ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ମଧ୍ୟପ୍ରଦେଶର ଅଲୌକିକ ମନ୍ଦିର, ଭକ୍ତଙ୍କୁ ରୋଗମୁକ୍ତ କରନ୍ତି ଡାକ୍ତର ହନୁମାନ୍‌

Published By : Prameya | March 3, 2025 9:15 AM

ମଧ୍ୟପ୍ରଦେଶ ୦୩/୦୩: ଆଧ୍ୟାତ୍ମିକତାର ଦେଶ ଭାରତ ବର୍ଷର କୋଣଅନୁକୋଣରେ ରହିଛି ମନ୍ଦିର । ମନ୍ଦିରଗୁଡ଼ିକ ମଧ୍ୟରେ ଏପରି କେତେକ ରହିଛି ଯାହା ବାସ୍ତବରେ ଅନନ୍ୟ ତଥା ଅଦ୍ୱିତୀୟ । ମଧ୍ୟପ୍ରଦେଶର ଭିନ୍ଦ୍‌ ଜିଲ୍ଲା ସ୍ଥିତ ଦନ୍ଦରୋଆ ଧାମ ଏହାର ଏକ ଜ୍ୱଳନ୍ତ ନମୁନା । ଏଠାରେ ରାମଭକ୍ତ ସଙ୍କଟମୋଚକ ହନୁମାନ୍‌ ଜଣେ ଡାକ୍ତର ରୂପରେ ପୂଜିତ । ଡାକ୍ତରଙ୍କ ପରି ହନୁମାନ୍‌ଙ୍କ ଗଳାରେ ଲମ୍ବିଥାଏ ଷ୍ଟେଥୋସ୍କୋପ୍‌ । ପିନ୍ଧିଥାନ୍ତି ଡାକ୍ତରୀ ପୋଷାକ - ଧଳା କୋର୍ଟ ବା ଆପ୍ରନ୍‌ । ଏଣୁ ଡାକ୍ତର ହନୁମାନ୍‌ ମନ୍ଦିର ନାମରେ ଏହା ପ୍ରସିଦ୍ଧି ଲାଭ କରିଛି । 

ଡାକ୍ତର ହନୁମାନ୍‌ଙ୍କ ମହିମା ଅପାର । ପ୍ରତିଦିନ ଏଠାକୁ ଦୁରାରୋଗ୍ୟରୁ ମୁକ୍ତି ପାଇବା ତଥା ଜୀବନରେ ସଫଳ ହେବା ଆଶାରେ ହନୁମାନ୍‌ଙ୍କ କୃପା ଭିକ୍ଷା କରିବାକୁ ଆସୁଛନ୍ତି ଭକ୍ତଗଣ । କେବଳ ଆଖପାଖର ନୁହେଁ, ଦେଶବିଦେଶରୁ ବି ଏଠାକୁ ଶ୍ରଦ୍ଧାଳୁ ଆସନ୍ତି । ଭୟଭ୍ରାନ୍ତିରୁ ମୁକ୍ତି ମଧ୍ୟ ଦିଅନ୍ତି ପରମବୀର ହନୁମାନ୍‌ଜୀ । ମନ୍ଦିରର ଇଷ୍ଟଦେବତା ହନୁମାନ୍‌ ଡାକ୍ତର ହନୁମାନ୍‌ ନାମରେ ପରିଚିତ ହେବା ପଛରେ ରହିଛି ରୋମାଞ୍ଚଭରା ସତ କାହାଣୀ ।

ସ୍ଥାନୀୟ ବାସିନ୍ଦା କହନ୍ତି- ଦନ୍ଦରୋଆରେ ଜଣେ ସାଧୁ ରହୁଥିଲେ । ଯାହାଙ୍କ ନାମ ଥିଲା ଶିବକୁମାର ଦାସ । ସାଧୁ ଜଣକ ହନୁମାନ୍‌ଙ୍କର ପରମ ଭକ୍ତ ଥିଲେ । ଏକଦା ସେ ଜଟିଳ କର୍କଟ ରୋଗରେ ପୀଡ଼ିତ ହୋଇଗଲେ । ବହୁକଷ୍ଟ ଭୋଗ କଲେ । ଭକ୍ତର କଷ୍ଟ ସହିପାରନ୍ତେ କିପରି ଅବା ଭଗବାନ୍‌ । ସ୍ୱୟଂ ହନୁମାନ୍‌ ଡାକ୍ତର ବେଶରେ ଆସି ପହଞ୍ଚିଲେ ଶିବକୁମାରଙ୍କ ନିକଟରେ । ତାଙ୍କର ଚିକିତ୍ସା କଲେ । ଶିବକୁମାର କର୍କଟ ମୁକ୍ତ ହୋଇଗଲେ । ଏହି ଅଲୌକିକ ଘଟଣା ଚାହୁଁ ଚାହୁଁ ଆଖପାଖରେ ପ୍ରଚାରିତ ହୋଇଗଲା । ଯିଏ ବି ଶରୀର କଷ୍ଟ ଭୋଗିଲେ ସେ ଆସି ପହଞ୍ଚିଲେ ହନୁମାନ୍‌ଙ୍କ କୃପା ପାଇବା ଆଶାରେ । ଏହିପରି ଭାବେ ଡାକ୍ତର ହନୁମାନ୍‌ ପ୍ରସିଦ୍ଧ ହୋଇଗଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.