ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ଆଙ୍ଗୁଳି ଫୁଟାଇବାର ରହିଛି କି ଅଭ୍ୟାସ ? ଜାଣନ୍ତୁ କାହିଁକି ଧାର୍ମିକ ଏବଂ ବୈଜ୍ଞାନିକ ଦୃଷ୍ଟିରୁ ଭଲ ନୁହେଁ, କେଉଁଠୁ ଆସେ ଶବ୍ଦ ?

Published By : Prameya | March 10, 2025 6:25 PM

ନୂଆଦିଲ୍ଲୀ,୧୦।୩: ଅନେକ ଲୋକଙ୍କର ଅଭ୍ୟାସ ରହିଛି ବସି ବସି ଆଙ୍ଗୁଠି ଫୁଟାଇବା। ସେମାନେ କିଛି କାମ କରୁଥିବେ କିମ୍ବା ଚାପରେ ଥିଲେ, ଆଙ୍ଗୁଠି ଫୁଟାଇଥାନ୍ତି। କିନ୍ତୁ ଜାଣନ୍ତି କି  ଆଙ୍ଗୁଠି ଫୁଟାଇବା ଧାର୍ମିକ ଏବଂ ବୈଜ୍ଞାନିକ ଦୃଷ୍ଟିରୁ ଭଲ ନୁହେଁ। ଏଭଳି ଅଭ୍ୟାସକୁ ଘରର ବୟସ୍କଙ୍କଠାରୁ ଆରମ୍ଭ କରି ଡାକ୍ତରଙ୍କ ପର୍ଯ୍ୟନ୍ତ ସମସ୍ତେ ବାରଣ କରନ୍ତି। ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ କ’ଣ ?

ଧାର୍ମିକ ବିଶ୍ୱାସ ଅନୁସାରେ, ଆଙ୍ଗୁଠି ଫୁଟାଇଲେ ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି। ବ୍ୟକ୍ତିର ଆର୍ଥିକ ସ୍ଥିତି  ଉପରେ ପଡିଥାଏ ପ୍ରଭାବ । ଅନେକ କୁହନ୍ତି ଏହି କାରଣରୁ କୁଣ୍ଡଳୀରେ ଖରାପ ହୁଏ ଗ୍ରହମାନଙ୍କର ସ୍ଥିତି । ଯାହାର ପରିଣାମ  ଅଶୁଭ।  ଏହାଦ୍ବାରା ଘରକୁ   ଆସିନଥାଏ ସମୃଦ୍ଧି ଏବଂ ବ୍ୟକ୍ତିଙ୍କ ଜୀବନରେ ମଧ୍ୟ ସରେନି ଦୁଃଖ । ଯଦି ଆମେ ବୈଜ୍ଞାନିକ ଦୃଷ୍ଟିକୋଣକୁ ବିଶ୍ୱାସ କରିବା, ତେବେ ଆଙ୍ଗୁଠି ଫୁଟଇବା ସମୟରେ ଯେଉଁ ପ୍ରକ୍ରିୟା ଘଟେ ତାହା ଶରୀର ପାଇଁ ଭଲ ନୁହେଁ। ଏହା ଶରୀରର ଜଏଣ୍ଟ ଫୁଟାଇବାରେ ଘଟେ। ଏହି ଜଏଣ୍ଟ ମଧ୍ୟରେ  ରହିଥାଏ ତରଳ ପଦାର୍ଥ, ଯାହାକୁ କୁହାଯାଏ ସାଇନୋଭିଆଲ୍ ।  ଆଙ୍ଗୁଠି ଫୁଟାଇବା ଦ୍ବାରା ନିର୍ଗତ ହୋଇଥାଏ  ଏହି ତରଳ ଗ୍ୟାସ୍। ଯାହାଦ୍ବାରା ବବଲ୍ସ ସୃଷ୍ଟି ହୋଇଥଏ। ଯେତେବେଳେ ଆଙ୍ଗୁଠି ଫୁଟାଉ ଏହି ଏହି ବବଲ୍ସ ଫାଟି ଶବ୍ଦ ବାହାରିଥାଏ। ଏପରିକି ଅନେକ ସମୟରେ ଲକ୍ଷ୍ୟ କରିଥିବେ, ଦ୍ରୁତ ଗତିରେ ଚାଲିବା ଫଳରେ ଜଏଣ୍ଟରୁ ମଧ୍ୟ ଶବ୍ଦ ଆସିଥାଏ। କାରଣ ଏହା ବବଲ୍ସ ଫାଟିବାର ଶବ୍ଦ। ଏହା ଜଏଣ୍ଟ ଗୁଡିକୁ ଏକାଠି ଧରି ରଖୁଥିବା ଟେଣ୍ଡନ୍ସ ଯୋଗୁଁ ହୁଏ। ଯାହାକି ମାଂସପେଶୀଗୁଡ଼ିକୁ ହାଡ଼ ସହିତ ଯୋଡ଼ି ରଖିଥାଏ।

