ସା ଆରମ୍ଭ କରାଯାଏ, ତେବେ ରୋଗ ମୁକ୍ତ ହେବାର ସମ୍ଭାବନା ବହୁତ ରହିଛି । ଆରମ୍ଭରୁ ସ୍ତନ ପାଖରେ କୌଣସି ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ୍‌ । ଯଦି ପରିବାରରେ କାହାକୁ ସ୍ତନ କର୍କଟ ହୋଇଥାଏ, ତେବେ ପୂର୍ବରୁ ସତର୍କ ରହିବା ଉଚିତ୍‌ । ସ୍ତନ କର୍କଟରୁ ରକ୍ଷା ପାଇବା ପାଇଁ ହେଲେ ମଦ୍ୟପାନଠାରୁ ଦୂରେଇ ରହିବା ଜରୁରି । ଏହାବ୍ୟତୀତ ଓଜନକୁ ନିୟନ୍ତ୍ରିତ ରଖିବା ମଧ୍ୟ ଆବଶ୍ୟକ । 

ସ୍ତନ କର୍କଟ ସହ ଯୋଡ଼ି ହୋଇଥିବା ଭ୍ରାନ୍ତ

ସ୍ତନ କର୍କଟକୁ ନେଇ କେତେକ ଅନ୍ଧବିଶ୍ୱାସ ରହିଛି, ଯାହାର କୌଣସି ସତ୍ୟତା ନାହିଁ । ତେଣୁ ଏହାକୁ ଗୁରୁତ୍ୱ ନ ଦେଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । 

ଭ୍ରାନ୍ତ-ପରିବାରରେ କର୍କଟ ଇତିହାସ ନଥିଲେ ଏହା ହେବନାହିଁ । 

ସତ- ଏହାର କୌଣସି ସତ୍ୟତା ନାହିଁ । କାରଣ ଅଧିକାଂଶ ସ୍ତନ କର୍କଟ ରୋଗୀଙ୍କର କୌଣସି ପାରିବାରିକ ଇତିହାସ ନଥାଏ । 

ଭ୍ରାନ୍ତ- ଓଜନକୁ ନିୟନ୍ତ୍ରଣ ରଖିବା, ବ୍ୟାୟାମ କରିବା ଓ ସ୍ୱାସ୍ଥ୍ୟକର ଖାଦ୍ୟ ଖାଉଥିବା ଲୋକମାନେ ସ୍ତନ କର୍କଟକୁ ଭୟ କରିବା ଅନୁଚିତ୍‌ । 

