ପ୍ରମୂଖ ଖବର
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ତଳି ପେଟର ଚର୍ବି କମାଇବାକୁ ଚାହାନ୍ତି କି ? ତାହେଲେ ଅନୁକରଣ କରନ୍ତୁ ଏହି ରୁଟିନ୍

ତଳି ପେଟରେ ଜମି ରହିଥିବା ଚର୍ବିକୁ କମାଇବା କୌଣସି ଛୋଟ କଥା ନୁହେଁ । କିନ୍ତୁ ଯଦି ଆପଣ ଉପଯୁକ୍ତ ଡାଏଟ୍‌ ଓ ରୁଟିନ୍‌କୁ ଅନୁକରଣ କରନ୍ତି, ତେବେ ଚର୍ବି କମାଇବା ଖୁବ୍‌ ସହଜ ହୋଇପାରିବ । ପ୍ରାୟ ଲୋକଙ୍କଠାରେ ତଳିପେଟରେ ଚର୍ବି ଜମିବା ସମସ୍ୟା ଦେଖା ଦେଇଥାଏ । ପେଟର ଉପର ଓ ମଧ୍ୟ ଭାଗର ଚର୍ବି କମିଯାଇଥାଏ, କିନ୍ତୁ ତଳି ପେଟର ଚର୍ବି କମିବାରେ ସମସ୍ୟା ଦେଖା ଦେଇଥାଏ । ଡାଏଟିସିଆନ୍‌ଙ୍କ କହିବା କଥା ଶରୀରର ଅନ୍ୟ ଭାଗ ତୁଳନାରେ ତଳି ପେଟର ଚର୍ବି କମ୍‌ କରିବା ଅପେକ୍ଷାକୃତ କଷ୍ଟକର । ତେଣୁ ଧୈର୍ଯ୍ୟ ରଖିବାକୁ ହୋଇଥାଏ । ଯେତେବେଳେ ସାରା ଶରୀରରୁ ଫ୍ୟାଟ୍‌ ଶେଷ ହୋଇଯିବ, ସେତେବେଳେ ତଳି ପେଟର ଚର୍ବି ଆପେ ଆପେ କମ୍‌ ହୋଇଯାଇଥାଏ । ଏହି ଚର୍ବି କମାଇବା ପାଇଁ ୫ ସହଜ ଟିପ୍ସ। 

ଗରମ ପାଣି ବା ହର୍ବାଲ ଚା’ ସହିତ ଦିନ ଆରମ୍ଭ 

ସକାଳୁ ଉଠିବା ପରେ ପ୍ରଥମେ ହାଲ୍‌କା ଉଷୁମ ପାଣି ପିଇବାକୁ ଚେଷ୍ଟା କରନ୍ତୁ । ପରେ ଗରମ ପାଣିରେ ଡାଳଚିନି, ମେଥି, ଜିରାକୁ ମିଶାଇ ଫୁଟାଇ ଦିଅନ୍ତୁ । ଏବେ ଏହି ମିଶ୍ରଣରେ ମହୁ ଓ ଲେମ୍ବୁ ରସ ମିଶାଇ ପିଇ ନିଅନ୍ତୁ । ଏବେ ଆପଣ ଗ୍ରୀନ୍‌ ଟି’ ବା କୌଣସି ହର୍ବାଲ ଟି’ ପିଇନିଅନ୍ତୁ । ଏହାଦ୍ୱାରା ଇନ୍‌ସୁଲିନ୍‌ ସେନ୍‌ସିଭିଟିରେ ସୁଧାର ଆସିଥାଏ । ଏହା ସହିତ ମେଟାବଲିଜିମ୍‌ ମଧ୍ୟ ବଢିଥାଏ । ପାଚନ ତନ୍ତ୍ର ସୁସ୍ଥ ରହିଥାଏ । ସାରା ଦିନ ହାଲ୍‌କା ଉଷୁମ ପାଣି ପିଇବା ଦ୍ୱାରା ଅଧିକ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ । 

