ପ୍ରମୂଖ ଖବର
  • ସୁବର୍ଣ୍ଣପୁର : ଫଟୋ ଉଠାଇବା ବେଳେ ଆକ୍ରମଣ କଲା ହାତୀ, ଯୁବକ ଗୁରୁତର
  • ||
  • ପାଟଣା : ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌, ଡ୍ରାଇଭର ମୃତ
  • ||
  • ଜଗତସିଂହପୁର : ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ, ଚିନ୍ତାରେ ପଡ଼ିଛନ୍ତି ଚାଷୀ
  • ||
  • ଭୁବନେଶ୍ୱର : ତାର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର, ମହାକୁମ୍ଭ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍‌
  • ||
  • ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବିନ୍ଦୁସାଗର ଲାଇଟ୍‌ ଆଣ୍ଡ ସାଉଣ୍ଡ୍ ଶୋ, ପର୍ଯ୍ୟଟକଙ୍କୁ କରିବ ଆକର୍ଷଣ
  • ||
  • ଭୋଗରାଇ : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ବାଙ୍ଗିରିପୋଷି : ରେଳ ଧାରଣରେ ପଡିଛି ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ବାଲେଶ୍ୱର : ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ହତ୍ୟା ଘଟଣା, ଫାଣ୍ଡି ଅଧିକାରୀ ନିଲମ୍ୱିତ
  • ||
  • ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ, ୧୫ ମୃତ
  • ||
  • ଆଜି ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା, ପୌଷରେ କଲବଲ କରୁଛି ବର୍ଷା
  • ||
  • ସୋର : ଚୋରି କରିବାକୁ ଆସି ବିଫଳ ହେଲେ, ବ୍ୟାଙ୍କରେ ନିଆଁ ଲଗାଇଲେ ଦୁର୍ବୃତ୍ତ
  • ||
  • ଖୋର୍ଦ୍ଧା : ରମାବିଲ ଗାଁରେ ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ
  • ||
  • ଭୁବନେଶ୍ୱର : ବନ୍ଧୁକ ବେପାରୀ ଗିରଫ: ୫ଟି ରିଭଲବର ସହ ୨୦ ରାଉଣ୍ଡ ଅଫୁଟା ଗୁଳି ଜବତ
  • ||

ଅଧିକାଂଶ ଗୋଦାମରେ ନାହିଁ ଅଗ୍ନି ନିରାପତ୍ତା, କୁଇଣ୍ଟାଲ କୁଇଣ୍ଟାଲ ଦହନଶୀଳ ସାମଗ୍ରୀ ଗଦା

Published By : Prameya | December 25, 2024 11:50 AM

ଭୁବନେଶ୍ୱର, ୨୫/୧୨: ମଞ୍ଚେଶ୍ୱର ଶିଳ୍ପାଞ୍ଚଳର ଗଳିକନ୍ଦିରେ ଗୋଦାମ ଛାଇ ହୋଇଛି। ଛୋଟବଡ଼ ହୋଇ ପ୍ରାୟ ୮୦୦ରୁ ଅଧିକ ଗୋଦାମ ଅଛି। ପ୍ରାୟ ସବୁ ଗୋଦାମରେ କୁଇଣ୍ଟାଲ କୁଇଣ୍ଟାଲ ଓଜନର ଦହନଶୀଳ ସାମଗ୍ରୀ ଗଦା ହୋଇଛି। ବାରୁଦ ଗଦାରେ ପୁରା ଶିଳ୍ପାଞ୍ଚଳ ପଡି଼ଛି । କିନ୍ତୁ ଅଳ୍ପ କେଇଟାକୁ ଛାଡି଼ଦେଲେ, ବାକି ସବୁ ଗୋଦାମରେ ଫାୟାର ସେଫ୍ଟି ନାହିଁ । 

ସୋମବାର ସନ୍ଧ୍ୟାରେ ସତ୍ୟନଗରସ୍ଥିତ ପିଏସ୍‌ପି ଡିଷ୍ଟ୍ରିବ୍ୟୁଟର୍ସର ଗୋଦାମରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ କୋଟି କୋଟି ମୂଲ୍ୟର ଘରକରଣା ସାମଗ୍ରୀ ଜଳିଗଲା । ଅଗ୍ନିଶମ ବାହିନୀର ଅଢ଼େଇ ଶହ ଆଗ୍ନିକ, ୧୫ଟି ଦମକଳ ବାହିନୀ ନିଆଁ ଲିଭାରେ ଲାଗିଥିଲେ । ଏମିତିକି ରୋବଟିକ୍‌ ମିନିଟର ବି ଗୋଦାମ ଭିତରେ ପଶି ନିଆଁ ଲାଭାଇଲା । ତଥାପି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବାରେ ୫ ଘଣ୍ଟା ସମୟ ଲାଗିଲା ।  ଏହା ପଛର ମୁଖ୍ୟ କାରଣ ଥିଲା, ପ୍ରାୟ ସବୁ ଦମକଳରୁ ପାଣି ସରିଯାଇଥିଲା । ୧୦ଟି ଦମକଳ ଗୋଦାମ ଚାରିପାଖେ ପାଣି ସ୍ପ୍ରେ କରୁଥିଲେ । ବାକି ରିଜର୍ଭ ଥିବା ୫ଟି ଗାଡି଼ ଜରିଆରେ କଳ୍ପନା, ସଚିବାଳୟ ଦମକଳ କେନ୍ଦ୍ର ସହ ବରମୁଣ୍ଡାସ୍ଥିତ ଓଫଡ୍ରାରୁ ପାଣି ଅଣାଯାଇଥିଲା । ଫୋରମ ମାର୍ଟରେ ଥିବା ପାଣି ଟ୍ୟାଙ୍କରରୁ ମଧ୍ୟ ପାଣି ସରିଯାଇଥିଲା । ଯଦି ଉକ୍ତ ଗୋଦାମରେ ପାଣି ଟାଙ୍କି ଥାନ୍ତା, ତେବେ ଅଗ୍ନିକାଣ୍ଡକୁ ସହଜରେ ଆୟତ୍ତ କରାଯାଇ ପାରିଥାନ୍ତା ବୋଲି ଅଗ୍ନିଶମ ବାହିନୀ କହିଛି । 

