ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଦିଲ୍ଲୀ କ୍ୟାପିଟାଲ୍ସକୁ ମିଳିଲା ନୂଆ ମୁଖ୍ୟ କୋଚ୍, କ୍ରିକେଟ ନିର୍ଦ୍ଦେଶକ ହେଲେ ଏହି ଖେଳାଳୀ

ନୂଆଦିଲ୍ଲୀ, ୧୭/୧୦ : ଦିଲ୍ଲୀ କ୍ୟାପିଟାଲ୍ସର ଟିମକୁ ନୂଆ ମୁଖିଆ କୋଚ୍ ମିଳି ଯାଇଛି । ସେ ଆଉ କେହି ନୁହେଁ ବରଂ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ହେମାଙ୍ଗ ବଦାନୀ ଅଟନ୍ତି । ଏହା ବ୍ୟତୀତ ଫ୍ରାଞ୍ଚାଇଜ ପୂର୍ବତନ ଭାରତୀୟ ବ୍ୟାଟର ବେଣୁଗୋପାଳ ରାଓଙ୍କୁ ନିଜ କ୍ରିକେଟ ନିର୍ଦ୍ଦେଶକ ନିଯୁକ୍ତ କରିଛନ୍ତି । ବଦାନୀଙ୍କ ପୂର୍ବରୁ ଟିମର ମୁଖ୍ୟ କୋଚ୍ ଅଷ୍ଟେ୍ରଲିଆର ପୂର୍ବତନ କ୍ରିକେଟର ରିକି ପଣ୍ଟିଂ ଥିଲେ । ମାତ୍ର ଆଗାମୀ ସିଜନ ପୂର୍ବରୁ ସେ ମୁଖ୍ୟ ପଦରୁ ଇସ୍ତଫା ଦେଇ ଦେଇଛନ୍ତି । ତାଙ୍କ ପରେ ଫ୍ରାଞ୍ଚାଇଜ ବଦାନୀକୁ ନିଜ ମୁଖ୍ୟ କୋଚ୍ ନିଯୁକ୍ତ କରିଛି ।

ହେମାଙ୍ଗ ବଦାନୀଙ୍କ ପୂର୍ବରୁ ରିକି ପଣ୍ଟିଂ ପୂର୍ବ ୭ବର୍ଷରୁ ଟିମର ଦେଖାରଖା କରୁଥିଲେ । ତାଙ୍କ ନେତୃତ୍ବରେ ଟିମର ପ୍ରଦର୍ଶନ ବି ଭଲ ଥିଲା।  କିନ୍ତୁ ତାଜ୍ ଜିତି ନ ପାରିବା କାରଣରୁ କେଉଁଠି ନା କେଉଁଠି ପ୍ରାଞ୍ଚାଇଜ ତାଙ୍କଠାରେ ଅସନ୍ତୁଷ୍ଟ ଥିଲା । ଖାଲି ଏତିକି ନୁହେଁ ବରଂ ସୌରଭ ଗାଙ୍ଗୁଲି ବି ଛାଡ଼ି ସାରିଛନ୍ତି । ତାଙ୍କ ସ୍ଥାନରେ ବେଣୁଗୋପାଳ ରାଓ ପଦ ସମ୍ଭାଳିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.