ଏହି ତରଳ ପଦାର୍ଥ ହାଡ଼ରେ ଏକ ଲୁବ୍ରିକେଣ୍ଟ ଭାବରେ କାମ କରେ। ଆଙ୍ଗୁଠି ଫୁଟାଇବା ଫଳରେ ଏହା ହ୍ରାସ ପାଏ। ଯଦି ଆପଣ ଅଧିକ ଆଙ୍ଗୁଠି ପୁଟାନ୍ତି ତେବେ ଏହି ତରଳ ପଦାର୍ଥ ଧୀରେ ଧୀରେ ହ୍ରାସ ପାଏ। କେବଳ ସେତିକି ନୁହେଁ ଆର୍ଥାଇଟିସ୍‌ ଭଳି ରୋଗରେ ହୋଇପରନ୍ତି ପୀଡିତ । ଯଦିଓ ଏହାର ଏପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ଆଙ୍ଗୁଠି ଫୁଟାଇବା ନେଇ ହୋଇଛି ଅନେକ ଡାକ୍ତରୀ ଅଧ୍ୟୟନ। ଏହି ସବୁ ଅଧ୍ୟୟନ ଅନୁସାରେ ଆଙ୍ଗୁଠି ଫୁଟାଇବା ବେଳେ ଯଦି କିଛି  ଯନ୍ତ୍ରଣା ଅନୁଭବ କରନ୍ତି ନାହିଁ, ତେବେ କିଛି ଅସୁବିଧା ନାହିଁ। ଡୋନାଲ୍ଡ ଏଲ୍ ଉଙ୍ଗର ନାମକ ଜଣେ ଗବେଷକ ଏନେଇ କରିଥିଲେ ରିସର୍ଚ୍ଚ। ପ୍ରାୟ ୬୦ବର୍ଷ ଧରି ନିଜର ଗୋଟିଏ ହାତର ଆଙ୍ଗୁଠି ଫୁଟାଉଥିଲେ। କିନ୍ତୁ ଅନ୍ୟ ହାତର ଆଙ୍ଗୁଠି ଫୁଟାଉନଥିଲେ। ସେ ଜାଣିବାକୁ ଚାହୁଁଥିଲେ  ଏହା କରିବା ଦ୍ୱାରା ପ୍ରକୃତରେ ଗଣ୍ଠି ଯନ୍ତ୍ରଣା ହୁଏ କି ନାହିଁ ? କିନ୍ତୁ ଏହି ଦୀର୍ଘ ବର୍ଷର ପ୍ରକ୍ରିୟାର ପରିଣାମ ସ୍ୱରୂପ ତାଙ୍କର ଉଭୟ ହାତ ସମାନ ଥିଲା।  ଗଣ୍ଠି ଯନ୍ତ୍ରଣା ଭଳି ନଥିଲା କୌଣସି ସମସ୍ୟା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.