ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ରିଲାଏନ୍ସ ପକ୍ଷରୁ ମାତ୍ର ୧୦ ଟଙ୍କା ମୂଲ୍ୟରେ ସ୍ପୋର୍ଟସ୍ ପାନୀୟ 'ସ୍ପିନର୍'ର ଶୁଭାରମ୍ଭ

Published By : Prameya | February 10, 2025 7:50 PM

ମୁମ୍ବାଇ : ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ ଲିମିଟେଡ୍ (ଆରସିପିଏଲ) ଏକ ନୂତନ କ୍ରୀଡା ପାନୀୟ ‘ସ୍ପିନର’ ଶୁଭାରମ୍ଭ କରିଛି। ଏହି ସ୍ପୋର୍ଟସ୍ ପାନୀୟ ସ୍ପିନ୍ ଯାଦୁଗର ଏବଂ କ୍ରିକେଟର ମୁଥୟା ମୁରଲୀଧରନଙ୍କ ମିଳିତ ଭାବରେ ତିଆରି କରାଯାଇଛି। ବଜାରରେ ଉପଲବ୍ଧ ଥିବା ଅନ୍ୟ କ୍ରୀଡା ପାନୀୟ ତୁଳନାରେ 'ସ୍ପିନର'ର ମୂଲ୍ୟ ଯଥେଷ୍ଟ କମ୍ ରଖାଯାଇଛି । ‘ସ୍ପିନର’ ମାତ୍ର ୧୦ ଟଙ୍କାରେ କିଣା ଯାଇ ପାରିବ । ଆସନ୍ତା ୩ ବର୍ଷରେ କ୍ରୀଡା ପାନୀୟ ବଜାର ୧ ବିଲିୟନ ଡଲାରରେ ପହଞ୍ଚିବ ଏବଂ 'ସ୍ପିନର' ଏହି ବଜାରରେ ଏକ ପ୍ରମୁଖ ଭୂମିକା ନେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ବଜାରକୁ ପ୍ରବେଶ କରିବା ମାତ୍ରେ ସ୍ପୋର୍ଟସ୍ ପାନୀୟ 'ସ୍ପିନର୍' ଆଇପିଏଲ୍ ର ଅନେକ ଦଳ ସହ ସହଭାଗୀ ହୋଇଛି। ଏଥିମଧ୍ୟରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍, ସନରାଇଜର୍ସ ହାଇଦ୍ରାବାଦ, ପଞ୍ଜାବ କିଙ୍ଗ୍ସ, ଗୁଜୁରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଅନ୍ତର୍ଭୁକ୍ତ। ଆଶା କରାଯାଉଛି ଯେ ଏହି ସହଭାଗୀତା କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ‘ସ୍ପିନର’ର କ୍ରେଜ୍ ବଢାଇବ।

'ସ୍ପିନର' ର ସହ-ନିର୍ମାତା ତଥା କ୍ରିକେଟ୍ କିମ୍ବଦନ୍ତୀ ମୁଥୟା ମୁରଲୀଧରନ୍ କହିଛନ୍ତି, "ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ ସହିତ ଏହି ରୋମାଞ୍ଚକର ଉଦ୍ୟମର ଅଂଶ ହୋଇ ମୁଁ ଅତ୍ୟଧିକ ଆନନ୍ଦିତ। ଜଣେ ଆଥଲେଟ୍ ଭାବରେ ମୁଁ ଜାଣେ ଯେ ହାଇଡ୍ରେସନ୍ କେତେ ମହତ୍ତ୍ୱପୂର୍ଣ୍ଣ, ବିଶେଷକରି ଯେତେବେଳେ ଆପଣ ଚଳପ୍ରଚଳ କରୁଛନ୍ତି କିମ୍ବା ଖେଳୁଛନ୍ତି। 'ସ୍ପିନର' ଏକ ଅନନ୍ୟ ପାନୀୟ ଯାହା ପ୍ରତ୍ୟେକ ଭାରତୀୟଙ୍କୁ ହାଇଡ୍ରେଟ୍ ରହିବା ଏବଂ ସକ୍ରିୟ ରହିବାରେ ସହାୟକ ହେବ।

ରିଲାଏନ୍ସ କଞ୍ଜୁମର ପ୍ରଡକ୍ଟ ଲିମିଟେଡର ସିଓଓ କେତନ ମୋଦି କହିଛନ୍ତି, "ଆମେ ବିଶ୍ୱାସ କରୁ ଯେ ପ୍ରତ୍ୟେକ ଭାରତୀୟଙ୍କ ପାଖରେ ଗୁଣାତ୍ମକ ଉତ୍ପାଦ ସୁଲଭ ଭାବରେ ଉପଲବ୍ଧ ହେଉ। 'ସ୍ପିନର' ସହିତ ଆମେ ଏକ ସୁଲଭ ତଥା ପ୍ରଭାବଶାଳୀ ହାଇଡ୍ରେସନ ପାନୀୟ ସୃଷ୍ଟି କରିଛୁ , ଯାହା ଜଣେ ପେଶାଦାର ଆଥଲେଟ୍ ହୁଅନ୍ତୁ କିମ୍ବା ହାଇଡ୍ରେଟେଡ୍ ରହିବାକୁ ଚାଁହୁଥିବା ସାଧାରଣ ଲୋକ, ସମସ୍ତଙ୍କ ଆବଶ୍ୟକତା ପୂରଣ କରିବ। କ୍ରିକେଟ କିମ୍ବଦନ୍ତୀ ମୁଥୟା ମୁରଲୀଧରନ ଏବଂ ଆଇପିଏଲ ଦଳଗୁଡିକର ସହଭାଗିତାରେ ଏହି ଅଭିନବ ଉତ୍ପାଦର ବଜାର ପ୍ରବେଶ କରିଥିବାରୁ ଆମେ ବେଶ ଉତ୍ସାହିତ ଅଛୁ।"

ମାତ୍ର ୧୦ ଟଙ୍କା ମୂଲ୍ୟରେ ଉପଲବ୍ଧ 'ସ୍ପିନର୍' ସ୍ପୋର୍ଟସ୍ ପାନୀୟ ଲେମ୍ବୁ, କମଳା ଏବଂ ନାଇଟ୍ରୋ ବ୍ଲୁ ଭଳି ତିନୋଟି ସ୍ୱାଦରେ ଆସିଥାଏ। ହାଇଡ୍ରେସନ୍ ପାଇଁ ଏଥିରେ ଆବଶ୍ୟକ ଇଲେକ୍ଟ୍ରୋଲାଇଟ୍ ମିଶ୍ରିତ ହୋଇଛି। ଅତ୍ୟଧିକ ଝାଳ ବାହାରିବା ବେଳେ ଏହା ଶରୀରକୁ ହାଇଡ୍ରେଟ୍ କରିବାରେ ସାହାଯ୍ୟ କରିଥାଏ। 'ସ୍ପିନର'ର ଶୁଭାରମ୍ଭ ସହିତ ହାଇଡ୍ରେସନ୍ ପାଇଁ ଏକ ସୁଲଭ ତଥା ପ୍ରଭାବଶାଳୀ ସମାଧାନ ପ୍ରଦାନ କରିଥିବାରୁ ଗର୍ବିତ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.