ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ରାତିରେ ଦେଖୁଛନ୍ତି କି ଭୟାନକ ସ୍ୱପ୍ନ? ଆପଣାନ୍ତୁ ଏହି ଜ୍ୟୋତିଷ ଉପାୟ

Published By : Prameya | March 7, 2025 2:09 PM

ଭୁବନେଶ୍ୱର ୦୭/୦୩: ବେଳେବେଳେ ଆମେ ରାତିରେ ଶୋଇବା ସମୟରେ ଖରାପ ବା ଭୟାନକ ସ୍ୱପ୍ନ ଦେଖୁ। ଯହା ଆମ ନିଦକୁ ବ୍ୟାଘାତ କରେ। ତେବେ କେବେ ଚିନ୍ତା କରିଛନ୍ତି ଏହି ଭୟାନକ ସ୍ୱପ୍ନ କାହିଁକି ଦେଖୁ ଏବଂ ଏହାକୁ କିପରି ବନ୍ଦ କରାଯାଇପାରିବ? ଖରାପ ସ୍ୱପ୍ନ ଦେଖିବା ସାଧାରଣ ସମସ୍ୟା ହୋଇଥିଲେ ହେଁ, ଜ୍ୟୋତିଷ ଶାସ୍ତ୍ରରେ ଏହାର ସମାଧାନର ଉପାୟ କୁହାଯାଇଛି। ଆସନ୍ତୁ ଜାଣିବା ସେ ବିଷୟରେ...

ସ୍ନାନ କରିବା ପରେ ପରିଷ୍କାର ବିଛଣାରେ ଶୁଅନ୍ତୁ:

ଯଦି ଆପଣ ଖରାପ ସ୍ୱପ୍ନକୁ ନେଇ ଚିନ୍ତିତ ଅଛନ୍ତି, ତେବେ ପ୍ରତିଦିନ ଗାଧୋଇବା ପରେ ପରିଷ୍କାର ଶଯ୍ୟାରେ ଶୋଇବା ଉଚିତ୍‌। ଏହା ମାନସିକ ଶାନ୍ତି ପ୍ରଦାନ କରିଥାଏ ଏବଂ ଶରୀର ଆରାମ ଅନୁଭବ କରିଥାଏ। ଯାହା ଖରାପ ସ୍ୱପ୍ନର ଆଶଙ୍କା କମ୍‌ କରିଥା।

ଶୋଇବା ପୂର୍ବରୁ ମାନସିକ ଶାନ୍ତି ବଜାୟ ରଖନ୍ତୁ :

ଶୋଇବା ପୂର୍ବରୁ ଆପଣଙ୍କର ଚିନ୍ତା ଏବଂ ଚାପକୁ ଛାଡିଦିଅନ୍ତୁ। ରାତିରେ ଶୋଇବା ପୂର୍ବରୁ କୌଣସି ଭୟାନକ ପୁସ୍ତକ ପଢନ୍ତୁ ନାହିଁ କିମ୍ବା କୌଣସି ଭୟାନକ ଫିଲ୍ମ ଦେଖନ୍ତୁ ନାହିଁ । ଏହି ଜିନିଷଗୁଡ଼ିକ ଆପଣଙ୍କ ମନ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ଏବଂ ଭୟାନକ ସ୍ୱପ୍ନ ସୃଷ୍ଟି କରିପାରେ । ଶୋଇବା ପୂର୍ବରୁ ନିଜ ମନକୁ ଶାନ୍ତ ଏବଂ ସ୍ଥିର ରଖନ୍ତୁ । 

ହନୁମାନ ଚାଳିସା ପାଠ କରନ୍ତୁ :

ଯଦି ଆପଣ ହିନ୍ଦୁ ଧର୍ମରେ ବିଶ୍ୱାସ କରନ୍ତି, ତେବେ ଶୋଇବା ପୂର୍ବରୁ ହନୁମାନ ଚଲିସା ପଢନ୍ତୁ। ହନୁମାନ ଚାଳିସା ପଢିବା ଦ୍ୱାରା ଆପଣଙ୍କ ମନରେ ଶାନ୍ତି ଆଣିଥାଏ ଏବଂ ଆପଣଙ୍କୁ ଖରାପ ସ୍ୱପ୍ନରୁ ରକ୍ଷା କରିଥାଏ । 

ଏହା ବ୍ୟତୀତ ଯଦି ଆପଣ କ୍ରମାଗତ ଭାବରେ ଭୟାନକ ସ୍ୱପ୍ନ ଦେଖୁଛନ୍ତି, ତେବେ ଆପଣଙ୍କ ବିଛଣା ତଳେ ତିନୋଟି ମୟୂର ପୁଚ୍ଛ ରଖନ୍ତୁ। ଏହା କେବଳ ଖରାପ ସ୍ୱପ୍ନକୁ ଦୂର କରେ ନାହିଁ, ବରଂ ଏହା ଆପଣଙ୍କ ମାନସିକ ଚାପକୁ ମଧ୍ୟ ହ୍ରାସ କରିଥାଏ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.