ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଜେଲ୍‌ ସଂସ୍କାର ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ: ପୋର୍ଟାଲ୍‌ରେ ରହିବ କଏଦୀଙ୍କ ସବିଶେଷ ତଥ୍ୟ

କଟକ,୦୬/୦୯: କେତେ ବିଚାରାଧୀନ କଏଦୀ କଏଦୀ ଜେଲ୍‌ରେ ରହୁଛନ୍ତି, କେତେ  କଏଦୀ ଜାମିନ୍‌ ପାଇବା ସତ୍ତେ୍ୱ ଆବଶ୍ୟକ ଅର୍ଥ ଜମା କରିନପାରିବାରୁ ଜେଲ୍‌ରୁ ମୁକୁଳିପାରୁ ନାହାନ୍ତି ସେ ସଂପର୍କରେ ସ୍ୱତନ୍ତ୍ର ପୋର୍ଟାଲ୍‌ରେ  ରହିବ ତଥ୍ୟ । କେବଳ ସେତିକି ନୁହେଁ,  ଜଣେ କଏଦୀଙ୍କର ଯଦି କୌଣସି ସମସ୍ୟା  ରହିଥାଏ ତାହେଲେ ଏହି ପୋର୍ଟାଲ ଜରିଆରେ  ମଧ୍ୟ ସେ ଅଭିଯୋଗ କରିପାରିବେ । ଜେଲ୍‌  ସଂସ୍କାର ମାମଲାରେ ଆଜି ହାଇକୋର୍ଟ  କଏଦୀଙ୍କ ପାଇଁ ଏଇଭଳି ଏକ ସ୍ୱତନ୍ତ୍ର ପୋର୍ଟାଲ୍‌  ଖୋଲିବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ  ଦେଇଛନ୍ତି । ଏଥିସହ ଜେଲ୍‌ ସଂସ୍କାର ପାଇଁ  ଆମିକସ୍‌କ୍ୟୁରୀଙ୍କ ପକ୍ଷରୁ ଯେଉଁ ସବୁ ପ୍ରସ୍ତାବ  ଦିଆଯାଇଛି ସେସବୁ କିପରି କାର୍ଯ୍ୟକାରୀ ତାହା  ଉପରେ ପରବର୍ତ୍ତୀ ଶୁଣାଣି ସୁଦ୍ଧା ଜବାବ  ରଖିବାକୁ ହାଇକୋର୍ଟ ସରକାରଙ୍କୁ କହିଛନ୍ତି ।  

କୃଷ୍ଣ ପ୍ରସାଦ ସାହୁଙ୍କ ପକ୍ଷରୁ ଆଗତ ମାମଲାର  ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି  ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂ ଏବଂ ଜଷ୍ଟିସ୍‌  ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି  ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ  ଶୁଣାଣି ଆସନ୍ତା ୨୬ତାରିଖକୁ ଧାର୍ଯ୍ୟ ହୋଇଛି । ବିଭିନ୍ନ ଜିଲ୍ଲା ଆଇନସେବା ପ୍ରାଧିକରଣର  ସଦସ୍ୟମାନେ ବିଭିନ୍ନ ଜେଲ୍‌ ପରିଦର୍ଶନ କରି  ସେଠାରେ ଥିବା ସମସ୍ୟା ସଂକ୍ରାନ୍ତରେ ବିସ୍ତୃତ  ରିପୋର୍ଟ ଅଦାଲତରେ ଦାଖଲ କରିଥିଲେ । ଉକ୍ତ  ରିପୋର୍ଟକୁ ଆଧାର କରି ଆମିକସ୍‌କ୍ୟୁରୀ ତଥା  ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର କେତେକ  ପ୍ରସ୍ତାବ ଓ ପରାମର୍ଶ ଦେଇଛନ୍ତି । 

ବିଚାରାଧୀନ  କଏଦୀଙ୍କୁ ସ୍ୱତନ୍ତ୍ର ପ୍ରକୋଷ୍ଠରେ ରଖିବା, ୨୧ବର୍ଷରୁ  କମ୍‌ ବୟସର କଏଦୀଙ୍କୁ ପୃଥକ ପ୍ରକୋଷ୍ଠରେ  ରଖିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ।  ଆଚରଣରେ ସୁଧାର ଆସିଥିବା ଓ ସମାଜର  ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆଗ୍ରହୀ  କଏଦୀଙ୍କ ପାଇଁ ବିଜୁ ପଟ୍ଟନାୟକ ମୁକ୍ତାକାଶ ଜେଲ୍‌  ତିଆରି ହୋଇଛି । ଏହିଭଳି ଜେଲ୍‌ ପ୍ରତ୍ୟେକ  ଜିଲ୍ଲାରେ ଗଠନ ପାଇଁ ପ୍ରସ୍ତାବ ଦିଆଯାଇଛି ।  ଏହିସବୁ ପ୍ରସ୍ତାବକୁ ରାଜ୍ୟ ସରକାର କିପରି  କାର୍ଯ୍ୟକାରୀ କରିବେ ସେ ସଂକ୍ରାନ୍ତରେ ପରବର୍ତ୍ତୀ  ଶୁଣାଣି ସୁଦ୍ଧା ଅଦାଲତଙ୍କୁ ଅବଗତ କରିବାକୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.