ନୂଆଦିଲ୍ଲୀ,୧୭/୧୦: ଆସନ୍ତା ବର୍ଷ ଭାରତରେ ପ୍ରଥମ ଖୋ ଖୋ ବିଶ୍ୱକପ୍ (ପୁରୁଷ ଓ ମହିଳା) ଆୟୋଜିତ ହେବ । ଖୋ ଖୋ ଫେଡେରେସନ୍ ଅଫ୍ ଇଣ୍ଡିଆ (କେକେଏଫ୍ଆଇ) ପକ୍ଷରୁ ବୁଧବାର ଏକ ସ୍ୱତନ୍ତ୍ର ଉତ୍ସବରେ ଏବିଷୟ ଘୋଷଣା ହୋଇଛି । ନୂଆଦିଲ୍ଲୀ ଠାରେ ଆଗାମୀ ଜାନୁଆରୀ ୧୩ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ୧୯ ତାରିଖ ଶେଷ ହେବ ।
ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ବିଶ୍ୱକପ୍ର ଲୋଗୋ ଏବଂ ଟ୍ୟାଗ୍ଲାଇନ୍ (ଅଦୱାର୍ଲ୍ଡଗୋଜ୍ଖୋ) ଉନ୍ମୋଚିତ ହୋଇଯାଇଛି । ଭାରତର ପାରମ୍ପରିକ କ୍ରୀଡ଼ା ହେଉଛି ଖୋ ଖୋ । ବିଶ୍ୱର ବିଭିନ୍ନ ଦେଶରେ ଏହି କ୍ରୀଡ଼ା ଖେଳାଯାଉଛି । ଭାରତ ପ୍ରଥମ ଥର ଖୋ ଖୋ ବିଶ୍ୱକପ୍ ଆୟୋଜନ କରିବାକୁ ଯାଉଛି । ଏଥିରେ ୨୪ଟି ଦେଶର କ୍ରୀଡ଼ାବିତ୍ ଭାଗ ନେବେ । ଉଭୟ ପୁରୁଷ ଓ ମହିଳା ବିଭାଗରେ ୧୬ଟି ଲେଖାଏଁ ଦଳ ବିଶ୍ୱକପ୍ ଟ୍ରଫି ପାଇଁ ଲଢ଼େଇ କରିବେ ।
କେକେଏଫ୍ଆଇ ଅଧ୍ୟକ୍ଷ ସୁଧାଂଶୁ ମିତ୍ତଲ କହିଥିଲେ ଯେ, ଖୋ ଖୋ ହେଉଛି ଆମ ଦେଶର ମାଟିର ଏକ ଖେଳ । ଆମେ ଏହା ଖେଳକୁ ମ୍ୟାଟ୍କୁ ଆଣି ବହୁତ ଗର୍ବିତ । ପ୍ରଥମେ ଅଲ୍ଟିମେଟ ଖୋ ଖୋ ଲିଗ୍ ମାଧ୍ୟମରେ ଏହି କ୍ରୀଡ଼ାର ପ୍ରଚାର ପ୍ରସାର କରିଥିଲୁ । ବର୍ତ୍ତମାନ ଖୋ ଖୋ ବିଶ୍ୱକପ୍ ଆୟୋଜନର ସମୟ ଆସିଛି ।’ ଇଜ୍ମାଇଁଟ୍ରିପ୍ ଖୋ ଖୋ ବିଶ୍ୱକପ୍ର ଅଫିସିଆଲ୍ ପାର୍ଟନର ଭାବେ ଚୁକ୍ତି ସ୍ୱାକ୍ଷର କରିଛ