ପ୍ରମୂଖ ଖବର
  • ଗାଁ ନିକଟରେ ବୁଲୁଛନ୍ତି ଗୋଠଛଡ଼ା ମା’-ଛୁଆ ହାତୀ, ଭୟଭୀତ ଲୋକେ
  • ||
  • ଝିଅ ବାହାଘର ପାଇଁ ଜମି ବିକ୍ର କରି ରଖିଥିଲେ ଟଙ୍କା ଏବଂ ସୁନା, କଳାକନା ବୁଲାଇଦେଲେ ଦୁର୍ବୃତ୍ତ
  • ||
  • ବ୍ଲାକ୍‌ମେଲ୍‌ ଓ ସେକ୍ସଟର୍ସନ୍‌ର ଶିକାର ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲା, ୫ ଦିନିଆ ରିମାଣ୍ଡରେ ନାଇଜେରୀୟ ଠକ
  • ||
  • ବିଧାନସଭା ବଜେଟ ଅଧିବେଶ, ଗିନି ଘଣ୍ଟମାଡ଼ ଧୋଇଗଲା ପ୍ରଶ୍ନକାଳ, ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
  • ||
  • ଆଇପିଏଲ୍ ୨୦୨୫: ଆଜି ଗୁଜରାଟ ଟାଇଟନ୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଫୋକସ୍‌ରେ ପଣ୍ଟିଂ-ଆୟର ଯୋଡ଼ି
  • ||
  • ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଟଙ୍କାର ପାହାଡ଼, ଫ୍ଲାଟରୁ ନଗଦ ୧୭ ଲକ୍ଷ ଠାବ
  • ||
  • ବିଧାନସଭାରେ ଅଚଳାବସ୍ଥା ଜାରି, ଶାସକ-ବିରୋଧୀଙ୍କ ଜିଦ ଯୋଗୁଁ ଚାଲିପାରୁନି ଗୃହ
  • ||
  • ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
  • ||
  • ରାଜ୍ୟରେ ବଦଳିବ ପାଗର ମିଜାଜ୍, ଉପରମୁହାଁ ​‌ହେବ ପାରଦ: ୩ ଦିନରେ ୫ ଡିଗ୍ରୀ ବଢ଼ିବ ତାତି
  • ||

ଓୟୁଏଟି ଛାତ୍ରାବାସରେ ଫସିଲା ନାଗ, ଷ୍ଟିଲ ଜାଲିକୁ କାଟି ଉଦ୍ଧାର କଲେ ସ୍ନେକ ହେଲ୍ପଲାଇନ୍‌ ସଦସ୍ୟ

Published By : Prameya | March 23, 2025 11:36 AM

ଭୁବନେଶ୍ୱର, ୨୩/୦୩: ଓୟୁଏଟି କୃଷି  ମହାବିଦ୍ୟାଳୟର ଗୋଦାବରୀଶ ଛାତ୍ରାବାସରେ ଥିବା  ଗାଧୁଆ ଘର ପାଣି ନିଷ୍କାସନ ଜାଲି ଭିତରୁ ଏକ ନାଗ  ସାପ ଉଦ୍ଧାର ହୋଇଛି । 

ଶୁକ୍ରବାର ବିଳମ୍ବିତ ରାତିରେ  ଜଣେ ଛାତ୍ର ପରିସ୍ରା କରିସାରି ଗୋଡ ଧୋଇବା ପାଇଁ  ଗାଧୁଆ ଘରକୁ ଗଲା ବେଳେ ଉକ୍ତ ସାପକୁ ଦେଖିଥିଲେ।  ପାଣି ନଳା ପାଖରେ ଥିବା ଜାଲି ଭିତରେ ସାପ ମୁଣ୍ଡ ଭର୍ତ୍ତି  କରିଥିବା ଦେଖି ଛାତ୍ର ଭୟରେ ବାହାରକୁ ଦଉଡ଼ି ଆସି  ହଷ୍ଟେଲର ଅନ୍ୟପିଲାଙ୍କୁ ଡାକ ପକାଇଥିଲେ । ଖବର ପାଇ  ସ୍ନେକ୍‌ ହେଲ୍ପଲାଇନ ସଦସ୍ୟ ଅରୁଣ ବରାଳ ଘଟଣାସ୍ଥଳରେ  ପହଞ୍ଚି ସାପକୁ ଉଦ୍ଧାର କରିଥିଲେ । ପ୍ରାୟ ୪ ଫୁଟ ଲମ୍ୱ  ନାଗ ସାପର ମୁଣ୍ଡ ଷ୍ଟିଲ୍‌ ଜାଲିରେ ଫସିଥିଲା । ତେଣୁ  ଶାବଳ ସହାୟତାରେ ଉକ୍ତ ଜାଲିକୁ ତାଡି ସେହି ଅବସ୍ଥାରେ  ହିଁ ସାପକୁ ବ୍ୟାଗ୍‌ରେ ଭର୍ତ୍ତି କରି ନେଇ ଆସିଥିଲେ  ଅରୁଣ । ଶନିବାର ସକାଳେ ସ୍ନେକ ହେଲ୍ପଲାଇନ୍‌ ସଦସ୍ୟ  ଶୁଭେନ୍ଦୁ ମଲ୍ଲିକ ଏବଂ ଅରୁଣ ମିଶି ମେଟାଲ୍‌ କଟର  ସାହାଯ୍ୟରେ ଷ୍ଟିଲ ଜାଲିକୁ କାଟି ସାପକୁ ଉଦ୍ଧାର କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.