ନ୍ୟାସନାଲ ବିଲ୍ଡିଂ କୋର୍ଡ ଅଫ୍‌ ଇଣ୍ଡିଆ ଓ ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡର ଗାଇଡ୍‌ଲାଇନ୍‌ ଅନୁସାରେ ଗୋଦାମ ନିର୍ମାଣ କରାଯିବା ବାଧ୍ୟତାମୂଳକ । ଏହି ନିୟମ ଅନୁସାରେ, ଏକ ଛୋଟ ଆକାରର ଗୋଦାମରେ ଅତିକମ୍‌ରେ ୫ ହଜାର ଲିଟର ପାଣିଟାଙ୍କି ରହିବ । ଗୋଦାମ ଆକାର ଅନୁସାରେ ପାଣିଟାଙ୍କିର କ୍ଷମତା ବଢ଼ିବ । ସର୍ବାଧିକ ଏକ ଲକ୍ଷ ୨୫ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ରହିପାରିବ । କିନ୍ତୁ ଶିଳ୍ପାଞ୍ଚଳର ଅଧିକାଂଶ ଗୋଦାମରେ ପାଣି ଟାଙ୍କି ବ୍ୟବସ୍ଥା ନାହିଁ ।  ଗାଇଡ୍‌ଲାଇନ୍‌ କହୁଛି, ଗୋଦାମରେ ପର୍ଯ୍ୟାପ୍ତ ମାତ୍ରାରେ ଅଗ୍ନି ନିରାପତ୍ତା ଯନ୍ତ୍ର ରହିବ । ଗୋଦାମ ପରିସରରେ ପାଣି ପମ୍ପ ବ୍ୟବସ୍ଥା ନିହାତି ଦରକାର । ବଡ଼ ଗୋଦାମରେ ଫାୟାର ଆଲାର୍ମ ସହ ଅଟୋମେଟିକ୍‌ ସ୍ପ୍ରିଙ୍କଲର୍‌ ବ୍ୟବସ୍ଥା ରଖିବା ବାଧ୍ୟତାମୂଳକ । ଏକ ଦମକଳ ଗାଡି଼ ଯିବା ଭଳି ଗୋଦାମ ଚାରିପାଖେ ବାଟ ରହିବା ନିହାତି ଦରକାର ।  

ଖାଲି ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ନୁହେଁ ରସୁଲଗଡ଼, ଭଗବାନପୁର ଓ ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ଗୋଦାମଗୁଡିକ ମଧ୍ୟ ଏସବୁ ଗାଇଡ୍‌ଲାଇନ୍‌କୁ ଦଳିମକଚି ଦେଇଛନ୍ତି । ଅଧିକାଂଶ ଗୋଦାମରେ କୁଇଣ୍ଟାଲ କୁଇଣ୍ଟାଲ ପ୍ଲାଏ, ଟାୟାର, କପଡ଼ା, ଘରକରଣା ସାମଗ୍ରୀ, କାଠ ଫର୍ଣ୍ଣିଚର, ପେଟି, ବୈଦ୍ୟୁତିକ ସାମଗ୍ରୀ, ପ୍ଲାଷ୍ଟିକ୍‌ ସରଞ୍ଜାମ ଗଚ୍ଛିତ ରହୁଛି । ସାମାନ୍ୟ ଅଗ୍ନିକାଣ୍ଡରୁ ଏସବୁ ଶିଳ୍ପାଞ୍ଚଳରେ କୌଣସି ମୁହୂର୍ତ୍ତରେ ବି ବଡ଼ ଅଘଣଟ ଘଟିବାର ଆଶଙ୍କା ରହିଛି । ଅଗ୍ନିଶମ ବିଭାଗ ମଧ୍ୟ ଏ ଦିଗରେ ତତ୍ପର ହେଉନାହିଁ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.