ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଭୋଟ ​‌ଦେଲେ ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ-ଝିଅ: ​‌ସମ୍ବିଧାନ ସୁରକ୍ଷାକୁ ବଡ଼ ପ୍ରସଙ୍ଗ କହିଲେ ରେହାନ, ଜାଣନ୍ତୁ କ’ଣ କହିଲେ ମିରାୟା ?

ନୂଆଦିଲ୍ଲୀ,୨୫।୫:  ଶନିବାର ଲୋକସଭା ନିର୍ବାଚନ ଷଷ୍ଠ ପର୍ଯ୍ୟାୟ ଭୋଟିଂ ଚାଲିଛି। ୬ ରାଜ୍ୟ ଏବଂ ଦୁଇ କେନ୍ଦ୍ରଶାସିତ ଅଞ୍ଚଳର ୫୮ ଲୋକସଭା ଆସନରେ ହୋଇଛି ମତଦାନ। ରାଜଧାଦୀ ଦିଲ୍ଲୀର ସମସ୍ତ ୭ଟି ଆସନରେ ମଧ୍ୟ ଭୋଟିଂ ଜାରି ରହିଛି। ଦିଲ୍ଲୀର ଲୋଧି  ଏଷ୍ଟେଟ୍‌ ସ୍ଥିତ ଅଟଳ ଆଦର୍ଶ ସ୍କୁଲରେ ମତଦାନ କରିବାକୁ ପହଁଞ୍ଚିଥିବା କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ ରେହାନ ଭୋଟ ଦେବା ପରେ କହିଛନ୍ତି, ତାଙ୍କ ପାଇଁ ଦରଦାମ୍ ବୃଦ୍ଧ, ବେରୋଜଗାରୀ ଓ ସମ୍ବିଧାନର ପ୍ରସଙ୍ଗ ରହିଛି। 

ରେହାନ କହିଛନ୍ତି, ସାଧାରଣ ନିର୍ବାଚନରେ ପ୍ରଥମ ଥର ଭୋଟ ଦେଉଛି। ଗତଥର ନିଲ୍ଲୀ ଷ୍ଟେଟ୍ ଇଲେକ୍ସରେ ଭୋଟ ଦେଇଥିଲି। ମୁଁ ଲୋକଙ୍କୁ ଅପିଲ କରୁଛି ସେମାନେ ଭୋଟ ଦେବା ପାଇଁ ବାହାରନ୍ତୁ ଓ ଲୋକତନ୍ତ୍ରର ଉତ୍ସବରେ ସାମିଲ ହୁହନ୍ତୁ। ବିକାଶ ଓ ବେରୋଜଗାରୀକୁ ପ୍ରସଙ୍ଗ କହିବା ସହ ରେହାନ କହିଛନ୍ତି, ମୋ ପାଇଁ ବ୍ୟକ୍ତିଗତ ଭାବରେ ସମ୍ବିଧାନ ଏକ ବଡ ପ୍ରସଙ୍ଗ। ମୋତେ ଲାଗୁଛି ଏହା ଖୁବ୍ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ। ମୁଁ ସବୁ ଯୁବପୀଢିଙ୍କୁ ଆମ ସମ୍ବିଧାନକୁ ରକ୍ଷା କରିବା ଓ ସକାରତ୍ମକ ପରିବର୍ତ୍ତନ ଆଣିବାକୁ ଭୋଟ ଦେବାକୁ ଅପିଲ କରୁଛି।’

ସେଭଳି ରବର୍ଟ ଭଦ୍ରା ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଝିଅ ମିରାୟା କହିଛନ୍ତି, ମୁଁ କଲେଜରୁ କେବଳ ଭୋଟ ଦେବା ପାଇଁ ଏଠାକୁ ଆସିଛି। ସମସ୍ତଙ୍କୁ ବାହାରକୁ ଆସିବା ଦରକାର ଓ ଭୋଟ ଦେବା ଦରକାର।’

  • prameya
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.