ଭୁବନେଶ୍ୱର ୨୬/୦୪: ଆଜି ଭୁବନେଶ୍ୱରରେ ୧୫ତମ ରୋଜଗାର ମେଳା ଆୟୋଜିତ ହେବ। କେବଳ ଭୁବନେଶ୍ୱର ନୁହେଁ ଦେଶର ୪୭ଟି ସ୍ଥାନରେ ଏହି ମେଳା ହେବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିବେ । ଏ ଅବସରରେ ବିଭିନ୍ନ ସରକାରୀ ବିଭାଗ ଏବଂ ପ୍ରତିଷ୍ଠାନରେ ନିଯୁକ୍ତି ପାଇଥିବା ୫୧,୦୦୦ରୁ ଅଧିକ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯିବ।
ସ୍ଥାନୀୟ ସିଏସଆଇଆର୍- ଆଇଏମଏମଟି ପ୍ରେକ୍ଷାଳୟରେ ପୂର୍ବାହ୍ଣ ୧୧ଟାରେ ହେବାକୁ ଥିବା ଏହି ମେଳାରେ ଆଭାସୀ ମାଧ୍ୟମରେ ଯୋଗଦେଇ ଉପସ୍ଥିତ ନିଯୁକ୍ତିପ୍ରାପ୍ତ ଯୁବକଯୁବତୀଙ୍କୁ ସମ୍ବୋଧନ କରିବେ । ତାଙ୍କ ସହ କେନ୍ଦ୍ର ସଡ଼କ ପରିବହନ, ରାଜପଥ ରାଷ୍ଟ୍ର ମନ୍ତ୍ରୀ ହର୍ଷ ମାଲହୋତ୍ରା ମଧ୍ୟ ଉପସ୍ଥିତ ରହିବେ ବୋଲି ସିଜିଏସଟି ଆଣ୍ଡ କଷ୍ଟମ୍ ଭୁବନେଶ୍ୱର ଜୋନ୍ର ଜଏଣ୍ଟ କମିଶନର ଏସ୍କେ ମିଶ୍ର ସୂଚନା ଦେଇଛନ୍ତି।