ଭୁବନେଶ୍ଵର, ୨୫/୦୩ : ଖୋର୍ଦ୍ଧା-ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଟଙ୍କାର ପାହାଡ଼। ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା। ଜାଗମରା ସ୍ଥିତ ଫ୍ଲାଟରୁ ନଗଦ ୧୭ ଲକ୍ଷ ଠାବ। ଟଙ୍କା ଗଣିବାରେ ଲାଗିଛନ୍ତି ୨ ଅଧିକାରୀ। ମେସିନରେ ଚାଲିଛି ଟଙ୍କା ଗଣା। କୁବେର ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍ ତାଜୁବ।
ସୂଚନାନୁଯାୟୀ, ଖୋର୍ଦ୍ଧା-ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାନରେ ଚଢାଉ ଚାଲିଛି। ଏହି ଚଢାଉରେ ୯ ଜଣ ଡିଏସ୍ଏସ୍ପି, ୪ ଜଣ ଇନ୍ସପେକ୍ଟର, ୧୩ ଜଣ ଏଏସଆଇ, ଏବଂ ଅନ୍ୟ ଅଧିକାରୀ ସାମିଲ ଅଛନ୍ତି। ଭିଜିଲାନ୍ସ ଟିମ୍ ଖୋର୍ଦ୍ଧା, ଭୁବନେଶ୍ବର ଓ ବ୍ରହ୍ମପୁରରେ ରେଡ୍ କରୁଛନ୍ତି। ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ଭୁବନେଶ୍ଵର ଜାଗମରାରେ ଏକ ଫ୍ଲାଟ୍, ଖାରବେଳନଗରରେ ଏକ ଫ୍ଲାଟ୍, ପଙ୍କଲାପଲ୍ଲୀରେ ଦୁଇ ମହଲା ଘର, ଅଙ୍କୁଲିରେ ତିନି ମହଲା କୋଠା, ସୋରୋଡ଼ା ସ୍ଥିତ ପୈତୃକ ଘର, ଲାଞ୍ଜିପାଲ୍ଲୀରେ ଥିବା ଶାଳକଙ୍କ ଘର ଏବଂ ସରକାରୀ କାର୍ଯ୍ୟାଳୟରେ ରେଡ୍ ଚାଲିଛି।
ଏହି ଖବରଟିକୁ ପଢନ୍ତୁ-ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା-ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ଏକକାଳୀନ ୧୦ଟି ସ୍ଥାନରେ ରେଡ୍