ପ୍ରମୂଖ ଖବର
  • NDA ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ ସିପି ରାଧାକ୍ରିଷ୍ଣନ୍, ମୁଖ୍ୟ ପ୍ରସ୍ତାବକ ହେଲେ ପିଏମ୍‌ ମୋଦି
  • ||
  • ହିମାଚଳ ପ୍ରଦେଶରେ ଭୂକମ୍ପ, ଘଣ୍ଟାଏ ଭିତରେ ଲାଗିଲା ୨ ଝଟକା
  • ||
  • ଭୁବନେଶ୍ୱର : ଆମ ବସ୍‌ ସାଇଡ ମାରିବାରୁ ତୁମୁଳକାଣ୍ଡ, ବସ୍ କାଚ ଭାଙ୍ଗିଦେଲେ କାର୍‌ ଡ୍ରାଇଭର
  • ||
  • ଆଫଗାନିସ୍ତାନରେ ଜଳିଗଲା ବସ୍, ୧୭ ଶିଶୁ ସମେତ ୫୦ରୁ ଊର୍ଦ୍ଧ୍ବ ମୃତ
  • ||
  • ମୁନିଗୁଡ଼ା : ବୁଧବାର ମୁନିଗୁଡ଼ାରେ ୧୨ ଘଣ୍ଟିଆ ବନ୍ଦ ପାଳନ; ଏନ୍ଏସି ଘୋଷଣାରୁ ବାଦ୍ ଦେବାରୁ ପ୍ରତିବାଦ
  • ||
  • ଦୁର୍ବଳ ହେଉଛି ଅବପାତ, ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା
  • ||

ଅପେରା ମଞ୍ଚରେ ସାପ ସହ ଅଭିନୟର ଭିଡିଓ ଭାଇରାଲ, କାର୍ଯ୍ୟାନୁଷ୍ଠାନ ହେବ କହିଲେ ବନାଞ୍ଚଳ ଅଧିକାରୀ

Published By : Manoj | August 18, 2025 9:58 AM

ଅନୁଗୁଳ, ୧୮/୦୮: ଅନୁଗୁଳ ସହର ଉପକଣ୍ଠ  ନତଡ଼ା ଗ୍ରାମରେ ପଡ଼ିଥିବା ଏକ ଅପେରାରେ ଗତ ରାତିରେ ଜିଅନ୍ତା ସାପ ସହ ଅଭିନୟର ଭିଡ଼ିଓ ଭାଇରାଲ ହୋଇଛି । ସାପଟି ବୋଡ଼ା ପ୍ରଜାତିର ବୋଲି କୁହାଯାଉଛି ।  ଯାତ୍ରା ମଞ୍ଚରେ ସାପ ସହ କଳାକାରଙ୍କ ଅଭିନୟକୁ ଦର୍ଶକ ଉପଭୋଗ କରିଥିଲେ ହେଁ ଏହା ବନ୍ୟପ୍ରାଣୀ ଆଇନ୍‌  ବିରୁଦ୍ଧ ବୋଲି ଆଲୋଚନା ହେଉଛି । ଏ ସମ୍ପର୍କରେ ଯୋଗାଯୋଗ କରିବାରୁ ଅନୁଗୁଳ ବନାଞ୍ଚଳ ଅଧିକାରୀ  ହରମୋହନ ନାୟକ କହିଛନ୍ତି, ଯାତ୍ରାରେ ଜୀବନ୍ତ ସାପ  ପ୍ରଦର୍ଶନ ଆଇନ୍‌ ବିରୁଦ୍ଧ । ଏ ନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.