ପ୍ରମୂଖ ଖବର
  • ଗଞ୍ଜାମ : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସବ୍‌ରେଜିଷ୍ଟର୍‌, ୨ଟି ସ୍ଥାନରେ ଏକକାଳୀନ ଚଢାଉ
  • ||
  • ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ୨ ଘଣ୍ଟା ନାକେଦମ୍‌ ହେଲେ ହର୍‌ ଟିମ୍‌
  • ||
  • ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା
  • ||
  • ମାଲକାନଗିରି : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ
  • ||
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ୟୁକ୍ରେନ ସେନାକୁ ସାମୟିକ ଆଶ୍ବସ୍ତି ଦେବ ଆମେରିକାର ଅସ୍ତ୍ରବିରତି ପ୍ରସ୍ତାବ, ଟ୍ରମ୍ପ କହିଲେ ମୁଁ ଶାନ୍ତି ଚାହୁଁଛି...

Published By : Prameya | March 13, 2025 8:28 PM

ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ ଭିତରେ ୩୦ ଦିନିଆ ଅସ୍ତ୍ରବିରତି ପାଇଁ ଆମେରିକାର ପ୍ରସ୍ତାବ ୟୁକ୍ରେନୀୟ ସେନାକୁ ଏକ ଅସ୍ଥାୟୀ ଆଶ୍ୱସ୍ତି ପ୍ରଦାନ କରିବାରେ ସାହାଯ୍ୟ କରିବ। ଏହି ପ୍ରସ୍ତାବକୁ ୟୁକ୍ରେନ ଗ୍ରହଣ କରିଛି। ଗୁରୁବାର କ୍ରେମଲିନର ଜଣେ ବରିଷ୍ଠ ଅଧିକାରୀ ଏହା ପ୍ରକାସ କରିଛନ୍ତି।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବୈଦେଶିକ ନୀତି ପରାମର୍ଶଦାତା ୟୁରି ଉଷାକୋଭ ଏକ ଟିଭି ଡିବେଟରେ ଏହି ବିବୃତ୍ତି ରଖିଛନ୍ତି। ସେ କହିଛନ୍ତି ଯେ, ଆମେରିକାର ଅସ୍ଥାୟୀ ଯୁଦ୍ଧବିରତି ପ୍ରସ୍ତାବ ୟୁକ୍ରେନୀୟ ସେନାକୁ ଏକ ଅସ୍ଥାୟୀ ଆଶ୍ୱସ୍ତି ଦେବ। ମସ୍କୋ ଏକ ଦୀର୍ଘକାଳୀନ ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁଛି ଯାହା ରୁଷର ସ୍ୱାର୍ଥକୁ ଧ୍ୟାନରେ ରଖିଥାଏ। ତେବେ ହ୍ୱାଇଟ୍ ହାଉସ୍ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସହ ଫୋନ୍ ମାଧ୍ୟମରେ ଆଲୋଚନା କରିବାର ଗୋଟିଏ ଦିନ ପରେ ଉଶାକୋଭଙ୍କ ଏହି ବିବୃତ୍ତି ଆସିଛି।

ସୂଚନାଥାଉକି, ସାଉଦି ଆରବର ଜେଦ୍ଦାରେ ଆମେରିକା ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ବୈଠକରେ, କ୍ବିଭ୍ ଆମେରିକାର ତୁରନ୍ତ ମଧ୍ୟବର୍ତ୍ତୀକାଳୀନ ଯୁଦ୍ଧବିରତି ପ୍ରସ୍ତାବରେ ସହମତ ହୋଇଥିଲା। ଏହି ଅସ୍ତ୍ରବିରତି ପ୍ରାରମ୍ଭିକ ଭାବରେ ୩୦ ଦିନ ପାଇଁ ରହିବ। ଏବେ ଏହି ପ୍ରସଙ୍ଗରେ ରୁଷର ସମ୍ମତିକୁ ଅପେକ୍ଷା କରାଯାଇଛି। ଯୁଦ୍ଧବିରତି ଆଲୋଚନା ପାଇଁ ଆମେରିକୀୟ ଅଧିକାରୀ ମାନେ ରୁଷ ଗସ୍ତ କରିବେ ବୋଲି ଜଣାପଡିଛି।

ଏବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଅପେକ୍ଷା କରିଛନ୍ତି ଯେ ପୁଟିନ୍ ଏହି ଚୁକ୍ତିରେ ରାଜି ହେବେ କି ନାହିଁ? ଟ୍ରମ୍ପ କହିଛନ୍ତି ଯେ ୟୁକ୍ରେନ ଯୁଦ୍ଧବିରତି ପାଇଁ ରାଜି ହୋଇଛି। ଏବେ ସମସ୍ତଙ୍କ ନଜର ରୁଷ ଉପରେ। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଏଥିରେ ସହମତ ହେବେ ବୋଲି ଆଶା କରାଯାଉଛି। 

ଟ୍ରମ୍ପ କହିଛନ୍ତି ଯେ ଯଦି ମସ୍କୋ ଯୁଦ୍ଧବିରତି ସ୍ୱାକ୍ଷର ନ କରେ ତେବେ ସେ ତାଙ୍କ ଉପରେ ବଡ କଟକଣା ଲଗାଇବେ । ସେ ଏହା ମଧ୍ୟ କହିଛନ୍ତି କି, ମୁଁ ଆଶା କରୁଛି ଏହା ଆବଶ୍ୟକ ହେବ ନାହିଁ। ମୁଁ ଆର୍ଥିକ ଭାବରେ ଏପରି କାମ କରିପାରିବି ଯାହା ରୁଷ ପାଇଁ ବହୁତ ଖରାପ ହେବ। କିନ୍ତୁ ମୁଁ ତାହା କରିବାକୁ ଚାହୁଁନାହିଁ କାରଣ ମୁଁ ଶାନ୍ତି ଚାହୁଁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.