ପ୍ରମୂଖ ଖବର
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ବିଷଠାରୁ କମ୍‌ ନୁହେଁ ରିଫାଇନ୍‌ ତେଲ, ହୋଇପାରେ ଏହି ସବୁ ଗମ୍ଭୀର ରୋଗ

ଭୁବନେଶ୍ୱର ୧୧/୧୦: ଖାଦ୍ୟ ପ୍ରସ୍ତୁତି ପାଇଁ ତେଲର ବ୍ୟବହାର କରାଯାଇଥାଏ । ଅବଶ୍ୟ ଆଜିକାଲି ପ୍ରାୟ ଲୋକ ଖାଦ୍ୟରେ ରିଫାଇନ୍‌ ତେଲର ବ୍ୟବହାର ବଢାଇଚାଲିଛନ୍ତି । ଏହାଦ୍ୱାରା ଶରୀରକୁ କମ୍‌ ପୋଷଣ ତତ୍ତ୍ୱ ସହ ଅଧିକ ରୋଗର ଆଶଙ୍କା ବଢିଚାଲିଛି । ବଢୁଥିବା ସମସ୍ୟାକୁ କମ୍‌ କରିବା ପାଇଁ ରିଫାଇନ୍‌ ତେଲ ପରିବର୍ତ୍ତନ ଅନ୍ୟ କେତେକ ତେଲକୁ ଜୀବନରେ ସାମିଲ୍‌ କରିପାରିବେ । 

ଏବେ ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ରିଫାଇନ୍‌ ତେଲର ବ୍ୟବହାର ବଢିଛି । ଲୋକଙ୍କ ଭିତରେ ଏହାର ଲୋକପ୍ରିୟତା ବଢୁଥିଲେ ମଧ୍ୟ ଶରୀର ପାଇଁ ଏହା ଆଦୌ ଉପକାରୀ ନୁହେଁ । ଏହାକୁ ରସାୟନିକ ପ୍ରୋସେସ୍‌ ଦ୍ୱାରା ଶୁଦ୍ଧ କରାଯାଇଥାଏ, ଯଦ୍ୱାରା ଏହାର ପୋଷଣ କମିଥାଏ । ଅନ୍ୟପକ୍ଷରେ ଏହା ଶରୀରରେ କୋଲେଷ୍ଟ୍ରେରଲ୍‌ର ମାତ୍ରାକୁ ମଧ୍ୟ ବଢାଇଥାଏ । ଯଦ୍ୱାରା ହୃଦ୍‌ଘାତ, ମଧୁମେହ ପରି ଗମ୍ଭୀର ରୋଗ ହୋଇପାରେ । ସେଥିପାଇଁ ରିଫାଇନ୍‌ ତେଲ ପରିବର୍ତ୍ତେ ଅନ୍ୟ ତେଲକୁ ମଧ୍ୟ ବିକଳ୍ପ ଭାବେ ବ୍ୟବହାର କରିପାରିବେ । ଚାଲନ୍ତୁ ଜାଣିବା ରିଫାଇନ୍‌ର ବିକଳ୍ପ ଭାବେ କେଉଁ ତେଲ ଖାଇପାରିବେ? 

ନଡ଼ିଆ ତେଲ: ନଡ଼ିଆ ତେଲ ମଧ୍ୟମ ଧରଣର ଟ୍ରାଇଗ୍ଲିସରାଇଡ୍‌ସ, ଯାହା ସହଜରେ ଶକ୍ତିରେ ପରିବର୍ତ୍ତିତ ହୋଇପାରେ । ଏହି ତେଲ ଓଜନ ସହ କୋଲେଷ୍ଟେରଲ୍‌କୁ ନିୟନ୍ତ୍ରଣ କରିଥାଏ । 

ଅଳସୀ ତେଲ: ଅଳସୀ ତେଲ ଓମେଗା-୩ ଫ୍ୟାଟି ଏସିଡ୍‌ରେ ଭରା, ଯାହା ମସ୍ତିଷ୍କ ଓ ହୃଦୟକୁ ସୁସ୍ଥ ରଖିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହାକୁ ସାଲାଡ କିମ୍ବା ଥଣ୍ଡା ଖାଦ୍ୟରେ ବ୍ୟବହାର କରିପାରିବେ । କାରଣ ଏହାକୁ ଉଚ୍ଚ ତାପମାତ୍ରାରେ ବ୍ୟବହାର କରାଗଲେ ପୋଷଣ ମାତ୍ରା କମିଯାଇଥାଏ । 

ରାଶି ତେଲ: ଏହି ତେଲ ଓମେଗା-୬ ଫ୍ୟାଟି ଏସିଡ୍‌ର ପ୍ରମୁଖ ସ୍ରୋତ ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଥାଏ । ଏହି ତେଲ ଅଧିକ ତାପମାତ୍ରାରେ ମଧ୍ୟ ବ୍ୟବହାର କରାଯାଇପାରିବ । ତେଣୁ ବହୁ ଭାରତୀୟ ଖାଦ୍ୟରେ ଏହାର ବ୍ୟବହାର କରାଯାଉଛି । 

ସୋରିଷ ତେଲ: ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ । ଏଥିରେ ସ୍ୱାସ୍ଥ୍ୟକର ଚର୍ବି ରହିଥାଏ ଏବଂ ମେଟାବଲିଜିମ୍‌କୁ ତୀବ୍ର କରିଥାଏ । 

ତେଲର ଫାଇଦା:

ପୋଷକ ତତ୍ତ୍ୱରେ ଭରା: ତେଲ ସ୍ୱାସ୍ଥ୍ୟକର ଚର୍ବି, ଭିଟାମିନ୍‌ ଓ ମିନେରାଲ୍‌ରେ ଭରା, ଯାହା ଶରୀର ପାଇଁ ମହତ୍ତ୍ୱପୂର୍ଣ୍ଣ । 

ହୃଦୟର ସ୍ୱାସ୍ଥ୍ୟ: ଏସବୁ ତେଲରେ ଅନ୍‌ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ରହିଥାଏ, ଯାହା ହୃଦୟଜିନତ ସମସ୍ୟାକୁ କମ୍‌ କରିଥାଏ । 

ମସ୍ତିଷ୍କର ସ୍ୱାସ୍ଥ୍ୟ ପଇଁ ହିତକର: ଏସବୁ ତେଲରେ ଓମେଗା-୩ ଫ୍ୟାଟି ଏସିଡ୍‌ ରହିଥାଏ, ଯାହା ମସ୍ତିଷ୍କର ବିକାଶ ଓ କାର୍ଯ୍ୟକ୍ଷମତାକୁ ବଢାଇଥାଏ । 

ଓଜନକୁ ନିୟନ୍ତ୍ରଣ କରେ: ଏହି ତେଲର ବ୍ୟବହାର ଦ୍ୱାରା ଓଜନ ନିୟନ୍ତ୍ରିତ ରହିଥାଏ । କାରଣ ସାଚ୍ୟୁରେଟେଡ୍‌ ଚର୍ବି ତୁଳନାରେ ଏହା ଅଧିକ ପେଟ ଭରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.