ପ୍ରମୂଖ ଖବର
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଏହି ନୀଳ ରଙ୍ଗର ଫୁଲରୁ ମିଳିଥାଏ ଅନେକ ସ୍ୱାସ୍ଥ୍ୟ ଉପକାରୀ ଫାଇଦା, ଜାଣନ୍ତୁ

ଅପରାଜିତା ଫୁଲ ପ୍ରାୟ ସମସ୍ତଙ୍କ ବାଡି ବଗିଚାରେ ଦେଖିବାକୁ ମିଳେ । ଏହି ଫୁଲକୁ କେହି କେହି ଶଙ୍ଖପୁଷ୍ପି ବୋଲି ମଧ୍ୟ କହିଥାନ୍ତି । ସାଧାରଣତଃ ଆମେ ଏହାକୁ ଠାକୁର ପୂଜାରେ ବ୍ୟବହାର କରିଥାଉ । ଏହି ଫୁଲ ଯେତିକି ସୁନ୍ଦର  ସେତିକି ଉପକାରୀ ମଧ୍ୟ । ଆୟୁର୍ବେଦରେ ଏହା ଜଡି-ବୁଟି ଭାବରେ ଜଣାଯାଏ । ଏହା ଏମିତି ଏକ ପ୍ରାକୃତିକ ଔଷଧ ଯାହା ସ୍ମରଣ ଶକ୍ତି ବଢାଇବାରେ ସାହାଯ୍ୟ କରିବା ସହ ଆହୁରି ଅନେକ ସ୍ବାସ୍ଥ୍ୟ ଉପକାରୀ ଫାଇଦା ଦେଇଥାଏ ।  ତେବେ ଆସନ୍ତୁ ଜାଣିବା ଅପରାଜିତା ଫୁଲରୁ କଣ ସବୁ ଫାଇଦା ମିଳେ। 

ତେବେ ଅପରାଜିତା ମସ୍ତିଷ୍କର କାର୍ଯ୍ୟକ୍ଷମତା ବଢାଇବା ସଙ୍ଗେ ସଙ୍ଗେ ଧ୍ୟାନ କେନ୍ଦ୍ରିତ କରିବାରେ ସାହାଯ୍ୟ କରେ । ସେହିପରି  ଏହି ଜଡି-ବୁଟିର ନିୟମିତ ସେବନ ଛାତ୍ରଙ୍କ ପାଇଁ ବିଶେଷ ଲାଭକାରୀ ମନେ କରାଯାଏ । କାରଣ ଏହା ସ୍ମରଣ ଶକ୍ତି ବଢାଇବାରେ କାମ କରେ ଓ ପାଠପାଢାରେ ଏକାଗ୍ରତା ଆଣେ। ସେହିପରି ଅପରାଜିତାର ବ୍ୟବହାର ମାନସିକ ଚାପ, ଚିନ୍ତା ଓ ଡିପ୍ରେସନର ଚିକିତ୍ସା ପାଇଁ ବି କରାଯାଏ । ଏହା ମସ୍ତିଷ୍କକୁ ଶାନ୍ତ ଓ ସନ୍ତୁଳନ ପ୍ରଦାନ କରେ ।  ମାନସିକ ଚାପ କାରଣରୁ କ୍ଲାନ୍ତ ହୋଇପଡିଥିବା ଲୋକଙ୍କୁ ଅପରାଜିତା ଶକ୍ତି ଓ ତାଜାପଣ ଦିଏ । ଯଦ୍ବାରା ମାନସିକ ଥକ୍କାପଣରୁ ଆରାମ ମିଳେ । ସେହିପରି ଅପରାଜିତା ଫୁଲର ସେବନ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୁଏ ବୋଲି ବିଶ୍ବାସ କରାଯାଏ । ଏହା ହୃଦୟ ସ୍ବାସ୍ଥ୍ୟ ପାଇଁ ବି ଭଲ ।

ସେହିପରି ଅପରାଜିତା ବହୁ ଔଷଧୀୟ ଗୁଣରେ ଭରପୂର ହୋଇଥିଲେ ହେଁ ଏହାର କିଛି ଅପକାରିତା ମଧ୍ୟ ରହିଛି । ଅପରାଜିତା ଏକ ପ୍ରାକୃତିକ ଓ ସୁରକ୍ଷିତ ଔଷଧି । କିନ୍ତୁ ଏହାର ଅତ୍ୟଧିକ ସେବନ କେତେକ ସମସ୍ୟା ସୃଷ୍ଟି କରିଥାଏ । ଅଧିକ ମାତ୍ରାରେ ସେବନ କଲେ ପାଚନ ସମ୍ବନ୍ଧୀୟ ସମସ୍ୟା-ପେଟ ଫୁଲିବା, ଗ୍ୟାସ୍ ହୋଇପାରେ । ଏହା ରକ୍ତଚାପ ମଧ୍ୟ ବହୁତ କମ୍ କରିପାରେ । ଯାହାଫଳରେ ଆମକୁ ଦୁର୍ବଳ ଅନୁଭବ ହୋଇଥାଏ ।  ଯଦି କେହି ବ୍ୟକ୍ତି  ପୂର୍ବରୁ କୌଣସି ରୋଗ ପାଇଁ ଔଷଧ ଖାଉଥାନ୍ତି, ତାହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଅପରାଜିତା ସେବନ କରିବା ଉଚିତ୍ । କାରଣ ଅପରାଜିତା ସେବନ ଦ୍ବାରା କିଛି ଔଷଧର ପ୍ରଭାବ ହ୍ରାସ ପାଇଥାଏ ।






  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.