ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ଏହା ମୋର ବ୍ୟକ୍ତିଗତ ମାମଲା , ଏହାର ଆଲୋଚନା କରନାହିଁ : ସୀମା ହାଇଦର

ନୋଏଡା- ପାକିସ୍ତାନରୁ ନେପାଳ ରାସ୍ତାରେ ବେଆଇନ ଭାବେ ଭାରତ ଆସିଥିବା ସୀମା ହାଇଦର ନିଜର ପ୍ରେଗ୍ନେନ୍ସି (ଗର୍ଭବତୀ) ଖବରକୁ ନେଇ ନିରବତା ଭାଙ୍ଗିଛନ୍ତି। ପ୍ରକୃତ କଥା ହେଲା ଗତ କିଛି ଦିନ ହେଲା ମିଡ଼ିଆର ରିପୋର୍ଟରେ ଦାବି କରାଯାଉଥିଲା କି ସୀମା ନିଜର ପ୍ରେମିକ ସଚିନ ମୀଣାଙ୍କ ପିଲାର ମାଆ ହେବାକୁ ଯାଉଛନ୍ତି। ସୀମାଙ୍କର ପୂର୍ବରୁ ଦୁଇଟି ପୁଅ ଓ ଦୁଇଟି ଝିଅ ଅଛନ୍ତି । ଏହି ଭିତରେ ନିଜେ ଗର୍ଭବତୀର ଖବର ଉପରେ ସୀମା କହିଛନ୍ତି କି ଏ କଥା ମୁଁ କହିବାକୁ ଚାହୁଁ ନାହିଁ କି ମୁଁ ଗର୍ଭବତୀ ଅଛି ନା ନାହିଁ । ଏହା ମୋର ବ୍ୟକ୍ତିଗତ ମାମଲା । ମୁଁ ସମସ୍ତଙ୍କୁ କହିବାକୁ ବି ଚାହୁଁନି। ଯଦି ମୁଁ କହିବି ତ ନଜର ଲାଗିଯିବ। ଏହି ବିଷୟରେ କୌଣସି ଆଲୋଚନ ନହେଉ। ଏହା ମୋର ବ୍ୟକ୍ତିଗତ ବିଷୟ।

{"id":611774,"width":588,"height":330,"sizeSlug":"full","linkDestination":"none"}

ବନ୍ଦ କର ଡ୍ରାମା , ନୁହେଁ ତ … ରାଜ ଠାକରେଙ୍କ ଦଳରୁ ଆସିଲା ଖୋଲା ଧମକ

ଉଲ୍ଲେଖନୀୟ ଯେ, ସୀମା ହାଇଦର ସ୍ୱାଧିନତା ଦିବସର ଅବସରରେ ହର୍‌ ଘର ତିରଙ୍ଗା ଅଭିଯାନ ଅନୁସାରେ ଗ୍ରେଟର ନୋଏଡାର ରବୁପୁରାରେ ନିଜର ଘରେ ତ୍ରିରଙ୍ଗା ଉଡ଼ାଇଛନ୍ତି। ଏହି ସମୟରେ ସେ ଜୋରସୋରର ଭାରତ ମାତା କି ଜୟ ନାରା ଦେଇଥିଲେ ଏବଂ ଜାତୀୟ ସଙ୍ଗୀତ ବି ଗାଇଥିଲେ। ଏହି ସମୟରେ ସୀମା ନାରଙ୍ଗୀ , ଧଳା ଓ ସବୁଜ ରଙ୍ଗର ଶାଢି ପିନ୍ଧିଥିଲେ । ସୀମା ଘରର ଛାଡ଼ ଉପରେ ଠିଆ ହୋଇ ୪ଜଣ ପିଲା ଓ ଗ୍ରାମବାସୀଙ୍କ ସହ ମିଶି  ଭାରତ ମାତା କି ଜୟ ନାରା ଦେଇଥିଲେ।

ଏହି ସମୟରେ ସୀମା ଓ ସଚିନଙ୍କ ଓକିଲ ଏପି ସିଂହ ମଧ୍ୟ ଉପସ୍ଥିତ ଥିଲେ। ସେ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ ଯଦି ସୀମା ହାଇଦରକୁ ଯାଞ୍ଚ ଏଜେନ୍ସି ଠାରୁ କ୍ଲିନ ଚିଟ୍‌ ମିଳିଯାଏ ତ ଖୋଲା ହୃଦୟରେ ତାକୁ ଆପଣାଇ ନେବ। ଆପଣାଇ ନେବ ଯେମିତି ଭାରତରେ ଅନେକ ଲୋକଙ୍କ ଆଶ୍ରୟ ଦିଆଯାଇଛି।   

ଅଞ୍ଜୁଙ୍କ ପରି ସ୍ୱାମୀ-ପିଲାଙ୍କୁ ଛାଡ଼ି କୁଏତ ପଳାଇଲେ ଦୀପିକା,

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.