ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ଉପରୁ ହଟିଲା କଟକଣା,ଏଣିକି କ୍ରେଡିଟ କାର୍ଡ ଜାରି କରିପାରିବ ବ୍ୟାଙ୍କ

Published By : Prameya | February 13, 2025 12:16 PM

ନୂଆଦିଲ୍ଲୀ,୧୩/୦୨: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ  (ଆର୍‌ବିଆଇ) କୋଟାକ ମହିନ୍ଦ୍ରା ବ୍ୟାଙ୍କ ଉପରେ ଲାଗିଥିବା  କଟକଣାକୁ ହଟାଇ ଦେଇଛି। ଗତ ବର୍ଷ ଏପ୍ରିଲ ୨୪ରେ ଆର୍‌ବିଆଇ  ଏହି ବ୍ୟାଙ୍କ ବିରୋଧରେ ନୂଆ କ୍ରେଡିଟ କାର୍ଡ ଜାରି କରିବା ଉପରେ  ନିଷେଧାଦେଶ ଜାରି କରିଥିଲା । ଏହା ସହ ଅନ୍‌ଲାଇନ ଏବଂ  ମୋବାଇଲ ବ୍ୟାଙ୍କିଙ୍ଗ୍‌ ଜରିଆରେ ନୂଆ ଗ୍ରାହକ ନ ଯୋଡିବାକୁ ମଧ୍ୟ  ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ବ୍ୟାଙ୍କ ପର୍ଯ୍ୟାପ୍ତ ଆଇଟି  ଭିତ୍ତିଭୂମି ନ ଥିବାରୁ ଚିନ୍ତାପ୍ରକଟ କରିଥିଲା ଆର୍‌ବିଆଇ । ତେବେ  ଏହି ସମସ୍ୟାକୁ ସମାଧାନ କରିବାରେ କୋଟାକ ମହିନ୍ଦ୍ରା ବ୍ୟାଙ୍କ  ଲଗାତାର ବିଫଳ ହେବା ଯୋଗୁ ଏଭଳି କାର୍ଯ୍ୟାନୁଷ୍ଠାନ ତ୍ୱରିତ ଭିତ୍ତିରେ  ଗ୍ରହଣ କରିଥିଲା କେନ୍ଦ୍ରୀୟ ବ୍ୟାଙ୍କ । ବ୍ୟାଙ୍କ ଆଇନ ୧୯୪୯ ଧାରା  ୩୫ଏ ଅଧିନରେ ଆର୍‌ବିଆଇ ନିଜ କ୍ଷମତା ବ୍ୟବହାର କରି ବ୍ୟାଙ୍କ  ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.