ସନ୍ତୁଳିତ ଆହାର ଜରୁରି

ପ୍ରାୟ ଲୋକ ସନ୍ତୁଳିତ ଆହାର ଖାଇନଥାନ୍ତି । ସେମାନେ କେବଳ କର୍ବୋ ଓ ଫ୍ୟାଟ୍‌ଠାରୁ ଦୂରେଇ ରହିଥାନ୍ତି, ଯାହା ଆଦୌ ଠିକ୍‌ ନୁହେଁ । ଓଜନ କମାଇବାକୁ ହେଲେ ଏସବୁ ଖାଦ୍ୟ ଖାଇବା ଆବଶ୍ୟକ । ଯେପରିକି କାର୍ବୋ, ଫ୍ୟାଟ୍ସ ଓ ପ୍ରୋଟିନ୍‌ ପ୍ରଚୁର ମାତ୍ରାରେ ଖାଇବା ଦରକାର । ବରଂ ଅଧିକ କ୍ୟାଲୋରୀଠାରୁ ଦୂରେଇ ରହିବା ଉଚିତ୍‌ । ତେଣୁ ଡାଏଟ୍‌ରେ ଫଳ, ପରିବା, ଦୁଗ୍ଧ ଓ ସେହିଜାତୀୟ ଉତ୍ପାଦ ଏବଂ ମାଛ ଆଦି ଖାଆନ୍ତୁ । 

ପେଟର ବ୍ୟାୟାମ କରନ୍ତୁ

ନିୟମିତ ସକାଳୁ ପେଟ ପାଇଁ କିଛି ସରଳ ବ୍ୟାୟାମ କରିବା ଆବଶ୍ୟକ । ଏହାଦ୍ୱାରା ପେଟର ମାଂସପେଶୀ କମ୍‌ ହୋଇଥାଏ । ସମ୍ପୂର୍ଣ୍ଣ ବ୍ୟାୟାମ ସହ ସପ୍ତାହକୁ ୨/୩ ଥର ପେଟ ବ୍ୟାୟାମ ନିଶ୍ଚୟ କରନ୍ତୁ । 

ମିଠା ଓ ଜଙ୍କ୍‌ ଫୁଡ୍‌ ଆଦୌ ନୁହେଁ

ଯଦି ପେଟରେ ଜମିଥିବା ଚର୍ବିଠାରୁ ମୁକ୍ତି ଚାହାନ୍ତି, ତେବେ ମିଠା ଓ ଚିନିଯୁକ୍ତ ଖାଦ୍ୟ ଯଥାସମ୍ଭବ କମ୍‌ ନେବା ଉଚିତ୍‌ । କାରଣ ଏଥିରେ ବହୁ ମାତ୍ରାରେ କ୍ୟାଲୋରୀ ରହିଥାଏ । ସେହିପରି ଛଣାଛଣି, ପ୍ୟାକେଜ୍‌ଡ, ନମକିନ୍‌ ଓ ମସଲାଦାର ଭୋଜନଠାରୁ ନିଜକୁ ଦୂରେଇ ରଖନ୍ତୁ । କାରଣ ଏଥିରେ ଟ୍ରାନ୍ସ ଫ୍ୟାଟ୍‌ ସହ ଅଧିକ କ୍ୟାଲୋରୀ ରହିଥାଏ, ଯାହା ପାଚନ ତନ୍ତ୍ରକୁ ଖରାପ କରିଥାଏ । 

ରାତି ଭୋଜନ ଡେରିରେ କରନ୍ତୁନି

ଡେରି ରାତିରେ ଖାଇବା ଦ୍ୱାରା ପେଟରେ ଅଧିକ ଚର୍ବି ଜମିଥାଏ । ତେଣୁ ରାତି ୮ଟା ଭିତରେ ରାତ୍ରି ଭୋଜନ କରିନେବା ଉଚିତ୍‌ ହେବ । ସେହିପରି ରାତ୍ରି ଭୋଜନ ହାଲ୍‌କା ନେବାକୁ ଚେଷ୍ଟା କରନ୍ତୁ । 

ଆରାମରେ ଶୋଇବା ଦରକାର

ସୁସ୍ଥ ରହିବା ପାଇଁ ନିଦର ଭୂମିକା କିଛି କମ୍‌ ନୁହେଁ । ଓଜନ କମ୍‌ କରିବାରେ ମଧ୍ୟ ନିଦ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ରାତିରେ ଶୀଘ୍ର ଶୋଇବା ସହ ୭/୮ ଘଣ୍ଟାର ନିଦ ଖୁବ୍‌ ଜରୁରି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.