ପ୍ରମୂଖ ଖବର
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ, ବେଙ୍ଗାଲୁରୁ ଚିନ୍ନାସ୍ଵାମୀରେ ଖେଳାଯିବ ମ୍ୟାଚ୍

ବେଙ୍ଗାଲୁରୁ,୧୬/୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଟେଷ୍ଟ । ଘରୋଇ ଦଳର ଲକ୍ଷ୍ୟ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ଉପରେ ରହିଛି । ତେଣୁ ଘରୋଇ ପରିବେଶ ଓ ସମର୍ଥନର ଫାଇଦା ଉଠାଇ ଭାରତ ବିଜୟ ପାଇଁ ସବୁ ଶକ୍ତି ଖଟାଇବାକୁ ଅପେକ୍ଷା କରିଛି । ଭାରତରେ ସର୍ବଦା ଉନ୍ନତ ପ୍ରଦର୍ଶନ କରୁଥିବା ନ୍ୟୁଜିଲାଣ୍ଡ ଗତ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜକୁ ଭୁଲି କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ରହିଛି । ଗତ ୨୦୨୧ ଭାରତ ଗସ୍ତ ସମୟରେ ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ ପରାଜିତ ହୋଇଥିଲା । ଘରୋଇ ଗ୍ରାଉଣ୍ଡ୍‌ରେ ଭାରତକୁ ହରାଇବା ସମ୍ଭବ ନୁହେଁ । ମାତ୍ର ନ୍ୟୁଜିଲାଣ୍ଡ ଖେଳାଳିମାନେ ଭାରତୀୟ ଗ୍ରାଉଣ୍ଡ୍‌ରେ ଖେଳିବାରେ ଅଭ୍ୟସ୍ତ । ଅଧିକାଂଶ ଖେଳାଳି ପ୍ରତିବର୍ଷ ଆଇପିଏଲ୍‌ ଖେଳିବା ପାଇଁ ଭାରତ ଆସୁଛନ୍ତି । ତେଣୁ ଭାରତକୁ କଡ଼ା ଟକ୍କର ଦେବା ପାଇଁ ନ୍ୟୁଜିଲାଣ୍ଡ ନିକଟରେ ଯଥେଷ୍ଟ ସାମର୍ଥ୍ୟ ରହିଛି । ଷ୍ଟାର ବ୍ୟାଟର କେନ ୱିଲିୟମସନ ସମ୍ପ୍ରତି ଆହତ ଥିବାବେଳେ ଟ୍ରେଣ୍ଟ ବୋଲ୍ଟଙ୍କ ଭଳି ଘାତକ ପେସ ବୋଲର ଟେଷ୍ଟ କ୍ରିକେଟ୍‌ ଖେଳୁନାହାନ୍ତି । ତେଣୁ ନ୍ୟୁଜିଲାଣ୍ଡ ପୂର୍ବ ଭଳି ସେତେ ସନ୍ତୁଳିତ ନୁହେଁ । ତଥାପି ଦଳରେ ଅନେକ ଅଭିଜ୍ଞ ଖେଳାଳି ରହିଛନ୍ତି । ରଚିନ ରବିନ୍ଦ୍ରଙ୍କ ଭଳି ଯୁବ ବ୍ୟାଟିଂ ବିସ୍ମୟ ମଧ୍ୟ ନିଜ ଜନ୍ମମାଟିରେ ଦମଦାର ପ୍ରଦର୍ଶନ କରିବାକୁ ଅପେକ୍ଷା କରିଛନ୍ତି । ଭାରତୀୟ ଦଳ ସବୁ ବିଭାଗରେ ଶକ୍ତିଶାଳୀ । କ୍ରମାନ୍ୱୟରେ ୬ଟି ଟେଷ୍ଟ ଜିତି ସାରିଥିବା ରୋହିତ ବାହିନୀ ଆଧିପତ୍ୟ ଜାରି ରଖିବାକୁ ବଦ୍ଧ ପରିକର । କେବଳ ଦୁଇ ଭେଟେରାନ ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଫର୍ମକୁ ନେଇ ଚିନ୍ତା ରହିଛି । ବାକି ସବୁ ଖେଳାଳି ଫର୍ମରେ ରହିଛନ୍ତି ଓ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଅପେକ୍ଷା କରିଛନ୍ତି ।

