ପ୍ରମୂଖ ଖବର
  • ରାୟଗଡା ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ, ଶ୍ରମ ବିଭାଗର ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଜବତ୍
  • ||
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ସମ୍ବଲପୁରରେ ଜଣ୍ଡିସ୍ ସ୍ଥିତି ସଙ୍ଗୀନ, ଘର ଘର ବୁଲି ସ୍ଥିତି ପରଖିଲେ ସ୍ୱାସ୍ଥ୍ୟ ବିଭାଗର ଦୁଇ ଜଣିଆ ଟିମ୍

ସମ୍ବଲପୁର,୨୫/୦୬: ସମ୍ବଲପୁର ସହରରେ ସୃଷ୍ଟି ହୋଇଥିବା ଜଣ୍ଡିସ୍‌ ସମସ୍ୟା ବାବଦରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଭୁବନେଶ୍ୱରରୁ ଜନସ୍ୱାସ୍ଥ୍ୟ ବିଭାଗ ରାପିଡ୍‌ ରେସ୍‌ପନ୍ସ ଟିମ୍‌ର ଦୁଇ ଜଣ ସଦସ୍ୟ ସମ୍ବଲପୁରରେ ପହଞ୍ଚିଥିଲେ । ଟିମ୍‌ର ସଦସ୍ୟ ଡା. ସୁରଜିତ  ଗରାବଡୁ ଏବଂ ଏପିଡୋମୋଲିଜିଷ୍ଟ ସୁନିତା ଜେନା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବରିଷ୍ଠ  ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । 

ଡା. ସୁରଜିତଙ୍କ ସୂଚନା ଅନୁଯାୟୀ ସ୍ୱାସ୍ଥ୍ୟବିଭାଗ ଅଧିକାରୀଙ୍କ ସହ ଆଲୋଚନା ପରେ ସ୍ଥିତି ଗମ୍ଭୀର ନଥିବା ଜଣପଡ଼ିଛି । ରକ୍ତ ପରୀକ୍ଷା ପରେ ଏହା ହେପାଟାଇଟିସ୍‌ -ଏ ଅନ୍ତର୍ଗତ ବୋଲି ଜଣାପଡ଼ିଛି । ସମସ୍ତ ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହେଉଛନ୍ତି ବୋଲି ସୂଚନା ଦେଇଛନ୍ତି ।

ଆଜି ସକାଳୁ ଜନସ୍ୱାସ୍ଥ୍ୟ ବିଭାଗ ଟିମ୍‌ ସଂକ୍ରମିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରିଖିଛନ୍ତି। । ଘର ଘର ବୁଲି ଯାଞ୍ଚ ଆରମ୍ଭ କରିଛନ୍ତି l ପିଇବା ପାଣିରୁ ଏହି ଜଣ୍ଡିସ ହେଇଥିବା ନେଇ ଆସିଥିବା ଟିମ କହିଛି l ତେବେ ଲୋକେ ଭୟକରିବାର ନାହିଁ ବୋଲି ଆରଆରଟି ଟିମ ସଦସ୍ୟ କହିଛନ୍ତି । ସଚେତନ ରହିବା ସହ ଔଷଧ ସେବନ, ଫୁଟା ପାଣି ପିଇବା ଓ ସ୍ବଚ୍ଛତା ଉପରେ ଟିମ୍ ଗୁରୁତ୍ବ ଦେଇଛି । 

ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ବର୍ତ୍ତମାନ ଜଣ୍ଡିସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ କୁମ୍ଭାରପଡ଼ା, ଶାଲିଆବଗିଚା, ପେନ୍‌ସନ୍‌ପଡ଼ା ଓ ଧୋବାପଡ଼ା ଅଞ୍ଚଳର । ସମସ୍ତ ସଂକ୍ରମିତ ୨୦ ବର୍ଷ ମଧ୍ୟରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଚିକିତ୍ସା ପାଇଁ ୩ ଜଣ ନର୍ସିଂହୋମ୍‌ରେ ଭର୍ତ୍ତି ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.