ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଏସ୍‌ସିବି ହାଉସ୍‌ ସର୍ଜନ୍‌ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ, ତଦନ୍ତ ପାଇଁ ଗଠିତ ହେବ ଉଚ୍ଚସ୍ତରୀୟ କମିଟି

କଟକ, ୧୮/୦୭: ଏସ୍‌ସିବି  ଡାକ୍ତରଖାନାରେ ହାଉସ୍‌ ସର୍ଜନ୍‌ ଓ ନର୍ସିଂ  କର୍ମଚାରୀଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁଁ ବୁଧବାର ରୋଗୀ ସେବା ପ୍ରଭାବିତ ହୋଇଥିଲା । ବିବାଦ ଅଧିକ ଘନେଇବାରୁ  ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତଙ୍କ ନିର୍ଦ୍ଦେଶ  କ୍ରମେ କଟକ ମହାନଗର ନିଗମ କମିସନର  ବିଜୟ କୁମାର ଦାସ ଉଭୟପକ୍ଷଙ୍କ ଭିତରେ ଆପୋସ ବୁଝାମଣା କରିବା ସହ ସମାଧାନର ସୂତ୍ର ବାହାର କରିଛନ୍ତି । ଏସ୍‌ସିବି ମେଡିକାଲ  କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ କମିସନର  ଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ କଲେଜ ଅଧ୍ୟକ୍ଷ  ପ୍ରଫେସର ଡାକ୍ତର ପ୍ରସନ୍ନଜିତ୍‌ ମହାନ୍ତି,  ଅଧୀକ୍ଷକ ପ୍ରଫେସର ସୁଧାଂଶୁ ଶେଖର ମିଶ୍ର,  ଡାକ୍ତରଖାନା ପ୍ରଶାସନିକ ଅଧିକାରୀ ଡ.  ଅବିନାଶ ରାଉତ, ରେସିଡେଣ୍ଟ ଡାକ୍ତର ସଂଘ,  ଜୁନିୟର ଡାକ୍ତର ସଂଘ, ହାଉସ୍‌ ସର୍ଜନ ଏବଂ  ନର୍ସିଂ ସଂଘର ପ୍ରତିନିଧିମାନଙ୍କୁ ଡକାଇ ଉଭୟ  ଗୋଷ୍ଠୀର ଅଭିଯୋଗ ଶୁଣିଛନ୍ତି । ଘଟଣାର  ତଦନ୍ତ ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ  କରାଯାଇ ଏହାର ନିରପେକ୍ଷ ତଦନ୍ତ କରାଯିବ  ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି  ନିଷ୍ପତ୍ତିକୁ ହାଉସ୍‌ ସର୍ଜନ ଏବଂ ନର୍ସିଂ କର୍ମଚାରୀ  ସଂଘ ମାନିଛନ୍ତି । ଫଳରେ ହାଉସ୍‌ ସର୍ଜନମାନେ  ଏସ୍‌ସିବିରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସ୍ଥଗିତ  ରଖିଛନ୍ତି । ସେହିପରି ନର୍ସିଂ କର୍ମଚାରୀମାନେ କଳା ବ୍ୟାଜ୍‌ ପିନ୍ଧି ପ୍ରତିବାଦ କରିବା ଡାକରାରୁ  ଓହରିବା ପାଇଁ ରାଜି ହୋଇଛନ୍ତି । 

ସୂଚନାଯୋଗ୍ୟ, ହାଉସ୍‌ ସର୍ଜନଙ୍କ  ଆନ୍ଦୋଳନ ଏବଂ ନର୍ସିଂ କର୍ମଚାରୀଙ୍କ ପ୍ରତିବାଦ  ମଧ୍ୟରେ ଏସ୍‌ସିବିରେ ରୋଗୀ ସେବା ପ୍ରଭାବିତ  ହୋଇଥିଲା । ଆଜି ଛୁଟି ଦିନରେ ଅନେକ  ବରିଷ୍ଠ ଡାକ୍ତର ନଆସିବା ସାଙ୍ଗକୁ ଆଉଟ୍‌ଡୋର୍‌  ଏବଂ ବିଭିନ୍ନ ୱାର୍ଡରେ ହାଉସ୍‌ ସର୍ଜନଙ୍କ  କାର୍ଯ୍ୟବନ୍ଦ ଯୋଗୁଁ ରୋଗୀ ସେବା ପ୍ରଭାବିତ  ହୋଇଥିଲା । ଅନ୍ୟପକ୍ଷରେ ହାଉସ୍‌ ସର୍ଜନଙ୍କ  ଦାବିକୁ ରେସିଡେଣ୍ଟ ଡାକ୍ତର ସଂଘ ଓ ଜୁନିୟର  ଡାକ୍ତର ସମର୍ଥନ ଜଣାଇଥିଲେ । ତେବେ ନର୍ସିଂ  କର୍ମଚାରୀ ସଂଘର ସମ୍ପାଦିକା ସରୋଜିନୀ ଜେନା  ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ହାଉସ୍‌  ସର୍ଜନମାନେ ସଂଘବଦ୍ଧ ଭାବେ ଜଣେ ନର୍ସିଂ  ଅଫିସରଙ୍କୁ ଦୁର୍ବ୍ୟବହାର କରିଛନ୍ତି ଏବଂ ‘ସାର୍‌’  ଡାକିବା ପାଇଁ ଚାପ ପ୍ରୟୋଗ କରୁଛନ୍ତି । ଯାହା  ବେଆଇନ୍‌ । 

ହାଉସ୍‌ ସର୍ଜନମାନେ ଅଧ୍ୟାପନାରେ  ନିୟୋଜିତ ଅଛନ୍ତି । ୱାର୍ଡରେ ରୋଗୀ ସେବାରେ  ନିୟୋଜିତ ନରହି ନିଜ ଦୁର୍ବଳତାକୁ ଘୋଡ଼ାଇବା ପାଇଁ ସେମାନେ ଜଣେ ନିୟମିତ ନର୍ସିଂ  କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଛନ୍ତି । ଏହାକୁ  ନର୍ସିଂ କର୍ମଚାରୀମାନେ ଘୋର ନିନ୍ଦା କରିଥିଲେ । ଉଭୟ ପକ୍ଷଙ୍କ ବିବାଦର ସମାଧାନ ପାଇଁ  ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦୁଇ ଦିନ ତଳେ ଏକ କମିଟି ଗଠନ କରିଥିଲେ ମଧ୍ୟ କମିଟି ତଦନ୍ତ  ରିପୋର୍ଟ ପ୍ରଦାନ କରିବା ପୂର୍ବରୁ ଉଭୟ ପକ୍ଷ  ଆନ୍ଦୋଳନ ମୁହାଁ ହେଉଥିଲେ । ଉଭୟ ପକ୍ଷର  ସଂଘ ଏଥିରେ ଜଡ଼ିତ ହେବାରୁ ବିବାଦ ଅଧିକ  ବଢ଼ିଥିଲା । ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ କ୍ରମେ କଟକ  ମହାନଗର ନିଗମ କମିସନର ଏସ୍‌ସିବିରେ  ପହଞ୍ଚି ଉଭୟପକ୍ଷଙ୍କ ସହିତ ଆଲୋଚନା କରି  ସମାଧାନର ସୂତ୍ର ବାହାର କରିଥିଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.