ପ୍ରମୂଖ ଖବର
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ବିଶ୍ବକପ୍‌ରେ ଖେଳାଳିଙ୍କୁ ମାରିଥିଲେ ଚାପୁଡା, ଏବେ ବିଦା ହେଲେ ବାଂଲାଦେଶ କ୍ରିକେଟ ଟିମ୍‌ର ହେଡ୍ କୋଚ୍

ନୂଆଦିଲ୍ଲୀ,୧୫।୧୦: ଖେଳାଳିଙ୍କୁ ଚାପୁଡି ମାରି ବିଦା ହେଲେ ହେଡ୍‌କୋଚ୍।  ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ଅନୁଚିତ ଆଚରଣ ପାଇଁ ପୁରୁଷ ଟିମ୍‌ର ମୁଖ୍ୟ କୋଚ୍‌ ଚଣ୍ଡିକା ହଥୁରୁସିଙ୍ଘାଙ୍କୁ ନିଲମ୍ବିତ କରିଛନ୍ତି।  ଗତ ବର୍ଷ ଭାରତରେ ଖେଳାଯାଇଥିବା ଦିନିକିଆ ଓ୍ବାର୍ଲ୍ଡକପ୍‌ ବେଳେ ଜଣେ ଖେଳାଳିଙ୍କୁ ସେ ଚାପୁଡା ମାରିଥିବାର ଅଭିଯୋଗ ରହିଛି। ଶ୍ରୀଲଙ୍କାର ପୂର୍ବତନ ଅଲରାଉଣ୍ଡର ହଥରୁସିଙ୍ଘା କୋଚ୍ ଥିବା ବେଳେ ବାଂଲାଦେଶକୁ ନିକଟରେ ଭାରତ ବିପକ୍ଷ ଟେଷ୍ଟ ଓ ଟି-୨୦ ସିରିଜର ସବୁ ମ୍ୟାଚ୍‌ ହାରିବାକୁ ପଡିଥିଲା। ବିସିବି ତାଙ୍କ ସ୍ଥାନରେ ଓ୍ବେଷ୍ଟଇଣ୍ଡିଜର ପୂର୍ବତନ ଖେଳାଳି ଫିଲ୍ ସିମନ୍ସଙ୍କୁ ନିଯୁକ୍ତି ଦେବା ନେଇ ନିଷ୍ପତ୍ତି ନେଇଛି। ଯିଏକି ଆଗାମୀ ଚମ୍ପିଆନ୍ସ ଟ୍ରଫି ପର୍ଯ୍ୟନ୍ତ ଏହି ପଦ ସମ୍ଭାଳିବେ।

ଇଏସ୍‌ପିଏଫ୍ କ୍ରିକ୍‌ ଇନଫୋର ସୂଚନା ଅନୁସାରେ, ବାଂଲାଦେଶର ମୁଖ୍ୟ କୋଚ୍ ଚଣ୍ଡିକା ହଥୁରୁସିଙ୍ଘାଙ୍କୁ ଗତ ବର୍ଷ ଓ୍ବାନଡେ ବିଶ୍ବକପ୍ ବେଳେ ଜଣେ ଖେଳାଳିଙ୍କୁ ଚାପୁଡା ମାରିବା ଅଭିଯୋଗ ରେ ନିଲମ୍ବିତ କରିଛି। ନିଲମ୍ବର ୪୮ ଘଣ୍ଟା ପରେ ତାଙ୍କର  କନଟ୍ରାକ୍ଟ ଶେଷ ହୋଇଯିବ। ଫିଲ୍ ସିମନ୍ସ ଆସନ୍ତା ବର୍ଷ ଚମ୍ପିୟାନ୍ସ ଟ୍ରଫି ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିବେ।’

ବିସିବିର ଜଣେ ଖେଳାଳି ଏହି ଅଭିଯୋଗର ଯାଞ୍ଜ କରିଛନ୍ତି। ଗତ ବର୍ଷ ଓ୍ବାର୍ଲ୍ଡକପ୍‌ ବେଳେ କୋଚ୍ ତାଙ୍କୁ ଚାପୁଡା ମାରିଥିଲେ। ହଥୁରୁସିଙ୍ଘାଙ୍କ କନଟ୍ରାକ୍ଟ ୨୦୨୫ରେ ରେ ହେବାକୁ ଥିବା ଚମ୍ପିୟାନ୍ସ  ଟ୍ରଫି ପର୍ଯ୍ୟନ୍ତ ଥିଲା। ତେବେ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଓ ସରକାର ପରିବର୍ତ୍ତନ ପରେ ହେଡକୋଚ୍‌ ପଦ ଉପରେ ଖଣ୍ଡା ଝୁଲି ରହିଥିଲା। ବାଂଲାଦେଶରେ ଅଗଷ୍ଟରେ ସରକାର ପରିବର୍ତ୍ତନ ପରେ ବିସିବିରେ ମଧ୍ୟ ହୋଇଥିଲା ପରିବର୍ତ୍ତନ। 

ହଥୁରୁସିଙ୍ଘା ଅଗଷ୍ଟରେ କହିଥିଲେ, ସେ ୨୦୨୫ ପର୍ଯ୍ୟନ୍ତ ନିଜର କନଟ୍ରାକ୍ଟ ପୁରା କରିବାକୁ ଇଛୁକ ଅଛନ୍ତି। ଯଦି ବୋର୍ଡ ବଦଳିବାକୁ ଚାହେଁ ଓ ନୂଆ ଲୋକ ପରିବର୍ତ୍ତନ କରିବାକୁ ଚାହେଁ, ତେବେ ମୋର ଏନେଇ କୌଣସି ସମସ୍ୟା ନାହିଁ।ସେମାନେ ଚାହାନ୍ତି ଯଦି ମୁଁ(ପଦରେ) ରୁହେ, ତେବେ ଏହା ମୋ ପାଇଁ ଖୁସିର କଥା ଏଥିରେ ମୋର କୌଣସି ଅସୁବିଧା ନାହିଁ। ଉଲ୍ଲେଖନୀୟ ଯେ, ପୂର୍ବତନ କ୍ରିକେଟର ହଥୁରୁସିଙ୍ଘାଙ୍କୁ ୨୦୨୩ ଆରମ୍ଭରୁ ଦୁଇ ବର୍ଷ ପାଇଁ କନଟ୍ରାକ୍ଟରେ ବାଂଲାଦେଶର ସବୁ ଫର୍ମାଟର କୋଚ୍ ଭାବରେ ନିଯୁକ୍ତ କରାଯାଇଥିଲା। ୨୦୧୪-୧୭ ପରେ ବାଂଲାଦେଶର କୋଚ୍ ରୂପରେ ଏହା ହଥୁରୁସିଙ୍ଘାଙ୍କ ଦ୍ବିତୀୟ କାର୍ଯ୍ୟକାଳ ଥିଲା। ସେ ଏହା ଭିତରେ ଶ୍ରୀଲଙ୍କାକୁ ମଧ୍ୟ କୋଚିଂ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.