ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଢେଙ୍କାନାଳ ସହରରେ ସିରିଜ୍ ଲୁଟ୍, ଏକାଧିକ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

Published By : Rasmita Pradhan | June 18, 2025 1:42 PM

ଢେଙ୍କାନାଳ,୧୮/୬: ଢେଙ୍କାନାଳ ସହରରେ ସିରିଜ୍ ଲୁଟ୍। ମଙ୍ଗଳବାର ରାତିରେ ଏକାଧିକ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ। କଣ୍ଟାନାଳୀ ବାଇପାସ୍‌ରେ ସୁଧାଂଶୁ ଧଳଙ୍କ ଘରୁ ଝରକା ଭାଙ୍ଗି ସୁନା ଅଳଙ୍କାର ଚୋରି କରିନେଇଥିବା ବେଳେ ନିକଟରେ ଅନ୍ୟ ୨ଟି ଘରୁ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, କଣ୍ଟାନାଳୀ ବାଇପାସ୍‌ରେ ଥିବା ସୁଧାଂଶୁ ଧଳଙ୍କ ପରିବାର ଦୁଇ ତିନି ଦିନ ହେବ କୌଣସି କାମରେ ବାହାରକୁ ଯାଇଥିଲେ। ମଙ୍ଗଳବାର ରାତିରେ କିଛି ଦୁର୍ବୃତ୍ତ ତାଙ୍କ ଘର ପଛ ପାର୍ଶ୍ଵ ଗ୍ରୀଲ ତାଡି ଗଡ୍ରେଜ୍ ତାଲା ଭାଙ୍ଗି ସୁନା ଗହଣା ଲୁଟି ନେଇଛନ୍ତି। ଆଜି ସକାଳୁ ପଡୋଶୀ ଗ୍ରୀଲ୍ ଭଙ୍ଗା ଯାଇଥିବା ଦେଖି ଚୋରି ହୋଇଥିବା ଖବର ଦେଇଥିଲେ। ସୁଧାଂଶୁଙ୍କ ପରିବାର ପହଞ୍ଚିବା ପରେ ଗଡ୍ରେଜ୍‌ରେ ଥିବା ସୁନା ହାର, କାନଫୁଲ ୪ ହଳ, ଚୁଡ଼ି ସମେତ କିଛି ଟଙ୍କା ଚୋରି ହୋଇଯାଇଥିବା ଜଣାପଡିଥିଲା।

ସେହିପରି ସୁଧାଂଶୁଙ୍କ ଘର ନିକଟ ଶୁଶାନ୍ତ ବେହେରା ଓ ବିଶ୍ୱମ୍ବର ସାହୁଙ୍କ ଘରୁ ମଧ୍ୟ ଚୋରି ହୋଇଛି। ଶୁଶାନ୍ତ ସମ୍ବଲପୁର ଯାଇଥିବାରୁ ତାଙ୍କ ଘର ତାଲା ପଡ଼ିଥିଲା। ଦୁର୍ବୃତ୍ତମାନେ ତାଙ୍କ ଘରକୁ ମଧ୍ୟ ଟାର୍ଗେଟ୍ କରିଥିଲେ। ଏନେଇ ତାଙ୍କୁ ଖବର ଦିଆଯାଇଥିଲେ ସୁଦ୍ଧା ଖବର ଲେଖାହେବା ସୁଦ୍ଧା ସେମାନେ ଘରେ ପହଞ୍ଚି ନଥିବାରୁ କ’ଣ ଚୋରି ହୋଇଛି ତାହା ଜଣାପଡିନାହିଁ । ପୁଲିସ ପହଞ୍ଚି ତଦନ୍ତ କରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.