ପ୍ରମୂଖ ଖବର
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ସଦର୍ଣ୍ଣ ସୁପରଷ୍ଟାର୍ସ ଲିଜେଣ୍ଡସ ଲିଗ୍‌ ଚାମ୍ପିଅନ୍, କୋଣାର୍କ ସୂର୍ଯ୍ୟସକୁ ସୁପର ଓଭରରେ ହରାଇଲା

ଶ୍ରୀନଗର,୧୭/୧୦: ସଦର୍ଣ୍ଣ ସୁପରଷ୍ଟାର୍ସ ସୁପର ଓଭରରେ କୋଣାର୍କ ସୂର୍ଯ୍ୟସ ଓଡ଼ିଶାକୁ ହରାଇ ଲିଜେଣ୍ଡସ ଲିଗ୍‌  କ୍ରିକେଟ୍‌ରେ ଚାମ୍ପିଅନ ହୋଇଛି । ଫାଇନାଲ  ମ୍ୟାଚ୍‌ ବେଶ ଚିତାକର୍ଷକ ହୋଇଥିଲା ।  ପ୍ରଥମେ ବ୍ୟାଟିଂ କରି ସୁପରଷ୍ଟାର୍ସ ୬  ୱିକେଟ୍‌ରେ ୧୬୪ ରନ୍‌ କରିଥିଲା । ଜବାବରେ କୋଣାର୍କ ସୂର୍ଯ୍ୟସ ନିର୍ଦ୍ଧାରିତ  ଓଭରରେ ୯ ୱିକେଟ୍‌ରେ ସମାନ ରନ  ସଂଗ୍ରହ କରିବା ପରେ ଖେଳ ସୁପର  ଓଭରକୁ ଯାଇଥିଲା 

ସୁପର ଓଭରରେ କୋଣାର୍କ ସୂର୍ଯ୍ୟସ  ପ୍ରଥମେ ବ୍ୟାଟିଂ କରି ୧ ୱିକେଟ୍‌ରେ ୧୩  ରନ୍‌ କରିଥିଲା । ୟୁସୁଫ ପଠାନ ଗୋଟିଏ  ଛକା ମାରିଥିଲେ । ଜବାବରେ ମାର୍ଟିନ ଗୁପ୍ତିଲ ଓଭରର ପ୍ରଥମ ୨ଟି ବଲରେ ୨ଟି ବିଶାଳ ଛକା ମାରି ସୁପରଷ୍ଟାର୍ସର ବିଜୟ ସହଜ  କରିଥିଲେ । ତୃତୀୟ ବଲରେ ସେ ଆଉଟ୍‌ ହୋଇଥିଲେ । ପରେ ପୱନ ନେଗି ଓ  ଚିରାଗ ଗାନ୍ଧୀ ଦଳକୁ ଜିତାଇଥିଲେ ।  

କୋଣାର୍କ ସୂର୍ଯ୍ୟସ ଅଧିନାୟକ  ଇରଫାନ ପଠାନ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି  ନେଇଥିଲେ । ସଦର୍ଣ୍ଣ ସୁପରଷ୍ଟାର୍ସ ଓପନର  ଶ୍ରୀବତ୍ସ ଗୋସ୍ୱାମୀ ଖାତା ଖୋଲି ପାରିନଥିଲେ ।  ପରେ ହାମିଲଟନ ମାସାକାଡଜା ଖେଳିଥିଲେ  ଚମତ୍କାର ଅର୍ଦ୍ଧଶତକୀୟ ଇନିଂସ । ସେ  ୫୮ ବଲରୁ ୮ ଚୌକା ଓ ୫ ଛକା ସହ  କରିଥିଲେ ୮୩ ରନ୍‌ । ସେହିପରି ମାର୍ଟିନ  ଗୁପ୍ତିଲ ୨୭ ଓ ପୱନ ନେଗିଙ୍କ ୩୩ ରନ  ସହାୟତାରେ ଦଳ ୬ ୱିକେଟ୍‌ ହରାଇ ୧୬୪  ରନ୍‌ କରିଥିଲା । ଦିଲସାନ ମୁନାବୀରା ୪ଟି  ୱିକେଟ୍‌ ନେଇଥିଲେ । 

ବିଜୟ ଲକ୍ଷ୍ୟକୁ ପିଛା କରି କୋଣାର୍କ  ସୂର୍ଯ୍ୟସ କିନ୍ତୁ ଆରମ୍ଭରୁ ବିପର୍ଯ୍ୟୟର ଶିକାର  ହୋଇଥିଲା । ଓପନର ରିଚାର୍ଡ ଲେଭି ୧୬,  ଦିଲସାନ ୧୧, କେଭିନ ଓ’ବ୍ରାଏନ ୧୭ ଏବଂ ଅଧିନାୟକ ଇରଫାନ ୩ ରନ୍‌ କରି  ଫେରିଥିଲେ । ୟୁସୁଫ ପଠାନ ହିଁ ଦଳର ରକ୍ଷା  କବଜ ସାଜିଥିଲେ। ସେ ଏକାକୀ କ୍ରିଜରେ  ଛିଡ଼ା ହୋଇ ଦଳକୁ ବିଜୟ ନିକଟତର  କରାଇଥିଲେ । ୧୯ ଓଭରରେ ୟୁସୁଫ  ୪ଟି ଛକା ଓ ଗୋଟିଏ ଚୌକା ମାରି ଖେଳ  ଓଲଟପାଲଟ କରି ଦେଇଥିଲେ । ଅନ୍ତିମ  ଓଭରରେ କୋଣାର୍କ ବିଜୟ ପାଇଁ ୭ ରନ୍‌  ଆବଶ୍ୟକ କରୁଥିଲା । ମାତ୍ର ଓଭରର ଅନ୍ତିମ  ବଲରେ ୟୁସୁଫ ୨ ରନ୍‌ ନେବାକୁ ଯାଇ  ରନ୍‌ ଆଉଟ୍‌ ହୋଇଥିଲେ । କୋଣାର୍କ ୯ ୱିକେଟ୍‌ରେ ୧୬୪ ରନ୍‌ ସଂଗ୍ରହ କରିବା  ଫଳରେ ମ୍ୟାଚ୍‌ ସୁପର ଓଭରକୁ ଯାଇଥିଲା ।  ୟୁସୁଫ ୩୮ ବଲରୁ ୬ଟି ଚୌକା ଓ ୮ଟି  ଛକା ମାରି ୮୫ ରନ୍‌ କରିଥିଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.