ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ପ୍ରଥମ ଟେଷ୍ଟର ଦ୍ବିତୀୟ ଦିନ ନିଜ ନାଁରେ କଲା ନ୍ୟୁଜିଲାଣ୍ଡ, ୧୩୪ ରନ୍‌ରେ ଆଗୁଆ

Image Courtesy: espncricinfo

ବେଙ୍ଗାଲୁରୁ: ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡର ଦବଦବା ଦେଖିବାକୁ ମିଳିଛି । ଏଠାରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ଦ୍ଵିତୀୟ ଦିନର ଖେଳ ନ୍ୟୁଜିଲାଣ୍ଡ ନାଁରେ ରହିଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଘରୋଇ ମାଟିରେ ସବୁଠୁ ସର୍ବନିମ୍ନ ୪୬ ରନ କରି ଅଲଆଉଟ୍ ହୋଇଛି । ଜବାବରେ କିଓ୍ଵି ଦଳ ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ୩ ଓ୍ଵିକେଟ୍ ହରାଇ ୧୮୦ ରନ କରି ଦୃଢ ସ୍ଥିତିରେ ରହିଛି । ରଚିନ ରବୀନ୍ଦ୍ର ୨୨ ରନ ଓ ଡାରିଲ ଚିଚେଲ୍ ୧୪ ରନ କରି କ୍ରିଜରେ ଅଛନ୍ତି । 

ନ୍ୟୁଜିଲାଣ୍ଡ ହାତରେ ଆଉ ୭ ଓ୍ଵିକେଟ୍ ଥାଇ ୧୩୪ ରନର ଅଗ୍ରଣୀ ହାସଲ କରିଛି । ଭ୍ରମଣକାରୀ ଦଳ ପକ୍ଷରୁ ଡେଭନ କନଓ୍ଵେ ୯୧ ରନର ଦମଦାର ଇନିଂସ ଖେଳି ଆଉଟ୍ ହୋଇଛନ୍ତି । ବେଙ୍ଗାଲୁରୁ ଟେଷ୍ଟରେ ଏବେ ବ୍ୟାକଫୁଟରେ ଭାରତୀୟ ଦଳ । ଭାରତ ପ୍ରଥମ ଇନିଂସରେ ୪୬ ରନରେ ଅଲଆଉଟ୍ ହେବା ପରେ ନ୍ୟୁଜିଲାଣ୍ଡ ଦୃଢତାର ସହ ବ୍ୟାଟିଂ ଆରମ୍ଭ କରିଛି। ଦୁଦଇ ଓପନର ଟମ୍ ଲାଥମ ଓ ଡେଭନ କନଓ୍ଵେ ପ୍ରଥମ ଓ୍ଵିକେଟରେ ୬୭ ରନ ଯୋଡ଼ିଥିଲେ । ଟମ ଲାଥମ(୧୫)ଙ୍କୁ ଆଉଟ୍ କରି କୁଲଦୀପ ଯାଦବ ଭାରତକୁ ପ୍ରଥମ ସଫଳତା ଦେଇଥିଲେ । 

ଅନ୍ୟପଟେ ଡେଭନ କନଓ୍ଵେ ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ଏବଂ ଓ୍ଵିଲ ୟଙ୍ଗ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୭୫ ରନ ଯୋଡ଼ି ଦଳର ସ୍ଥିତି ମଜବୁତ କରିଥିଲେ । ଓ୍ଵିଲ ୟଙ୍ଗ ୩୩ ରନ କରି ପାଭିଲିୟନ ଫେରିଥିଲେ । ଯେଉଁ ପିଚରେ ଭାରତୀୟ ବ୍ୟାଟର ସକାଳେ ପ୍ରତି ରନ ପାଇଁ ସଂଘର୍ଷ କରିଥିଲେ ସେଠି ଡେଭନ କନଓ୍ଵେ ଦ୍ରୁତ ବ୍ୟାଟିଂ କରି ୧୦୫ ବଲରୁ ୯୧ ରନ କରିଥିଲେ । ଏହା ପରେ ରଚିନ ରବୀନ୍ଦ୍ର ଓ ଡାରିଲ ମିଚେଲ୍ ଦଳର ଆଉ କୌଣସି କ୍ଷତି ହେବାକୁ ଦେଇ ନ ଥିଲେ। ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୩ ଓ୍ଵିକେଟ୍ ହରାଇ ୧୮୦ ରନ କରି ଛି। ବୋଲିଂରେ ଭାରତ ପକ୍ଷରୁ କୁଲଦୀପ ଯାଦବ, ରବିଚନ୍ଦ୍ରନ ଅଶ୍ଵିନ ଓ ରବୀନ୍ଦ୍ର ଜାଡ଼େଜା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

 

  • Team India
  • Indian cricket team
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.