ପ୍ରମୂଖ ଖବର
  • ସାରା ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ୧୦୦ ଦିନ ଭିତରେ ହେବ କାର୍ଯ୍ୟକାରୀ
  • ||
  • ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମା' ତାରିଣୀ ପୀଠ ପାଇଁ ୫୦ କୋଟିର ଅନୁଦାନ
  • ||
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ରବିବାର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ବିଏଡ୍‌ ପ୍ରବେଶିକା ପରୀକ୍ଷା, ୧୯ ହଜାର ୫୪୭ ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍

ଭୁବନେଶ୍ୱର,୧୬/୦୬: ଆଜି ଜାତୀୟ ଶିକ୍ଷକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ  (ଏନ୍‌ସିଇଆର୍‌ଟି) ଅନ୍ତର୍ଗତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ବିଏଡ୍‌, ଏମ୍‌ଏଡ୍‌,  ବିଏବିଏଡ୍‌, ବିଏସ୍‌ସିବିଇଡି, ଏମ୍‌ଏସ୍‌ସିଇଡି ନାମଲେଖା ପାଇଁ ପ୍ରବେଶିକା  ପରୀକ୍ଷା ଅନୁଷ୍ଠିତ ହେବ । ଦେଶର ୨୯ଟି ସହରରେ ୫୮ଟି କେନ୍ଦ୍ରରେ ସର୍ବଭାରତୀୟ  ଚୟନ ପରୀକ୍ଷା (ସିଇଇ-୨୦୨୪) ହେବ । ସକାଳ ୯ଟାରୁ ୧୧ଟା ଯାଏ ହେବାକୁ ଥିବା ପରୀକ୍ଷାରେ ମୋଟ୍‌ ୧୯ ହଜାର ୫୪୭ ପରୀକ୍ଷାର୍ଥୀ ରହିଛନ୍ତି । ଓଡ଼ିଶାରେ ମୋଟ ୫ଟି  ପରୀକ୍ଷା କେନ୍ଦ୍ର ହୋଇଛି । ଚଳିତବର୍ଷ ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଏହି  ପରୀକ୍ଷାକୁ ନୋଡାଲ୍‌ କେନ୍ଦ୍ର ଭାବେ ପରିଚାଳନା କରୁଛି । ଭୁବନେଶ୍ୱର, ଭୋପାଳ,  ଆଜମେର୍‌, ମୈସୂର ଓ ଶିଲିଂ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖା ହେବ । 

ସୂଚନାଯୋଗ୍ୟ, ମେ ୩୧ରେ ଆବେଦନ ସମୟ ସୀମା ସରିଥିବା ବେଳେ  ଛାତ୍ରଛାତ୍ରୀଙ୍କ ଅନୁରୋଧ କ୍ରମେ ଏହାକୁ ଜୁନ୍‌ ୭ ଯାଏ ବୃଦ୍ଧି କରାଯାଇଥିଲା ।  ଚଳିତ ବର୍ଷ ମୋଟ୍‌ ୧୯୪୫୭ ଜଣ ପିଲା ପରୀକ୍ଷା ଦେବେ । ଜୁଲାଇ ୫ରେ  ବିଏବିଏଡ୍‌, ବିଏସ୍‌ସିବିଇଡି, ଏମ୍‌ଏସ୍‌ସିଇଡି ପ୍ରବେଶିକା ଫଳ ପ୍ରକାଶ ପାଇବ ।  ସେହିପରି ୧୦ ତାରିଖରେ ବିଏଡ୍‌, ଏମ୍‌ଏଡ୍‌ ଫଳ ପ୍ରକାଶ ପାଇବ । ଓଡ଼ିଶାରେ  ନାମଲେଖା ପାଇଁ ପ୍ରାୟ ୩୫୦ ସିଟ୍‌ ରହିଛି । ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା  ପ୍ରତିଷ୍ଠାନ ଏହାକୁ ପରିଚାଳନା କରୁଛି ଏନେଇ ଅଧିକ ସୂଚନା ଏନ୍‌ସିଇଆର୍‌ଟି  ୱେବ୍‌ସାଇଟ୍‌ ଙ୍ଗଙ୍ଗଙ୍ଗ.ମରର.ଦ୍ଭମରକ୍ସଗ୍ଧ.ଶକ୍ଟଙ୍ଖ.ସଦ୍ଭରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.