ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଅବ୍ୟବସ୍ଥାରେ ସିପାଞ୍ଜିରୀ ପ୍ରାଥମିକ ବିଦ୍ୟାଳୟ : ଆସୁନାହାନ୍ତି ଶିକ୍ଷକ, ଦୀର୍ଘ ଦିନ ହେବ ବିଦ୍ୟାଳୟରେ ଝୁଲୁଛି ତାଲା

Published By : Prameya | March 22, 2025 7:55 PM

ଫିରିଙ୍ଗିଆ, ୨୨/୩ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପକାରୀ ପଞ୍ଚାୟତ ର ସିପାଞ୍ଜିରୀ  ପ୍ରାଥମିକ ବିଦ୍ୟାଳୟ ଦୀର୍ଘ ଦିନ ହେବ ନାହିଁ ନଥିବା ଅବ୍ୟବସ୍ଥା ଦେଇ ଚାଲିଛି l ବର୍ଷ ବର୍ଷ ଧରି ବିଦ୍ୟାଳୟରେ ଅବ୍ୟବସ୍ଥା ନେଇଁ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅବଗତ କଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ଛାତ୍ରଛାତ୍ରୀ ଶିକ୍ଷାଦାନରୁ ବଞ୍ଚିତ ରହୁଥିବା ଦେଖିବାକୁ ମିଳିଛି l  ବାରମ୍ବାର ଅଭିଯୋଗ ସତ୍ତେ୍ବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟାଳୟକୁ ଆସୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏବେ ପର୍ଯ୍ୟନ୍ତ ବିଦ୍ୟାଳୟରେ ତାଲା ଝୁଲୁଥିବା ଗ୍ରାମବାସୀ, ବିଦ୍ୟାଳୟ ସଭାପତି ଓ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି l ଏହି ଘଟଣାକୁ ନେଇଁ ଗତ ୧0/ ୩/୨0୨୫ ତାରିଖରେ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।  ବର୍ତ୍ତମାନ ବିଦ୍ୟାଳୟ ମାନଙ୍କରେ ପରୀକ୍ଷା ସରିଥିଲେ ମଧ୍ୟ ସିପାଞ୍ଜିରୀ ପ୍ରାଥମିକ ବିଦ୍ୟାଳୟରେ ପରୀକ୍ଷା ହୋଇ ନଥିବା ଅଭିଯୋଗ ହୋଇଛି l 

ବର୍ତ୍ତମାନ ବିଦ୍ୟାଳୟରେ ତାଲା ପଡ଼ି ରହୁଥିବା ବେଳେ ଶିକ୍ଷାଦାନରୁ ବଞ୍ଚିତ ହୋଇ ରହିଛନ୍ତି ଛାତ୍ର ଛାତ୍ରୀ ଏମିତି କି ପରୀକ୍ଷାରୁ ମଧ୍ୟ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି l ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ସଭାପତି ଏବଂ ଗ୍ରାମବାସୀ l ଏହି ଘଟଣାରେ ବିଦ୍ୟାଳୟର ସଭାପତି ତୁଷାର ଦିଗାଲ ଶିକ୍ଷକ ନିଶାସକ୍ତ ଅବସ୍ଥାରେ ରହୁଛନ୍ତି  ଭୟରେ ଛାତ୍ର ଛାତ୍ରୀ ବିଦ୍ୟାଳୟ କୁ ଯିବାକୁ ଅମଙ୍ଗ ହେଉଥିବାରୁ ତୁରନ୍ତ ଅନ୍ୟ ଏକ ଶିକ୍ଷକ ଦେବାକୁ ଦାବୀ କରିଛନ୍ତି l ସାଧନ କର୍ମୀ ଦିଲ୍ଲୀପ ଦିଗାଲଙ୍କୁ ପଚାରିବାରୁ ବିଦ୍ୟାଳୟ ର ଅବ୍ୟବସ୍ଥା ଲାଗି ରହିଛି ବାରମ୍ବାର ଲିଖିତ ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦେଇଛି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ କି ବିଭାଗ ତରଫରୁ କୌଣସି ସମାଧାନ ହୋଇ ପାରିନାହିଁ କହିବା ସହ ଅବ୍ୟବସ୍ଥା କଥା କୁ ସ୍ୱୀକାର କରିଛନ୍ତି l ନୂତନ ଭାବରେ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ଯୋଗ ଦେଇଥିବା ଆଲୋକ ପ୍ରଧାନ ଙ୍କୁ ପଚାରିବାରୁ ଗତକାଲି ଫିରିଙ୍ଗିଆ ରେ ଯୋଗ ଦେଇଛି ଏଇ ଘଟଣା ବିଷୟରେ ପଚାରି କିଭଳି ସମାଧାନ ହୋଇ ପାରିବ ସେ ନେଇଁ ବ୍ୟବସ୍ଥା କରିବି ବୋଲି କହିଛନ୍ତି l ଅନ୍ୟପଟେ ବିଦ୍ୟାଳୟ ର ସମସ୍ୟା ସମାଧାନ ନ ହେଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିବୁ ବୋଲି କହିଛନ୍ତି ସିପାଞ୍ଜିରୀ ଗ୍ରାମ ବାସୀ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.