ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

କାରଗିଲ ବିଜୟ ଦିବସ: ବୀର ପୁଅଙ୍କୁ ଝୁରି ହେଉଛନ୍ତି ଭୋଗରାଇବାସୀ, ପ୍ରତିଶ୍ରୁତି ଭୁଲିଗଲେ ଜିଲ୍ଲା ପ୍ରଶାସନ

ଚନ୍ଦନେଶ୍ୱର,୨୬/୦୭: ଆଜି କାରଗିଲ ବିଜୟ ଦିବସ । କାରଗିଲ ବୀର ଯୋଦ୍ଧାଙ୍କୁ ସମସ୍ତେ ମନେ ପକାଇ ପ୍ରଶଂସା କରୁଛନ୍ତି । ଭୋଗରାଇର ବୀର ପୁଅଙ୍କୁ ସମସ୍ତେ ଝୁରି ହେଉଛନ୍ତି । ଯୁଦ୍ଧର ୨୫ ବର୍ଷ ପରେ ବି କାରଗିଲ ସହିଦ୍‌ଙ୍କ ପ୍ରତି ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ପୂରଣ ହୋଇପାରିନାହିଁ । ଏଭଳି ଜଣେ ଅମର ଯବାନ ବାଲେଶ୍ୱର ଜିଲ୍ଲା ଭୋଗରାଇର କୁଶୁଡ଼ା ପଂଚାୟତ ଅଧୀନ ସେହି ଗାଁର ବାପା ଶ୍ୟାମସୁନ୍ଦର  ଦାସ ଓ ମାଆ ଶାନ୍ତିଲତାଙ୍କ ବଡ଼ ପୁଅ ଗଙ୍ଗାରାମ ଦାସ ।   

୧୯୯୯ ମଇ ୩ ତାରିଖରୁ କାରଗିଲ ଯୁଦ୍ଧ ଆରମ୍ଭ  ହୋଇ ଜୁଲାଇ ୨୬  ତାରିଖରେ ଶେଷ  ହୋଇଥିଲା । ଦୀର୍ଘ  ୭୩ ଦିନର ଯୁଦ୍ଧ  ପରେ ଏହା ସମାପ୍ତ  ହୋଇଥିଲା । ଏଥିରେ  ଦେଶର ୫୨୭ଜଣ  ବୀର ସୈନ୍ୟ ସହିଦ ହୋଇଥିଲେ।  ଓଡ଼ିଶାର ୧୩ଜଣଙ୍କ ମଧ୍ୟରୁ ଭୋଗରାଇର ଗଙ୍ଗାରାମ ଦାସ ଅନ୍ୟତମ । ତାଙ୍କ ସ୍ମୃତି ପାଇଁ  ଏବେ ବି ପ୍ରତିମୂର୍ତ୍ତିଟିଏ ହୋଇପାରିଲା ନାହିଁ କି କୌଣସି ରାସ୍ତାକୁ ତାଙ୍କ  ନାମରେ ନାମିତ କରାଯାଇନାହିଁ । 

୧୯ ବର୍ଷ ବୟସରେ ଗଙ୍ଗାରାମ ଭାରତୀୟ ସେନା ବାହିନୀରେ  ମେକାନିକାଲ ଇଏମ୍‌ଇ ଭାବେ ଯୋଗଦାନ କରିଥିଲେ । ୧୬ ବର୍ଷର ଚାକିରି କାଳ ଭିତରେ ପଦୋନ୍ନତି ପାଇ ହାବିଲଦାର ହୋଇଥିଲେ । ଆଉ  ୯ ବର୍ଷ ପରେ ଚାକିରି ଜୀବନ ଶେଷ ହୋଇଥାନ୍ତା । ଅହମ୍ମଦାବାଦରେ  ତାଙ୍କ ଡ୍ୟୁଟି ଥିଲା । କାରଗିଲ ଯୁଦ୍ଧ ପାଇଁ ଡାକରା ପାଇ ସେ ସେଥିରେ  ସାମିଲ ହୋଇଥିଲେ । ମାତ୍ର ଶତ୍ରୁ ପକ୍ଷର ଆକ୍ରମଣରେ ୧୯୯୯ ଜୁଲାଇ  ୧୧ ତାରିଖରେ ସହିଦ ହୋଇଗଲେ । ଗଙ୍ଗାରାମଙ୍କ ମୃତ୍ୟୁ ପରେ ଉଭୟ  କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରୁ ସମସ୍ତ ପ୍ରକାର ସହାୟତା ମିଳିଲା । ତତ୍‌ସହିତ ସର୍ବସାଧାରଣ ସ୍ଥାନରେ ଏକ ପ୍ରତିମୂର୍ତ୍ତି ଓ ଏକ ରାସ୍ତାକୁ ତାଙ୍କ  ନାମରେ ନାମକରଣ କରିବା ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ ।  ମାତ୍ର ଜିଲ୍ଲା ପ୍ରଶାସନ ତାହା ଭୁଲି ଯାଇଛନ୍ତି । 

ସୂଚନା ଯୋଗ୍ୟ, ବାଲେଶ୍ୱର  ଜିଲ୍ଲାରେ କାଳିକା ପ୍ରସାଦ ଅତିରିକ୍ତ ଜିଲ୍ଲାପାଳ ଥିବାବେଳେ ସଦର ଥାନା  ନିକଟସ୍ଥ ରାସ୍ତା ପାଶ୍ୱର୍ରେ ଏହି ସହିଦ୍‌ଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଉଦ୍ୟମ  ଆରମ୍ଭ ହୋଇଥିଲା । ଏପରିକି କେନ୍ଦ୍ର ସରକାର ଏବଂ ଗଙ୍ଗାରାମଙ୍କ ବାପା  ଶ୍ୟାମସୁନ୍ଦର ଟଙ୍କା ମଧ୍ୟ ଖର୍ଚ୍ଚ କରି ଫାଉଣ୍ଡେସନ କାର୍ଯ୍ୟ ସରିଥିଲା । ମାତ୍ର  ରାସ୍ତା ପ୍ରଶସ୍ତୀକରଣ ଆଳରେ ତାହାକୁ ଭାଙ୍ଗି ଦିଆଗଲା । ସେବେଠୁ  ପ୍ରଶାସନ ତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବାରେ ସଫଳ ହୋଇପାରିନାହିଁ  ା ଗଙ୍ଗାରାମଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଜିଲ୍ଲା ପ୍ରଶାସନ  ପକ୍ଷରୁ ପଦକ୍ଷେପ ନେବାକୁ ଭୋଗରାଇବାସୀ ଦାବି ଉଠାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.