ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ସିନିୟର ମହିଳା ଜାତୀୟ ଫୁଟବଲ, ଆସନ୍ତା ୧୯ରେ ଲଦାଖକୁ ଭେଟିବ ଓଡ଼ିଶା ଟିମ୍

କଟକ/ଭୁବନେଶ୍ୱର,୧୭/୧୦: ୨୯ତମ ସିନିୟର ମହିଳା ଜାତୀୟ ଫୁଟବଲ ଚାମ୍ପିଅନସିପ୍‌ରେ ଆସନ୍ତା ୧୯ ତାରିଖରୁ ଓଡ଼ିଶା ଅଭିଯାନ ଆରମ୍ଭ କରିବ ।  ପ୍ରଥମ ମ୍ୟାଚ୍‌ରେ ଦଳ ଲଦାଖକୁ ଭେଟିବ । ସେହିପରି ଗ୍ରୁପ୍‌-ଏଫ୍‌ର ଦ୍ୱିତୀୟ  ମ୍ୟାଚ୍‌ ୨୧ରେ ଅରୁଣାଚଳ ପ୍ରଦେଶକୁ ଏବଂ ୨୩ରେ ମଧ୍ୟପ୍ରଦେଶକୁ ଭେଟିବାର  ସୂଚୀ ରହିଛି । ବୁଧବାର କୋଚ ଗୀତାଞ୍ଜଳି ଖୁଣ୍ଟିଆଙ୍କ ନେତୃତ୍ୱରେ ୨୨ ଜଣିଆ ଓଡ଼ିଶା  ଦଳ ଆନ୍ଧ୍ର ପ୍ରଦେଶ ଯାତ୍ରା କରିଛି । ଦଳର ସଫଳତା କାମନା କରି ଫାଓ ସଭାପତି  ସୀମର ଦେ ଏବଂ ସମ୍ପାଦକ ଆଶୀର୍ବାଦ ବେହେରା ଶୁଭେଚ୍ଛା ଜଣାଇଛନ୍ତି । 

ଓଡ଼ିଶା ଦଳ: ଗୋଲକିପର-ସୁସ୍ମିତା ପୁନ ଓ ମଞ୍ଜୁ ଗଞ୍ଜୁ । ଡିଫେଣ୍ଡର-ରାଣୀ  ବାଗ, ପ୍ରଜ୍ଞା କିଷାନ, ଅମ୍ବୃତା ନାୟକ, ସୁଲେଖା କଅଁର, ସୁବାସିନୀ ସାହା,  ଶ୍ରଦ୍ଧାଞ୍ଜଳି ପଣ୍ଡା, ଶିବାନୀ ମୁଣ୍ଡାରୀ । ମିଡଫିଲ୍ଡର- ପ୍ରିୟାସା ସର୍କାର, ଯାହ୍ନବୀ  କିଷାନ, ଇପ୍ସିତା ରାଉତ, ମୁନିକା ମିଞ୍ଜ, ଦୀପା ନାୟକ ଏବଂ ଫରୱାର୍ଡଲକ୍ଷ୍ମୀପ୍ରିୟା ଲେଙ୍କା, ସୁଭଦ୍ରା ସାହୁ, ସତ୍ୟବତୀ ଖାଡ଼ିଆ, ମାଳତୀ ମୁଣ୍ଡା, ମନୀଷା  ନାଏକ, ପ୍ୟାରୀ ଖା ଖା, ପ୍ରତିମା ଓରାମ ଓ ପୁଷ୍ପାଶ୍ରୀ ମୁଣ୍ଡା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.