ସତ- ଏସବୁ କର୍କଟକୁ ନିୟନ୍ତ୍ରିତ କରିଥାଏ, କିନ୍ତୁ କର୍କଟ ହେବନି ବୋଲି କୁହାଯାଇପାରିବନି । 

ଭ୍ରାନ୍ତ- ସ୍ତନ କର୍କଟ ହେଲେ ସବୁବେଳେ ସ୍ତନରେ ଆବୁ ହୋଇଥାଏ । 

ସତ- ସମସ୍ତଙ୍କର ଧାରଣା ରହିଛି ଯେ ସ୍ତନ କର୍କଟ ହେଲେ ଆରମ୍ଭରୁ ଆବୁ ଦେଖାଯାଇ ନଥାଏ । 

ମହିଳାଙ୍କଠାରେ କୋମୋ ଥେରାପୀ ଗୁରୁତ୍ୱପୂର୍ଣ୍ଣ, ପୁରୁଷଙ୍କ ପାଇଁ ନୁହେଁ

ଲୋକଙ୍କର ଧାରଣା ରହିଛି ଯେ କେବଳ ମହିଳାଙ୍କ ସ୍ତନରେ ହିଁ ଟିସୁ ରହିଛି, ଯାହା ଆଦୌ ଠିକ୍‌ ନୁହେଁ । ପୁରୁଷଙ୍କ ସ୍ତନରେ ମଧ୍ୟ ଟିସୁ ରହିଛି । ଅବଶ୍ୟ ଏହାର ମାତ୍ର ମହିଳାଙ୍କ ତୁଳନାରେ ଖୁବ୍‌ କମ୍‌ । ସ୍ତନରେ ଟିସୁ ରହିଛି, ତେଣୁ ଉଭୟ ପୁରୁଷ ଓ ମହିଳାଙ୍କଠାରେ କର୍କଟର ଆଶଙ୍କା ରହିବ । କିନ୍ତୁ ୧୦୦ ମହିଳାଙ୍କଠାରେ ସ୍ତନ କର୍କଟ ହେଉଥିବା ବେଳେ ମାତ୍ର ଜଣେ ପୁରୁଷଙ୍କଠାରେ ଏହି ରୋଗ ଦେଖା ଦେଇଥାଏ । ପୁରୁଷଙ୍କଠାରେ ଦେଖା ଦେଉଥିବା ସ୍ତନ କର୍କଟର ବହୁ କାରଣ ଏଯାଏ ଜଣାପଡି ନାହିଁ । ତଥାପି ୬୦ରୁ ୭୦ ବର୍ଷ ବେଳକୁ ସେମାନଙ୍କଠାରେ ସ୍ତନ କର୍କଟର ଆଶଙ୍କା ଦେଖା ଦେଇଥାଏ । ମହିଳାଙ୍କଠାରେ ଇଷ୍ଟ୍ରୋଜେନ୍‌ ହର୍‌ମୋନ୍‌ ଅଧିକ ରହିଥାଏ । କିନ୍ତୁ କିଛି ପୁରୁଷଙ୍କଠାରେ ଇଷ୍ଟ୍ରୋଜେନ୍‌ ହର୍‌ମୋନ୍‌ର ମାତ୍ରା ଖୁବ୍‌ ବଢିଯାଇଥାଏ । ଯେଉଁମାନେ ଅଧିକ ମୋଟା, ଲଗାତାର ଅଧିକ ମଦ୍ୟପାନ ଓ ଡ୍ରଗ୍ସ ଆଦି ନେବା ଦ୍ୱାରା ଏପରି ହୋଇଥାଏ । ଏହାବ୍ୟତୀତ କେତେକ ପୁରୁଷଙ୍କଠାରେ ଆଣ୍ଡ୍ରୋଜେନ୍‌ ହର୍‌ମୋନ୍‌ର ସ୍ତର ମଧ୍ୟ କମିଯାଇଥାଏ । ଏହି ସମସ୍ୟା ହୁଏତ ପିଲାବେଳୁ ରହିଥାଇପାରେ କିମ୍ବା ଅଣ୍ଡକୋଷ ନଷ୍ଟ ହୋଇଯାଇଥାଏ କିମ୍ବା ବିଭିନ୍ନ ରୋଗ ଯୋଗୁ ମଧ୍ୟ ଅଣ୍ଡକୋଷ ବାହାର କରାଯାଇଥାଏ । ସେହି ସ୍ଥିତିରେ ଆଣ୍ଡ୍ରୋଜେନ୍‌ର ସ୍ତର କମ୍‌ ରହିଥାଏ । ଏହା ଅନ୍ୟତମ କାରଣ ହେଉଛି ବଂଶାନୁକ୍ରମିକ । ବିଭିନ୍ନ କର୍କଟ କ୍ଷେତ୍ରରେ ମାତ୍ର ୧୦ ପ୍ରତିଶତ ହେଉଛି ବଂଶାନୁକ୍ରମିକ । ସ୍ତନ କର୍କଟକୁ ବ୍ରାକା ପରିବାରରେ ସାମିଲ୍‌ କରାଯାଇଛି । ବ୍ରାକା ହେଉଛି ଏକ ପ୍ରକାର ଜିନ୍‌ । ମହିଳାମାନଙ୍କଠାରେ ବ୍ରାକା-୧ ଦେଖା ଯାଉଥିବା ବେଳେ ପୁରୁଷଙ୍କଠାରେ ବ୍ରାକା-୨ ଦେଖିବାକୁ ମିଳିଥାଏ । ଏହି ଜିନ୍‌ ମ୍ୟୁଟେସନ୍‌ ହେବା ଦ୍ୱାରା ସେହି ପରିବାରରେ ବିଭିନ୍ନ ପ୍ରକାରର କର୍କଟ ଅର୍ଥାତ ସ୍ତନ କର୍କଟ, ଓଭାରୀ କର୍କଟ, ପାନକ୍ରିୟାଟିକ୍‌ କର୍କଟ ଓ ପ୍ରୋଷ୍ଟେଟ୍‌ କର୍କଟ ହେବାର ଆଶଙ୍କା ବଢିଥାଏ । ପରିବାରରେ ଲୋକମାନଙ୍କଠାରେ ଖୁବ୍‌ କମ୍‌ ବୟସରେ ମଧ୍ୟ ଦେଖା ଦିଏ । ଯେଉଁମାନଙ୍କଠାରେ ମଧୁମେହ, ମୋଟାପଣ ଓ କୋଲୋଷ୍ଟ୍ରରଲ୍‌ ସମସ୍ୟା ରହିଛି, ସେମାନଙ୍କଠାରେ କେବଳ ହୃଦ୍‌ଘାତ ଓ ଷ୍ଟ୍ରୋକ୍‌ ରିସ୍କ ବଢି ନଥାଏ । ବରଂ କର୍କଟ ରୋଗର ଆଶଙ୍କା ବଢିଥାଏ । ମହିଳାଙ୍କ ଅପେକ୍ଷା ପୁରୁଷ ସ୍ତନ କର୍କଟ ରୋଗୀ ବେଶି ସୁସ୍ଥ ହୋଇଥାନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.