ନୂଆଦିଲ୍ଲୀ, ୨୯/୧ : ପାକିସ୍ତାନ କ୍ରିକେଟ ଟିମର ଯୁବ ଖେଳାଳୀ ହାଇଦର ଅଲୀ ବାଂଗଲାଦେଶ ପ୍ରିମୟର ଲିଗରେ ଛକ୍କାର ବର୍ଷା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ଟୁର୍ଣ୍ଣାମେଣ୍ଟର ୩୭ଓଭରରେ ବୁଧବାର ରଙ୍ଗପୁର ରାଇଡର୍ସ ଏବଂ ଚଟଗାଁଓ କିଙ୍ଗ୍ସ ମଧ୍ୟରେ ମୀରପୁରରେ ଖେଳାଯାଇଥିଲା । ଯେଉଁଠାରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ରଙ୍ଗପୁର ରାଇଡର୍ସର ଟିମ୍ ୨୦ଓଭରରେ ୫ଓ୍ବିକେଟ ହରାଇ ୧୪୩ରନ୍ କରିବା ସଫଳ ହୋଇଥିଲେ । ଟିମ୍ ଲାଗି ଇଫତିଖାର ଅହମଦ ସବୁଠାରୁ ଅଧିକ ସ୍କୋର କରିଥିଲେ । ଯିଏ ଚତୁର୍ଥ କ୍ରମରେ ବ୍ୟାଟିଂ କରି ପ୍ରାୟ ୪୭ବଲର ସାମ୍ନା କରିଥିଲେ । ଏହା ମଧ୍ୟରେ ୧୩୮.୨୯ର ଷ୍ଟ୍ରାଇକ୍ ରେଟରେ ପ୍ରାୟ ୬୫ରନ୍ କରିବାରେ ସଫଳ ହୋଇଥିଲେ । ଏହି ସମୟରେ ତାଙ୍କ ବ୍ୟାଟରୁ ୭ ଚୌକା ଏବଂ ୩ ଛକ୍କା ବାହାରିଥିଲା ।
ରଙ୍ଗପୁର ରାଇଡର୍ସ ତରଫରୁ ମିଳିଥିବା ୧୪୪ରନର ଲକ୍ଷ୍ୟର ପିଛା କରି ଚଟଗାଁଓ କିଙ୍ଗ୍ସର ଆରମ୍ଭ କିଛି ଖାସ୍ ନଥିଲା । ଟିମ୍ ଲାଗି ପାଳିର ଆରମ୍ଭ କରି ପରବେଜ ହୁସେନ ଇମୋନ(୪୧)କୁ ଛାଡ଼ି ବାକି ସମସ୍ତ ବ୍ୟାଟର ବିପକ୍ଷ ବ୍ୟାଟରଙ୍କ ବିରୁଦ୍ଧରେ ରନ୍ ଲାଗି ସବୁବେଳେ ଲାଗି ପଡ଼ିଥିବା ଦେଖାଯାଇଥିଲେ । କିନ୍ତୁ ଚତୁର୍ଥ କ୍ରମରେ ବ୍ୟାଟିଂ କରିବାକୁ ଆସିଥିବା ହାଇଦର ଅଲୀ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ । ଟିମ୍ ଲାଗି ତାଙ୍କୁ ପ୍ରାୟ ୧୮ବଲରେ ୨୬୬.୬୬ର ଷ୍ଟ୍ରାଇକ୍ ରେଟରେ ପ୍ରାୟ ୪୮ରନର ପାଳି ଖେଳିଥିଲେ ଏବଂ ଟିମକୁ ବିଜୟ ଦେଇ ପାଭିଲିୟନ ଫେରିଥିଲେ।
ରଙ୍ଗପୁର ରାଇଡର୍ସ ତରଫରୁ ପାଳିର ୧୮ତମ ଓଭର ପକାଇବାକୁ ଆସିଥିବା ଆକିଫ ଜାବେଦଙ୍କ ବିପକ୍ଷରେ ହାଇଦର ଅଲୀ ବହୁ ଆକ୍ରମକ ଥିବା ନଜର ଆସିଥିଲେ। ଏହି ଓଭରରେ ସେ ଆରମ୍ଭ ୪ବଲରେ ୪ଛକ୍କା ମାରିଥିଲେ । ଯାହା ସହ ଚଟଗାଁଓ କିଙ୍ଗ୍ସର ଟିମ୍ ବିପକ୍ଷ ଟିମ୍ ତରଫରୁ ମିଳିଥିବା ୧୪୪ରନର ଲକ୍ଷ୍ୟକୁ ୧୪ବଲ୍ ଥାଇ ୫ଓ୍ବିକେଟ ହରାଇ ସହଜରେ ବିଜୟୀ ହୋଇଯାଇଥିଲା । ମୀରପୁରରେ ଖେଳାଯାଇଥିବା ଏହି ପାଳି ଲାଗି ହାଇଦରଙ୍କୁ ‘ପ୍ଲେୟର ଅଫ ଦ ମ୍ୟାଚ୍’ ଚୟନ କରାଯାଇଥିଲା ।