ପ୍ରମୂଖ ଖବର
  • ଖୁବ୍‌ଶୀଘ୍ର ସରିବ ନିର୍ବାଚନ ପ୍ରକ୍ରିୟା, ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପିକୁ ମିଳିବ ନୂଆ ରାଜ୍ୟ ସଭାପତି
  • ||
  • ରେଢାଖୋଲ ଧଉରାଖମନ ନିକଟରେ ଓଲଟିଲା ପିକ୍‌ଅପ୍ ଭ୍ୟାନ୍: ୨୨ ଆହତ,୮ ଗୁରୁତର
  • ||
  • ​ଢ଼େଙ୍କାନାଳ: ଦନ୍ତା ଆତଙ୍କରେ ଅତିଷ୍ଠ ଗ୍ରାମବାସୀ, ଶିଶୁର ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ୍
  • ||
  • ଭିଜିଲାନ୍ସ ଜାଲରେ ବଣାଇ ITDAର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ, ଏକକାଳୀନ ୭ଟି ସ୍ଥାନରେ ରେଡ଼
  • ||
  • ଆଜିଠୁ ଟାଇଁ ଟାଇଁ ଖରା,୪ ଡିଗ୍ରୀ ବଢ଼ିବ ତାପମାତ୍ରା: ୨୩ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ
  • ||

ରଣଜୀ ଟ୍ରଫି; ମୁମ୍ବାଇ ଦଳରୁ ରୋହିତ, ଆୟର, ଜୈସ୍ବାଲ ଆଉଟ୍

Published By : Ankita S | January 29, 2025 11:13 AM

ମୁମ୍ବାଇ,୨୯ /୦୧: ରଣଜୀ ଟ୍ରଫି ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ତାର ଅନ୍ତିମ ରାଉଣ୍ଡ ଲିଗ୍‌ ମୁକାବିଲାରେ ମେଘାଳୟକୁ ଭେଟିବ । ଏହି ମ୍ୟାଚ୍‌ ପାଇଁ ମୁମ୍ବାଇ ଦଳ ଘୋଷଣା କରାଯାଇଛି । ଗତ ଜମ୍ମୁ ଓ କାଶ୍ମୀର ବିପକ୍ଷ ମ୍ୟାଚ୍‌ ଖେଳିଥିବା ରୋହିତ ଶର୍ମା, ଯଶସ୍ୱୀ ଜୈସ୍ୱାଲ ଓ ଶ୍ରେୟାସ ଆୟରଙ୍କୁ ଦଳରୁ ବାଦ ଦିଆଯାଇଛି । ଇଂଲଣ୍ଡ ବିପକ୍ଷ ଆଗାମୀ ଦିନିକିଆ ସିରିଜ ପାଇଁ ୩ ଖେଳାଳିଙ୍କୁ ଦଳରୁ ବାଦ ଦିଆଯାଇଛି ।

ଆସନ୍ତା ୬ତାରିଖରୁ ଦିନିକିଆ ସିରିଜ ଆରମ୍ଭ ହେବ ।  ବିରାଟ କୋହଲି ଓ କେଏଲ ରାହୁଲ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳରେ ସ୍ଥାନ ପାଇଥିଲେ ହେଁ ରଣଜୀ ଟ୍ରଫିର ଅନ୍ତିମ ରାଉଣ୍ଡ ଲିଗ୍‌ ମୁକାବିଲା ଖେଳିବେ । ଉଭୟ ଗତ ୨୩ ରୁ ୨୬ ତାରିଖ ମଧ୍ୟରେ ଖେଳାଯାଇଥିବା ଷଷ୍ଠ ରାଉଣ୍ଡ ମୁକାବିଲା ଖେଳି ନଥିଲେ । ମାତ୍ର ରୋହିତ ଓ ଜୈସ୍ୱାଲ୍‌ ଉକ୍ତ ରାଉଣ୍ଡରେ ଖେଳିଥିଲେ ।  ଅବଶ୍ୟ ଉଭୟଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଓ ଚମ୍ପିଅନ୍ସ ଟ୍ରଫି ପାଇଁ ରୋହିତ ଓ ଜୈସ୍ବାଲଙ୍କୁ ବାଦ ଦିଆଯାଇଥିବା ସୂଚନା ମିଳିଛି ।

ଆୟର ମୁମ୍ବାଇ ପକ୍ଷରୁ ସମ୍ପୂର୍ଣ୍ଣ ଘରୋଇ ସିଜନ ଉପଲବ୍ଧ ରହିଥିଲେ  । ଏଥର ରଣଜୀ ଟ୍ରଫିରେ ଆୟର ୭ଟି ଇନିଂସରୁ ୬୮.୫୭ ହାରରେ ୪୮୦ ରନ୍‌ ସଂଗ୍ରହ କରିଥିଲେ । ସେହିପରି ବିଜୟ ହଜାରେ ଟ୍ରଫିରେ ୫ଟି ମ୍ୟାଚ୍‌ରୁ ୩୨୫ ରନ୍‌ ଓ ସୟଦ ମୁସ୍ତାକ ଅଲି ଟି-ଟ୍ୱେଣ୍ଟିରେ ୧୮୮.୫୨ ଷ୍ଟ୍ରାଇକ ରେଟ୍‌ରେ ୩୪୫ ରନ୍‌ ସଂଗ୍ରହ କରିଥିଲେ ।  

ଏହା ବି ପଢନ୍ତୁ...ଭାରତ –ଇଂଲଣ୍ଡ ୩ୟ ଟି-୨୦ : ୨୬ ରନ୍‌ରେ ଭାରତକୁ ହରାଇଲା ଇଂଲଣ୍ଡ

ଦଳ: ଅଜିଙ୍କ୍ୟ ରାହାଣେ (ଅଧିନାୟକ), ଆୟୂଷ ମାହତ୍ରେ, ଅଙ୍ଗକ୍ରିଶ ରଘୁବଂଶୀ, ଅମୋଘ ଭତକଲ, ସିଦେ୍ଧଶ ଲାଡ, ଆକାଶ ଆନନ୍ଦ, ହାର୍ଦ୍ଦିକ ତାମୋରେ, ସୂର‌୍ୟାଂଶ ସେଗେ, ସର୍ଦୁଲ ଠାକୁର, ସାମ୍ସ ମୁଲାନି, ତନୁଶ କୋଟିଆନ୍‌, ମୋହିତ ଅବସ୍ତି, ସିଲଭିଷ୍ଟର ଡିସୁଜା, ରୟଷ୍ଟନ ଡାଏସ, ଶ୍ରେୟାସ ଗୌରବ, ଅଥର୍ବ ଆଙ୍କୋଲେକର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.