ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ଶହୀଦ ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧ ଦିବସ ପାଳିତ

Published By : Harapriya Sethi | December 6, 2024 12:35 PM

ପୁରୀ,୦୬/୧୨: ଶହୀଦ ଜୟୀ ରାଜଗୁରୁ ଥିଲେ ବୀରତ୍ୱ, ସାହସ, ତ୍ୟାଗ, ସ୍ବାଭିମାନ ଓ ଦେଶପ୍ରେମର ମୂର୍ତ୍ତିମନ୍ତ ପ୍ରତୀକ। ତାଙ୍କ ଆଦର୍ଶ ଯୁଗ ଯୁଗ ପାଇଁ ମାନବ ସମାଜକୁ ପ୍ରେରଣା ଦେଇ ଚାଲିଥିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା। ଶୁକ୍ରବାର ପୂର୍ବାହ୍ନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜୟୀ ରାଜଗୁରୁ ସ୍ମୃତି ପରିଷଦ ଓ ଶ୍ରୀ ଗୋପିନାଥ ଦେବସ୍ଥାନ ସମିତି ପକ୍ଷରୁ ବୀର ହରେକୃଷ୍ଣପୁର ଗ୍ରାମ ଠାରେ ଶହୀଦ ଜୟୀ ରାଜଗୁରୁଙ୍କ ୨୧୯ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଜୟୀ ରାଜଗୁରୁ ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ଭାବେ ଯେଉଁ ତ୍ୟାଗ ଓ ବଳିଦାନ ଦେଇଛନ୍ତି ତାହା ଅନନ୍ୟ ଓ ଅବିସ୍ମରଣୀୟ । 

ଏହି ଗ୍ରାମରେ ଜନ୍ମ ହୋଇ ସେ ଏ ମାଟିର ସୁଯୋଗ୍ୟ ସନ୍ତାନ ଭାବେ ପ୍ରମାଣିତ ହୋଇଛନ୍ତି । ତାଙ୍କ କାର୍ଯ୍ୟଧାରା ଓ ଆଦର୍ଶକୁ ଅଧିକ ପ୍ରଚାର, ପ୍ରସାର କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସେ ଆହ୍ୱାନ ଦେଇଥିଲେ । ସଦର ବିଡିଓ ସମ୍ବିତ ଶତପଥୀ ଆଜିର ଦିବସରେ ଶହୀଦ ହୋଇଥିବା ଜୟୀ ରାଜଗୁରୁଙ୍କ ଦେଶପ୍ରୀତି ଅତୁଳନୀୟ ବୋଲି କହିବା ସହ ବର୍ତ୍ତମାନ ଓ ଭବିଷ୍ୟତର ପିଢି ତାଙ୍କ ଆଦର୍ଶ ଓ ଦେଶସେବାରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଜୟୀ ରାଜଗୁରୁଙ୍କ ସ୍ମୃତି ରକ୍ଷା ଓ ଏହି ପୀଠର ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ମହାନ ଦେଶଭକ୍ତ ବୀରଙ୍କ ସ୍ମୃତି ଚାରଣ ଓ ତାଙ୍କ ସମ୍ପର୍କରେ ଆଲୋଚନା ତାଙ୍କ ବିରଳ ବ୍ୟକ୍ତିତ୍ୱକୁ ଅଧିକ ଲୋକାଭିମୁଖୀ କରିବ ବୋଲି ସେ ମତ ଦେଇଥିଲେ । 

ସମିତି ସଭ୍ୟ ଅଜୟ କୁମାର ପ୍ରଧାନ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶ୍ରୀ ଗୋପିନାଥ ଦେବସ୍ଥାନ ସମିତିର ସଭାପତି ଭାସ୍କର ନାରାୟଣ ରଥ ସଭାପତିତ୍ୱ କରିବା ସହ ସଂଧ୍ୟାରେ ଏକ ସାଧାରଣ ସଭାର ଆୟୋଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି ବୋଲି ସୂଚନା ଦେଇଥିଲେ। ସମ୍ପାଦକ ପ୍ରକୃତି ପ୍ରସାଦ ମିଶ୍ର, ଜୟୀ ରାଜଗୁରୁ ସ୍ମୃତି ପରିଷଦର ସଂପାଦକ ଡଃ ଜଟାଧାରୀ ମିଶ୍ର, ଶହୀଦ ଜୟୀ ରାଜଗୁରୁ କ୍ଳବ ସଭାପତି ଶକ୍ତିପ୍ରସାଦ ମିଶ୍ର, ରବିନାରାୟଣ ମିଶ୍ର, ସନ୍ନମୟ ମିଶ୍ର, ପ୍ରଭାତ କୁମାର ମହାପାତ୍ର, ଦୀପକ କୁମାର ଦାଶ, ଅଶୋକ ରଥ, ଦାସରଥୀ ନନ୍ଦ, ବିଷ୍ଣୁ ପ୍ରସାଦ ମହାପାତ୍ର, ଚନ୍ଦ୍ର ଶେଖର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ପୂର୍ବରୁ ବୀର ହରେକୃଷ୍ଣପୁର ବଜାର ସ୍ଥିତ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ । ଗ୍ରାମ ନିକଟସ୍ଥ ଲୋକନାଥ ମନ୍ଦିର ପୁଷ୍କରିଣୀ ଠାରେ ସାମୁହିକ ତିଳତର୍ପଣ କରାଯାଇଥିଲା । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦତ୍ତ ଏବଂ ଗ୍ରାମବାସୀଙ୍କ ସହଯୋଗରେ ସଂକୀର୍ତ୍ତନ, ଘୋଡାନାଚ ପରିବେଷଣ କରାଯାଇଥିଲା। ପ୍ରତ୍ୟୁଷରୁ ରେଲୱେ ଷ୍ଟେସନ ଠାରେ ଥିବା ଶହୀଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସଂଗଠନ ଓ ବ୍ୟକ୍ତିଙ୍କ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.