ପୁରୀ, ୨୪।୧୨: ଖ୍ରୀଷ୍ଟମାସ ଉପଲକ୍ଷେ ପୁରୀର ବ୍ଲୁ ଫ୍ଲାଗ୍ ବେଳାଭୂମିରେ ବିଶ୍ଵର ସର୍ବବୃହତ ବାଲୁକା କଳାରେ ସାନ୍ତାକ୍ଲଜ ପ୍ରସ୍ତୁତ କରାଯାଇଛି । ନୂଆ ବିଶ୍ଵ ରେକର୍ଡ ପାଇଁ ଚେଷ୍ଟା କରି ଏହା ତିଆରି ହୋଇଛି। ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ଛାତ୍ରମାନେ ଏହି ବାଲୁକା କଳା ପ୍ରସ୍ତୁତ କରିଛନ୍ତି।
ସବୁଠାରୁ ବଡ କଥା ହେଲା ବାଲୁକା କଳାରେ ଚକୋଲେଟ୍ ବ୍ୟବହାର କରାଯାଇଛି। ୧୬ ହଜାର ସ୍କୋୟାର ଫୁଟ୍ ଅଞ୍ଚଳରେ ପ୍ରସ୍ତୁତ ଏହି ବାଲୁକା କଳାରେ ପ୍ରାୟ ୫୫୦ କେଜି ଚକୋଲେଟ୍ ବ୍ୟବହାର ହୋଇଛି । ଏହା ୧୬୦ ଫୁଟ୍ ଲମ୍ବ ଏବଂ ୧୦୦ ଫୁଟ୍ ଚଉଡାରେ ନିର୍ମିତ ହୋଇଛି । ଚକୋଲେଟ୍ ବ୍ୟବହାର କରି ହୋଇଥିବା କଳାଟି ବେଶ ଆକର୍ଷଣୀୟ ହୋଇଛି।