 ଟସ୍‌ ପୂର୍ବରୁ ଶେଷ ନିଷ୍ପତ୍ତି: ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ର ପିଚ୍‌ ପାରମ୍ପରିକ ଭାବେ ସ୍ପିନରଙ୍କ ସହାୟତା କରିଥାଏ । ପ୍ରଥମ ଟେଷ୍ଟ ପାଇଁ ପ୍ରସ୍ତୁତ କରାଯାଇଥିବା କଳା ମାଟି ପିଚ୍‌ରୁ ମଧ୍ୟ ସ୍ପିନରମାନେ ଫାଇଦା ଉଠାଇବେ । ମାତ୍ର ବର୍ଷା ଓ କୋହଲା ପାଗ ପେସ୍‌ ବୋଲରଙ୍କୁ ଯଥେଷ୍ଟ ସହାୟତା କରିବ । ଭାରତ ୩ପେସ୍‌ ବୋଲର ଓ ୨ ସ୍ପିନର ନେଇ ଖେଳିବା ଏକ ପ୍ରକାର ନିଶ୍ଚିତ । ନ୍ୟୁଜିଲାଣ୍ଡ ମଧ୍ୟ ପେସ୍‌ ବୋଲରଙ୍କ ଉପରେ ନିର୍ଭର କରିବ ବୋଲି ଗତକାଲି ଅଧିନାୟକ ଟମ ଲାଥମ ସ୍ପଷ୍ଟ କରିଛନ୍ତି । 

ଏକାଦଶ: ଭାରତ ଆଜି ଏକାଦଶରେ ପରିବର୍ତ୍ତନ କରିପାରେ । ଯୁବ ବ୍ୟାଟର ଶୁଭମନ ଗିଲ୍‌ଙ୍କ ବେକରେ ଯନ୍ତ୍ରଣା ରହିଛି । ତେଣୁ ସେ ଆସନ୍ତା କାଲି ଖେଳିବା ନେଇ ଆଶଙ୍କା ଦେଖା ଦେଇଛି । ତାଙ୍କ ସ୍ଥାନରେ ସର୍ଫରାଜ ଖାନ୍‌ ଏକାଦଶକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି । ଗିଲ୍‌ ବାଦ ପଡ଼ିଲେ କେଏଲ ରାହୁଲ ୩ନଂ ସ୍ଥାନରେ ଓ ସର୍ଫରାଜ ୬ନଂ ସ୍ଥାନରେ ବ୍ୟାଟିଂ କରିବେ । ନ୍ୟୁଜିଲାଣ୍ଡ ମଧ୍ୟ ଏକାଦଶରେ ପରିବର୍ତ୍ତନ କରିବ । ଆହତ କେନ ୱିଲିୟମସନ ଖେଳିବେ ନାହିଁ । ତାଙ୍କ ସ୍ଥାନରେ ମାର୍କ ଚାପମାନଙ୍କୁ ଡାକରା ମିଳିଥିଲେ ହେଁ ଏକାଦଶରେ ୱିଲ ୟଙ୍ଗ ସ୍ଥାନ ପାଇବା ନିଶ୍ଚିତ । ମିଚେଲ ସାଣ୍ଟନର ମଧ୍ୟ ଖେଳିବା ନେଇ ଆଶଙ୍କା ରହିଛି । ବାମ ହାତି ସ୍ପିନର ଭାବେ ଅଜାଜ ପଟେଲ ଓ ରଚିନ ରବିନ୍ଦ୍ର ରହିଥିବାରୁ ଗ୍ଲେନ ଫିଲିପ୍ସଙ୍କୁ ଏକାଦଶରେ ସୁଯୋଗ ମିଳିପାରେ । ସେ ଜଣେ ଦକ୍ଷ ତଥା ବିସ୍ଫୋରକ ବ୍ୟାଟର । ଆବଶ୍ୟକ ସମୟରେ ସ୍ପିନ ବୋଲିଂ କରିପାରିବେ । 

