ସନାତନ ଧର୍ମରେ, ଗଛ-ଲତାକୁ ଦିବ୍ୟ ଶକ୍ତିର ଉତ୍ସ ଭାବରେ ବିବେଚନା କରାଯାଏ । ଏଥିସହ ଅନେକ ଗଛକୁ ବାସ୍ତୁଶାସ୍ତ୍ରରେ ପବିତ୍ର ବୋଲି ବିବେଚନା କରାଯାଏ । ସେହି ଗଛ ଗୁଡ଼ିକୁ ଘରେ ଲଗାଇବା ଓ ପୂଜା କରିବା ଦ୍ୱାରା ସୁଖ ଏବଂ ସମୃଦ୍ଧ ମିଳିଥାଏ । ତେବେ ସେଥି ମଧ୍ୟରୁ ଶାମି ଗଛ ଅନ୍ୟତମ । ଶାମି ଗଛ କେବଳ ଧାର୍ମିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଏହା ଔଷଧୀୟ ଗୁଣରେ ମଧ୍ୟ ପରିପୂର୍ଣ୍ଣ । ଏହି ଗଛଟି ଭଗବାନ ଶିବ ଏବଂ ଶନି ଦେବଙ୍କ ସହ ଜଡିତ, ତେଣୁ ଏହାକୁ ଘରେ ସୁଖ, ସମୃଦ୍ଧି ଏବଂ ଶାନ୍ତି ପାଇଁ ଲଗାଯାଏ ।ଶିବ ପୁରାଣରେ ଶାମି ଗଛର ଅନେକ ଉପଚାର ବିଷୟରେ ବର୍ଣ୍ଣିତ ହୋଇଛି। ତେବେ ଆସନ୍ତୁ ଜାଣିବା ଶାମି ଗଛ ସହିତ ଜଡିତ କିଛି ଉପଚାର ବିଷୟରେ।
ରୋଗରୁ ମୁକ୍ତି:ଯଦି ଆପଣ ବହୁଦିନ ଧରି କୌଣସି ରୋଗରେ ପୀଡିତ ଅଛନ୍ତି, ତେବେ ପାଣିରେ କ୍ଷୀର ମିଶାଇ ଶାମି ଗଛକୁ ଅର୍ପଣ କରନ୍ତୁ । ଏହି ସମୟରେ 'ଅବଧୂତେଶ୍ବର ମହାଦେବ'ଙ୍କ ନାମ ଜପ କରନ୍ତୁ ।
ଆର୍ଥିକ ଲାଭ ପାଇଁ:ଶନିବାର ଦିନ, ସକାଳେ ସ୍ନାନ କରିବା ପରେ, ଶାମି ଗଛକୁ ପୂଜା କରନ୍ତୁ । ଏହାର ଗୋଟିଏ ପତ୍ର ଆଣି ଆପଣଙ୍କ ପର୍ସରେ ରଖନ୍ତୁ । ଏହା ଆପଣଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ ଏବଂ ଆର୍ଥିକ ଲାଭର ସମ୍ଭାବନା ସୃଷ୍ଟି କରିଥାଏ ।
ଋଣରୁ ମିଳିବ ମୁକ୍ତି: ଯଦି ଆପଣ ବହୁତ ଦିନ ଧରି ଋଣ ସମସ୍ୟାରେ ବୁଡ଼ି ରହିଛନ୍ତି, ତେବେ ଶନିବାର ଦିନ ଶାମି ଗଛକୁ ବିଧିପୂର୍ବକ ପୂଜା କରନ୍ତୁ। ଏହି ସମୟରେ, ଶାମି ଗଛ ପାଖରେ କଳା ବିରି ଏବଂ ରାଶି ଅର୍ପଣ କରନ୍ତୁ ।
ଶନି ଦେବଙ୍କ ଆଶୀର୍ବାଦ:ସୋମବାର କିମ୍ବା ଶନିବାର ଦିନ ଶାମି ଗଛର ଡାଳରେ ଲାଲ ଓ ହଲଦିଆ ରଙ୍ଗ ମିଶା ସୂତା ବାନ୍ଧନ୍ତୁ । ଏହି ଉପାୟ କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୁଅନ୍ତି ଏବଂ ତାଙ୍କର ଆଶୀର୍ବାଦ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ କରାଯାଏ ।
କ୍ୟାରିୟରରେ ସଫଳତା:ଯଦି ଆପଣ କ୍ୟାରିୟର ଏବଂ ବ୍ୟବସାୟରେ ସଫଳତା ପାଇବାକୁ ଚାହୁଁଛନ୍ତି, ତେବେ ଶନିବାର ଦିନ ଶାମି ଗଛକୁ ଜଳ ଅର୍ପଣ କରନ୍ତୁ । ଏହା ଆପଣଙ୍କୁ ଆପଣଙ୍କ କ୍ୟାରିୟରରେ ମନ ମୁତାବକ ସଫଳତା ଆଣିଦେବ ।