ନୂଆଦିଲ୍ଲୀ, ୩୦/୧ : ଚାମ୍ପିୟନ୍ସ ଟ୍ରଫି ୨୦୨୫ ଓପନିଂ ସେରିମନୀର ତାରିଖ ଘୋଷଣା ହୋଇଯାଇଛି । ଲାହୋରରେ ଟୁର୍ଣ୍ଣାମେଣ୍ଟର ଓପନିଂ ସେରିମନୀର ଆୟୋଜନ କରାଯିବ । ଏଥିଲାଗି ୧୬ଫେବୃଆରୀର ତାରିଖ ଧାର୍ଯ୍ୟ କରାଯାଇଛି । ସେହିଭଳି ଏହା ପୂର୍ବରୁ ଲାହୋରର ଗଦ୍ଦାଫୀ ଷ୍ଟାଡିୟମରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ତାରିଫ ୭ଫେବୃଆରୀରେ ଯୋଗଦେବେ । ସେ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମର ଭାଗିଦାରୀ ହେବେ । ଯାହାକି କରାଚୀର ନେଶନାଲ ଷ୍ଟାଡିୟମରେ ୧୧ଫେବୃଆରୀରେ ଓପନିଂ ସେରିମନୀର ଆୟୋଜନ ହେବ । ଏଥିରେ ପାକିସ୍ତାନର ରାଷ୍ଟ୍ରପତି ଆସିଫ ଅଲୀ ଜରଦାରୀ ସମ୍ମାନୀତ ଅତିଥି ରହିବେ ।
ମାତ୍ର ଚାମ୍ପିୟନ୍ସ ଟ୍ରଫିର ଅଫିସିଆଲ ଓପନିଂ ସେରିମନୀ ୧୬ଫେବୃଆରୀରେ ଲାହୋରର ହଜୁରୀ ବାଗରେ ହେବ । ଏହା ବ୍ୟତୀତ ଗଦ୍ଦାଫି ଷ୍ଟାଡିୟମରେ ଓପନିଂ ସେରିମନୀର ଝଲକ ଦେଖିବାକୁ ମିଳିବ । ଏହା କୁହାଯାଉଛି କି ଚାମ୍ପିୟନ୍ସ ଟ୍ରଫି ଓପନିଂ ସେରିମନୀରେ ପାକିସ୍ତାନର ଜଣା ଶୁଣା ଚେହେରା ବ୍ୟତୀତ କ୍ରିକେଟର୍ସ ଏବଂ ଆଇସିସିର ବଡ଼ ଅଧିକାରୀ ସାମିଲ ହେବେ । ପ୍ରକାଶ ଯେ, ଏଭଳି କୁହାଯାଉଛି କି ଟୁର୍ଣ୍ଣାମେଣ୍ଟର ଓପନିଂ ସେରିମନୀରେ ପ୍ରାୟ ସବୁ ଟିମର ଅଧିନାୟକ ନଜର ଆସିବେ । କିନ୍ତୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଉପସ୍ଥିତ ରହିବେ ନାହିଁ ।
ସୂଚନା ଅନୁସାରେ ଚାମ୍ପିୟନ୍ସ ଟ୍ରଫିର ଆରମ୍ଭ ୧୯ଫେବୃଆରୀରେ ହେବ । ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ଦେଶ ପାକିସ୍ତାନ ଅଟେ । କିନ୍ତୁ ଭାରତୀୟ ଟିମ୍ ପାକିସ୍ତାନ ବଦଳରେ ନିଜ ମ୍ୟାଚ୍ ହାଇବ୍ରିଡ୍ ମଡେଲରେ ଦୁବାଇରେ ଖେଳିବ ।