ବିସ୍ଫୋରକ ବ୍ୟାଟିଂ ମନ୍ତ୍ର: ଭାରତ ବିସ୍ଫୋରକ ବ୍ୟାଟିଂକୁ ପ୍ରାଧାନ୍ୟ ଦେବ । ବାଂଲାଦେଶ ବିପକ୍ଷ ଦ୍ୱିତୀୟ (କାନପୁର) ଟେଷ୍ଟରେ ଭାରତର ବ୍ୟାଟିଂ ସମଗ୍ର ବିଶ୍ୱକୁ ଚକିତ କରିଛି । ଚିନ୍ନାସ୍ୱାମୀରେ ମଧ୍ୟ ସେଭଳି କିଛି ବିଧ୍ୱଂସୀ ଇନିଂସ ଦେଖିବାକୁ ମିଳିପାରେ । ଚଳିତ ବର୍ଷ ଭାରତ ଟେଷ୍ଟ କ୍ରିକେଟ୍‌ରେ ୯୭ଟି ଛକା ମାରି ସାରିଛି ।

 ଅଜାଜ ଓ ୧୦ ୱିକେଟ୍‌: ଆଜି ନ୍ୟୁଜିଲାଣ୍ଡ ସ୍ପିନର ଅଜାଜ ପଟେଲଙ୍କ ଉପରେ ନଜର ରହିବ । ଗତ ଭାରତ ଗସ୍ତ ସମୟରେ ପଟେଲ ବିଶ୍ୱର ତୃତୀୟ ବୋଲର ଭାବେ ଗୋଟିଏ ଇନିଂସରେ ସମସ୍ତ ୧୦ଟି ଯାକ ୱିକେଟ୍‌ ଅକ୍ତିଆର କରିଥିଲେ । ୨୦୨୧ ଡିସେମ୍ବରରେ ୱାଙ୍ଖଡ଼େରେ ଉକ୍ତ ମ୍ୟାଚ୍‌ ଖେଳାଯାଇଥିଲା । ତଥାପି ଭାରତ ୩୭୨ ରନ୍‌ରେ ଉକ୍ତ ଟେଷ୍ଟ ଜିତିଥିଲା । 

ରେକର୍ଡ ଅପେକ୍ଷାରେ କୋହଲି: ବିରାଟ କୋହଲିଙ୍କ ବ୍ୟାଟିଂ ଉପରେ ଦର୍ଶକଙ୍କ ନଜର ରହିବା ନିଶ୍ଚିତ । କୋହଲି ଆଉ ୫୩ ରନ୍‌ କଲେ ଟେଷ୍ଟ କ୍ରିକେଟ୍‌ରେ ୯୦୦୦ ରନ ପୂରଣ କରିବେ । ସେ ସମ୍ପ୍ରତି ଫର୍ମ ଫେରି ପାଇଛନ୍ତି । ଦର୍ଶକ ତାଙ୍କ ବ୍ୟାଟ୍‌ରୁ ବିଶାଳ ଇନିଂସ ଆଶା କରିବେ । ବେଙ୍ଗାଲୁରୁ ତାଙ୍କ ଦ୍ୱିତୀୟ ଘରୋଇ ଗ୍ରାଉଣ୍ଡ । ସେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଏହି ଗ୍ରାଉଣ୍ଡ୍‌ରେ ଆଇପିଏଲ୍‌ ଖେଳୁଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.