ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଫିରିଙ୍ଗିଆରେ ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ଚୟନ ଶିବିର

ଫିରିଙ୍ଗିଆ, ୧୩/୯ :  ଫିରିଙ୍ଗିଆ ବ୍ଲକ ସ୍ଥାନୀୟ ଖେଳ ପଡିଆରେ ୨ ଦିନିଆ ବିଦ୍ୟାଳୟ ସ୍ତରୀୟ କ୍ରୀଡା ଓ କ୍ରୀଡ଼ାବିତ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ପ୍ରଥମ ଦିନରେ କ୍ରୀଡା ଚୟନ କାର୍ଯ୍ୟକ୍ରମ ସଭାପତି ତଥା ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ଏଥିରେ ମୁଖ୍ୟ ଅତିଥି ଭାବେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ଯୋଗ ଦେଇଥିଲେ l 

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଦ୍ୟାଳୟର ସଭାପତି ମଧୁସ୍ମିତା ନାୟକ, ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କୁମାରୀ ପୁନମ ଯୋଗଦେଇଥିଲେ l ଚଳିତ ମାସ ୧୩ ଓ ୧୪ ତାରିଖ ୨ ଦିନ ଧରି ଏହି କ୍ରୀଡା ଓ ଚୟନ କାର୍ଯ୍ୟକ୍ରମ ରହିଥିବାବେଳେ ଫିରିଙ୍ଗିଆ ବ୍ଲକର ୨୫ଟି ବିଦ୍ୟାଳୟର ୨୮୦ ଜଣ ଛାତ୍ରଛାତ୍ରୀ କ୍ରୀଡା ଚୟନ କାର୍ଯ୍ୟକ୍ରମରେ ଭାଗ ନେଇଛନ୍ତି l 

କବାଡି, ହକି, ଭଲି ବଲ, ଭଲି ଖେଳ ଆୟୋଜନ କରାଯାଇଥିବାବେଳେ ଏଥିରେ ୧୪ ବର୍ଷରୁ କମ ବାଳକ ଓ ବାଳିକା ଙ୍କୁ ନେଇଁ କ୍ରୀଡା ଅନୁଷ୍ଠିତ ହୋଇଥିଲା । ଅନୁରୂପ ଭାବେ ୧୭ବର୍ଷରୁ କମ ବାଳକ ଓ ବାଳିକା ବର୍ଗରେ ମଧ୍ୟ କ୍ରୀଡା ଅନୁଷ୍ଠିତ ହୋଇଛି l ସେହିପରି ଦ୍ୱିତୀୟ ଦିନରେ ବ୍ୟାଡ଼ ମିଣ୍ଟନ, ରଗବି,ଚେସ, ବାସ୍କେଟ ବଲ ଭଳି କ୍ରୀଡା ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମ ସଭାପତି ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲଙ୍କଠାରୁ ସୂଚନା ମିଳିଛି l ପ୍ରଥମ ଦିନରେ କ୍ରୀଡା ଶିକ୍ଷକ ପ୍ରଦୀପ ସାହୁ, ଗୌର ଚନ୍ଦ୍ର ମହାନ୍ତି, ପ୍ରଶାନ୍ତ ବେହେରା, ଅକ୍ଷୟ କହଁର ପରିଚାଳନା କରିଥିବାବେଳେ ବ୍ଲକର ସମସ୍ତ କ୍ରୀଡା ଶିକ୍ଷକ ସହଯୋଗ କରିଥିଲେ l ଏହି କ୍ରୀଡା କାର୍ଯ୍ୟକ୍ରମରୁ ବ୍ଲକ ସ୍ତରରୁ ଚୟନ ହୋଇଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରରେ ଭାଗ ନେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.