ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ସରପଞ୍ଚଙ୍କୁ ଘାରିଛି ଅନାସ୍ଥା ଭୟ, ଭୋଜିଭାତ ଦେଇ ୱାର୍ଡସଭ୍ୟଙ୍କୁ ମୁଣ୍ଡିଆ ମାରିଲେ

କଣ୍ଟାବାଞ୍ଜି,୧୪/୦୮ : ନିଜ ପଦବି ବଞ୍ଚାଇବାକୁ ଯାଇ ଜଣେ ଜନପ୍ରତିନିଧି କେଉଁସ୍ତରକୁ ଖସି ଯାଆନ୍ତି, ତାର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ଏକ ଭାଇରାଲ ଭିଡିଓରୁ । ଭିଡିଓଟି ରାତି ସମୟର ହୋଇଥିବା ବେଳେ ସେଠାରେ କେତେକ ଲୋକ ଭୋଜିଭାତ ଖାଉଥିବା ଏବଂ ଜଣେ ଲୋକ ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଛି । ଏହାର ଖୋଳତାଡ଼ କରିବାରୁ ଜଣାପଡ଼ିଲା ଯେ, ମୁଣ୍ଡିଆ ମାରୁଥିବା ବ୍ୟକ୍ତି ଜଣକ ହେଲେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡ଼ବାଙ୍କି ପଞ୍ଚାୟତର ସରପଞ୍ଚ ଡୋଳାଧର ବାଗ୍‌ ଏବଂ ଭୋଜିଭାତ ଖାଉଥିବା ବ୍ୟକ୍ତିମାନେ ହେଲେ ସେହି ପଞ୍ଚାୟତର ୱାଡ୍‌ର୍ ମେମ୍ବରମାନେ । ସରପଞ୍ଚ ଜଣକ ଭୂଇଁତଳେ ଶୋଇପଡ଼ି ସାଷ୍ଟାଙ୍ଗ ମୁଣ୍ଡିଆ ମାରି କ୍ଷମା ମାଗୁଥିବା ବେଳେ ୱାର୍ଡ୍‌ ସଭ୍ୟମାନେ ତାଙ୍କୁ ଉଠାଇଥିଲେ । ଆଗାମୀ ଦିନରେ ଏହି ବିଷୟରେ ଆଲୋଚନା କରିବା ବୋଲି ୱାର୍ଡର ସଭ୍ୟମାନେ ସରପଞ୍ଚଙ୍କୁ ଆଶ୍ୱାସନା ଦେଉଥିବା ଶୁଣିବାକୁ ମିଳିଛି । 

କଥାଟା ଏମିତି, ବଡ଼ବାଙ୍କି ସରପଞ୍ଚ ୱାର୍ଡସଭ୍ୟମାନଙ୍କୁ ଅଣଦେଖା କରି ମନମାନି କାମ କରୁଥିବା ଅଭିଯୋଗ ହୋଇଛି । ଏନେଇ ୱାର୍ଡ୍‌ସଭ୍ୟମାନେ ସରପଞ୍ଚଙ୍କ ବିରୋଧରେ ଜିଲ୍ଲାପାଳଙ୍କଠାରେ ଅନାସ୍ଥା ପ୍ରସ୍ତାବ ପାଇଁ ଆବେଦନ କରିଛନ୍ତି । ଏହି ଖବର ପାଇବା ପରେ ସରପଞ୍ଚଙ୍କ ଅକଲ ଗୁଡୁମ । କୌଣସି ମତେ ଅସନ୍ତୁଷ୍ଟ ୱାଡ୍‌ର୍ମେମ୍ବର ମାନଙ୍କୁ ମନାଇବା ପାଇଁ ସେ ଲାଗିପଡିଛନ୍ତି । ଅନାସ୍ଥାରୁ ବର୍ତ୍ତିବା ତଥା ନିଜ ପଦବିକୁ ବଞ୍ଚାଇବା ପାଇଁ ସେ କାକୁତି ମିନତି ହୋଇଛନ୍ତି । ଏଥିପାଇଁ ସରପଞ୍ଚ ଏକ ଭୋଜି ଆୟୋଜନ କରିବା ସହ ‘ଅନାସ୍ଥା ପ୍ରସ୍ତାବ ବନ୍ଦ କରନ୍ତୁ ନହେଲେ ମୋ ସପକ୍ଷରେ ଭୋଟ୍‌ ଦିଅନ୍ତୁ’ ବୋଲି ୱାର୍ଡମ୍ବେରମାନଙ୍କୁ ମୁଣ୍ଡିଆ ମାରିଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ଏନେଇ ସରପଞ୍ଚ ଶ୍ରୀ ବାଗ୍‌ଙ୍କୁ ପଚାରିବାରୁ ଏହା ଏକ ପୁରୁଣା ଭିଡିଓ । ପଞ୍ଚାୟତ ନିର୍ବାଚନ ସମୟର ଭିଡିଓ, ଯାହା ଏବେ ଭାଇରାଲ କରାଯାଉଛି । ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଥିବା କହିଛନ୍ତି । ଅନ୍ୟପକ୍ଷେ, ଉକ୍ତ ଭିଡିଓଟି ବର୍ତ୍ତମାନ ସମୟର । ୱାର୍ଡ ସଭ୍ୟସଭ୍ୟାଙ୍କୁ ଭୂତାଇବାକୁ ଭୋଜି ଆୟୋଜନ କରାଯାଇଥିବା ୱାର୍ଡ୍‌ସଭ୍ୟ ଯଦୁମଣି ଭୋଇ, ୱାର୍ଡ୍‌ସଭ୍ୟା ବିଳାସ ମାଝି ସମେତ ଅନ୍ୟମାନେ କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.