ପୁରୀ,୦୬/୧୨: ପୋଲିସ ଆଇନର ୩୦ ଧାରା ପୁରୀ ଜିଲ୍ଲାରେ ଲାଗୁ କରାଯାଇଛି । ଏହା ଚଳିତ ବର୍ଷ ନଭେମ୍ବର ୨୮ ତାରିଖ ଠାରୁ ୨୦୨୫ ମସିହା ଫେବୃଆରୀ ୨୫ ତାରିଖ ୯୦ ଦିନ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନ ଅଞ୍ଚଳ, ପୁରୀ ପୌର ପରିଷଦ, ପିପିଲି, କୋଣାର୍କ ଓ ନିମାପଡା ଏନଏସି ଅଞ୍ଚଳରେ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ବିନା ଅନୁମତିରେ ସଭା, ଶୋଭାଯାତ୍ରା, ମାଇକ ବ୍ୟବହାରକୁ ବେଆଇନ ଘୋଷଣା କରାଯାଇଛି ବୋଲି ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି ।
ବିଜେପି କାର୍ଯ୍ୟକ୍ରମରେ ‘ଇଶ୍ବର ଆଲ୍ଲାହା ତେରୋ ନାମ୍’...