ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ଜନ୍ମ ହାର ବଢ଼ାଇବାକୁ ରୁଷ୍‌ରେ ସ୍ୱତନ୍ତ୍ର ମନ୍ତ୍ରାଳୟ

Published By : Anindita | November 10, 2024 8:48 AM

ନୂଆଦିଲ୍ଲୀ,୧୦/୧୧: ଜନସଂଖ୍ୟା ହ୍ରାସ ବିଶ୍ୱର ଅନେକ ଦେଶ ପାଇଁ ଚିନ୍ତାର ବିଷୟ ହୋଇଛି । ରୁଷ୍‌ ତନ୍ମଧ୍ୟରେ ଅନ୍ୟତମ । ଦେଶରେ ଜନ୍ମହାର ହ୍ରାସର ମୁକାବିଲା ଲାଗି ରୁଷ୍‌ ସରକାର ଏକ ଭିନ୍ନ ମନ୍ତ୍ରାଳୟ ଗଠନ ଲାଗି ବିଚାର କରୁଛନ୍ତି । ଦେଶରେ ଜନସଂଖ୍ୟା ହ୍ରାସ ସମସ୍ୟାର ସମାଧାନ ଲାଗି ସରକାର ‘ସେକ୍ସ ମିନିଷ୍ଟ୍ରୀ’ ଗଠନ କରିବେ । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଶ୍ୱସ୍ତ ଓ ସାଂସଦ ଫ୍ୟାମିଲି ପ୍ରୋଟେକ୍ସନ୍‌, ପାଟର୍ନିଟି, ମ୍ୟାଟର୍ନିଟି, ଚାଇଲ୍ଡହୁଡ୍‌ କମିଟିର ଅଧ୍ୟକ୍ଷ ୬୮ ବର୍ଷୀୟା ନୀନା ଓସ୍ତାନିନା ‘ସେକ୍ସ ମିନିଷ୍ଟ୍ରୀ’ ଆବେଦନର ସମୀକ୍ଷା କରୁଛନ୍ତି । ଦେଶର ଜନସଂଖ୍ୟା ହ୍ରାସକୁ ରୋକିବା ଲାଗି ପୁଟିନଙ୍କ ଆହ୍ୱାନର ପାଳନ ଲାଗି ଅଧିକାରୀମାନେ ଅନେକ ନୀତି ପ୍ରସ୍ତୁତ କରୁଥିବାବେଳେ ଏବେ ଏହି ପ୍ରୟାସ ଉପରେ ଆଲୋଚନା ଆରମ୍ଭ ହୋଇଛି । ଗତ ପ୍ରାୟ ୩ ବର୍ଷ ହେଲା ରୁଷ୍‌-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହା ଫଳରେ ଦୁଇ ଦେଶର ବ୍ୟାପକ କ୍ଷତି ହୋଇଛି । 

ମସ୍କଭିଚ୍‌ ନାମକ ସ୍ଥାନୀୟ ଏକ ପତ୍ରିକାର ରିପୋର୍ଟ ଅନୁସାରେ, ଗ୍ଲାଭ୍‌ପିଆର୍‌ ଏଜେନ୍ସି ‘ସେକ୍ସ ମିନିଷ୍ଟ୍ରୀ’ର ବିଚାର ସାମ୍ନାକୁ ଆଣିଛି, ଯାହା ଜନ୍ମ ହାର ସମ୍ବନ୍ଧୀୟ ପ୍ରୟାସଗୁଡ଼ିକର ନେତୃତ୍ୱ ନେବ । ପୁଟିନଙ୍କ ସମର୍ଥକ ଡେପ୍ୟୁଟି ମେୟର ଆନାସ୍ତାସିଆ ରକୋଭା ରୁଷ୍‌ର ଲକ୍ଷ୍ୟଗୁଡ଼ିକୁ ପୂରଣ କରିବା ପାଇଁ ତତ୍‌କାଳ ବ୍ରାଣ୍ଡିଂ ଉପରେ ଜୋର ଦେଇଛନ୍ତି । ସେ କହିଛନ୍ତି, ସମସ୍ତେ ଜାଣନ୍ତି ଯେ ଏକ ସ୍ୱତନ୍ତ୍ର ପରୀକ୍ଷା ଅଛି ଯାହା ଜଣେ ମହିଳାଙ୍କ ପ୍ରଜନନ ସ୍ତର, ଗର୍ଭବତୀ ହେବାର କ୍ଷମତାକୁ ଜାଣିବାରେ ସାହାଯ୍ୟ କରେ । ସେ ମହିଳାଙ୍କୁ ସନ୍ତାନ ଜନ୍ମକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଛନ୍ତି । ଦେଶରେ ପ୍ରଜନନ ହାର ବଢ଼ାଇବା ଲାଗି ଏକ ନିଆରା ପ୍ରସ୍ତାବ ରହିଛି । ଅନ୍ତରଙ୍ଗ କାର୍ଯ୍ୟରେ ସମୟ ବିତାଇବା ପାଇଁ ରାତି ୧୦ଟାରୁ ୨ଟା ପର୍ଯ୍ୟନ୍ତ ଇଣ୍ଟର୍‌ନେଟ୍‌, ଏପରିକି ଆଲୋକ ମଧ୍ୟ ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି । ଆଉ ଏକ ବିଚାରରେ ଘରେ ରହୁଥିବା ମହିଳାଙ୍କୁ ଘର କାର୍ଯ୍ୟ ଲାଗି ଅର୍ଥ ଦେବାକୁ ପ୍ରସ୍ତାବ ଦିଆଯାଇଛି, ଯାହା ସେମାନଙ୍କ ପେନ୍‌ସନ ରୂପେ ଗଣାଯିବ । ମହିଳା-ପୁରୁଷ ସମ୍ପର୍କକୁ ପ୍ରୋତ୍ସାହନ ଦେବାକୁ ପ୍ରଥମ ଡେଟିଂ ପାଇଁ ସରକାର ୫ ହଜାର ରୁବଲ୍‌ ଦେବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି । ଆଉ ଏକ ପ୍ରସ୍ତାବରେ ଗର୍ଭଧାରଣର ପ୍ରୋତ୍ସାହନ ଲାଗି ଦମ୍ପତିଙ୍କ ବିବାହ-ରାତ୍ରି ରହଣି ପାଇଁ ୨୬,୩୦୦ ରୁବଲ୍‌ ପର୍ଯ୍ୟନ୍ତ ଅର୍ଥ ଦେବାକୁ ସରକାର ବିଚାର କରିଛନ୍ତି ।


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.