ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଅରୁଣ ଜେଟଲୀ ଷ୍ଟାଡିୟମରେ ଫ୍ୟାନ୍ସଙ୍କ ଅଜବ ଦାବି, କୋହଲୀଙ୍କୁ ଦେଖି ଏଭଳି କହିଲେ...

Published By : Gurupada Nath | January 30, 2025 5:09 PM

ନୂଆଦିଲ୍ଲୀ, ୩୦/୧ : ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲୀ ରଣଜୀ ମ୍ୟାଚ୍ ଖେଳୁଥିବା ନଜର ଆସିଲେ । ରଣଜୀ ଟ୍ରଫି ୨୦୨୪-୨୫ରେ ଦିଲ୍ଲୀ ଲାଗି ଖେଳୁଥିବା ନଜର ଆସୁଛନ୍ତି । ଦିଲ୍ଲୀ ଟିମ୍ ଟୁର୍ଣ୍ଣାମେଣ୍ଟର ଗ୍ରୁପ ଚରଣର ଶେଷ ମ୍ୟାଚ୍ ରେଲଓ୍ବେ ବିପକ୍ଷରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳୁଛି । ଏହି ମ୍ୟାଚ୍ ମାଧ୍ୟମରେ ବିରାଟ କୋହଲୀ ୧୨ବର୍ଷରୁ ଅଧିକ ସମୟ ପରେ ରଣଜୀ ଟ୍ରଫିକୁ ଫେରିଛନ୍ତି । ମ୍ୟାଚରେ ଆୟୁଷ ବଡୋନୀ ଦିଲ୍ଲୀର ଅଧିନାୟକତ୍ବ କରୁଛନ୍ତି। 

ଏହି ମ୍ୟାଚରେ ଦିଲ୍ଲୀ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ଯାହାପରେ କୋହଲୀଙ୍କୁ ଫିଲ୍ଡିଂ ଲାଗି ମୈଦାନରେ ଦେଖି ସେଠାରେ ଉପସ୍ଥିତ ଥିବା ଫ୍ୟାନ୍ସ ତାଙ୍କୁ ବୋଲିଂ କରାଇବାକୁ ଡିମାଣ୍ଡ କରିବା ଆରମ୍ଭ କରିଦେଇଥିଲେ । ଫ୍ୟାନ୍ସ ‘କୋହଲୀଙ୍କୁ ବୋଲିଂ ଦିଅ’ ନାରାବାଜି ଲଗାଇବା ଆରମ୍ଭ କରିଦେଇଥିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । 

ପ୍ରକାଶ ଯେ, ମ୍ୟାଚର ପ୍ରଥମ ଦିନରେ ଏବେ ପର୍ଯ୍ୟନ୍ତ ପ୍ରାୟ ଦିଲ୍ଲୀ ଲାଗି ପ୍ରାୟ ୬ଜଣ ବୋଲର ବୋଲିଂ କରିସାରିଛନ୍ତି । ଯେଉଁଥିରେ ଅଧିନାୟକ ଆୟୁଷ ବଡୋନୀ ବି ସାମିଲ ଅଛନ୍ତି । ଏବେ ଦେଖିବାକୁ ବାକି ରହିଲା କି ଫ୍ୟାନ୍ସଙ୍କ ଦାବି ପରେ ବିରାଟ କୋହଲୀ ବୋଲିଂ ଲାଗି ମୈଦାନରେ ଆସୁଛନ୍ତି କି ନାହିଁ।  

ପ୍ରକାଶ ଯେ, ବିରାଟ କୋହଲୀ ଏହା ପୂର୍ବରୁ ରଣଜୀ ଟ୍ରଫିର ଶେଷ ମ୍ୟାଚ୍ ୨୦୧୨ ନଭେମ୍ବରରେ ଖେଳିଥିଲେ। ଏବେ କୋହଲୀ ୧୨ବର୍ଷରୁ ଅଧିକ ସମୟ ପରେ ରଣଜୀ ଟ୍ରଫିର ମ୍ୟାଚ୍ ଖେଳୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.