ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଅବସାଦ କମାଏ ଦିନକୁ ଦୁଇ ଘଣ୍ଟାର ଫୋନ୍‌ ବ୍ୟବହାର...

ଭୁବନେଶ୍ୱର,୧୭/୧୦: ଅତ୍ୟଧିକ ମୋବାଇଲ ବ୍ୟବହାର ଯୋଗୁଁ ଏବେ ଲୋକଙ୍କଠାରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି । ବିଶେଷକରି ଏହି ସମସ୍ୟା କିଶୋରକିଶୋରୀଙ୍କଠାରେ ଅଧିକ ଦେଖିବାକୁ ମିଳିଥାଏ । ସେଥିପାଇଁ ଯଥାସମ୍ଭବ ମୋବାଇଲ କମ୍‌ ବ୍ୟବହାର କରିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଉଛି । ଗୋଟିଏ ପଟେ ଅଧିକ ଫୋନ ବ୍ୟବହାର ସ୍ୱାସ୍ଥ୍ୟ ସମସ୍ୟାର କାରଣ ପାଲଟୁଥିବା ବେଳେ ଅନ୍ୟପଟେ ଏହାର କମ୍ ବ୍ୟବହାର ମାନସିକ ସ୍ୱାସ୍ଥ୍ୟ ସମସ୍ୟାକୁ ହ୍ରାସ କରିବା ଦିଗରେ ଫଳପ୍ରଦ ବୋଲି କୁହାଯାଇଛି । ଦିନକୁ ଘଣ୍ଟାଏରୁ ଦୁଇ ଘଣ୍ଟା ଫୋନ୍‌ ବ୍ୟବହାର କରୁଥିବା କିଶୋରକିଶୋରୀଙ୍କଠାରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ହ୍ରାସ ପାଏ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି।

କୋରିଆର ହନ୍‌ୟାଙ୍ଗ ବିଶ୍ୱବିଦ୍ୟାଳୟର ଗବେଷକମାନେ ୧୩ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ଉପରେ ଗବେଷଣା କରି ଏହି ତଥ୍ୟ ସାମ୍ନାକୁ ଆଣିଛନ୍ତି । ତେବେ ଆଦୌ ଫୋନ୍‌ ବ୍ୟବହାର କରୁ ନଥିବା ପିଲାଙ୍କ ତୁଳନାରେ ଦିନକୁ ଦୁଇ ଘଣ୍ଟାରୁ କମ୍ ସମୟ ବ୍ୟବହାର କରୁଥିବା କିଶୋରକିଶୋରୀଙ୍କଠାରେ ଅବସାଦ, ନିଦ୍ରାହୀନତା, ଚିନ୍ତା, ଆତ୍ମହତ୍ୟା ପ୍ରବଣତା ଏବଂ ନିଶାଭ୍ୟାସ ପ୍ରବୃତ୍ତି ଆଶଙ୍କା କମ୍ ଥାଏ । ଅବଶ୍ୟ ଚାରି ଘଣ୍ଟାରୁ ଅଧିକ ସମୟ ମୋବାଇଲ ବ୍ୟବହାର କରିବା ଦ୍ୱାରା ଏହିସବୁ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବା ଆଶଙ୍କା ୨୨ ପ୍ରତିଶତକୁ ବୃଦ୍ଧି ପାଇଥାଏ । କିଶୋରକିଶୋରୀଙ୍କ ଫୋନ୍‌ ବ୍ୟବହାର ସେମାନଙ୍କୁ ଏକାକୀତ୍ୱଠାରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ ବୋଲି ଗବେଷକମାନେ କହିଛନ୍ତି । ତେବେ ଗବେଷକମାନେ ୨୦୧୭ ଏବଂ ୨୦୨୦ରେ କୋରିଆର ୫୦ ହଜାର କିଶୋରଙ୍କ ଡାଟାକୁ ବିଶ୍ଲେଷଣ କରି ଏଭଳି ଏକ ନିଷ୍କର୍ଷରେ ପହଞ୍ଚିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.