କୋରାପୁଟ, ୧୮।୮: ବେଲପଡ଼ା ଥାନା କାଟୁନ ଗାଁରେ ସଡ଼କ ଦୁର୍ଘଟଣା । ଏକ ପିକଅପ୍ ଗାଡ଼ି ବାଇକକୁ ଧକ୍କା ଦେବାରୁ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ଏଥିସହ ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ଗୁଡ଼ିଘାଟ ଗାଁର ପବନ ହରପାଳ ଏବଂ ଆହତ ହୋଇଥିବା ବ୍ୟକ୍ତି ଦୁହେଁ ଜଗନ୍ନାଥ ଭୋଇ ଓ ଲକ୍ଷ୍ମଣ ହରପାଳ ବୋଲି ଜଣାପଡ଼ିଡଛି ।
ସୂଚନାନୁସାରେ, ୩ ଜଣ ଗୋଟିଏ ବାଇକରେ ହରିଶଙ୍କର ଶିବ ଦର୍ଶନ କରିବାକୁ ବାହାରିଥିଲେ । ରାସ୍ତାରେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନା ଅଣାଯାଇଥିଲା । ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିବା ସହ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଛନ୍ତି ।