ନୀଳଗିରି, ୨୦/୫ : ଘର ଆଗରେ ଝାଡ଼ୁ ମାରିବା ବେଳେ ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ। ବାଲେଶ୍ଵର ଜିଲ୍ଲା ସେରଗଡ଼-ଉଦଳା ରାଜ୍ୟପଥ କଡମ୍ବସାହି ଛକରେ ଲୁଟ୍ ହୋଇଛି। ଏନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଛି। ପୋଲିସ ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ନୀଳଗିରି ହାଟଛକ ପଞ୍ଚଲିଙ୍ଗେଶ୍ୱର ବାଇପାସ୍ ରାସ୍ତା କଡମ୍ବସାହି ଅଞ୍ଚଳର ୭୦ ବର୍ଷୀୟା ବୃଦ୍ଧା ଉମାମଣି ଦାସ ମଙ୍ଗଳବାର ଘର ଆଗରେ ଝାଡ଼ୁ ମାରୁଥିଲେ। ଏହି ସମୟରେ ସ୍କୁଟିରେ ଦୁଇ ଜଣ ଯୁବକ ଆସି ତାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିଲେ ଏବଂ ଫେରାର୍ ହୋଇଯାଇଥିଲେ। ଏନେଇ ବୃଦ୍ଧା ଜଣଙ୍କ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତ ଆରମ୍ଭ କରିଛି। ସୁନା ଚେନ୍ର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଅଭିଯୋଗ ହୋଇଛି।