ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଫିରିଙ୍ଗିଆ ଅଂଚଳର ସରପଞ୍ଚ ରୋହିତ କହଁର, ଅଂଚଳର ବିକାଶ ପାଇଁ କଲେ ଆଲୋଚନା…

ଫିରିଙ୍ଗିଆ,୧୬/୦୬ କନ୍ଧମାଳ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ବ୍ଲକର ଉପାନ୍ତ ଅଞ୍ଚଳ କୁହାଯାଉଥିବା ଗୋଛାପଡା ଓ ସଲାଗୁଡା ପଞ୍ଚାୟତର ସାମଗ୍ରୀକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବରିଷ୍ଠ ସମାଜସେବୀ ତଥା ସଲାଗୁଡା ପଞ୍ଚାୟତର ସରପଞ୍ଚ ରୋହିତ କହଁର I ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଯୁବ ସରପଞ୍ଚ ରୋହିତ କହଁର I ଫିରିଙ୍ଗିଆ ବ୍ଲକର ଉପାନ୍ତ ଅଂଚଳ ମାନଙ୍କରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ପାନୀୟ ଜଳ ସମସ୍ୟା ଏବେବି ଅବହେଳିତ ଅବସ୍ଥାରେ ପଡ଼ିରହିଛି  I ଆଦିବାସୀ ବହୁଳ ଏହି ଫିରିଙ୍ଗିଆ ବ୍ଲକରେ ବିଜେଡି ସରକାର ଅମଳରେ କେବଳ ଏହି ସମସ୍ୟା ଗୁଡିକର ସମାଧାନ ପାଇଁ ପ୍ରତିଶ୍ରୁତି ଛଡା ଅନ୍ୟକିଛି ମିଳିନାହିଁ ବୋଲି କହିବା ସହ ଏହି ଉପାନ୍ତ ଅଂଚଳର ବିକାଶ ପାଇଁ ଏହି ଯୁବ ସରପଞ୍ଚ ଜଣକ ମୁଖ୍ୟମନ୍ତ୍ରୀ ଙ୍କ ସହ ଏହି ସୌଜନ୍ୟ ମୂଳକ ସାକ୍ଷାତରେ ସମସ୍ୟା ଓ ତାର ସମାଧାନ ପାଇଁ ଦାବି କରିଛନ୍ତି I 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.