କଟକ,୧୦/୦୨: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜକୁ ଆଗୁଆ କବଜା କରିଛି ଭାରତ । ବାଟବାଟୀରେ ଖେଳାଯାଇଥିବା ଦ୍ବିତୀୟ ଦିବାରାତ୍ର ମ୍ୟାଚରେ ରୋହିତ ରୋମାଞ୍ଚ ଦେଖିବାକୁ ମିଳିଥିଲା । ବାରବାଟୀ ରୋହିତଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଥିଲା । ୯୦ ବଲରେ ବିସ୍ଫୋରକ ଶତକ ହାସଲ କରି ଫର୍ମ ଫେରି ପାଇଥିଲେ ହିଟମ୍ୟାନ୍ । ଏହାକୁ ନେଇ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କହିଛନ୍ତି ଆମେ ଜାଣିଥିରୁ ଏହା କେବଳ ଗୋଟିଏ ଇନିଂସର କଥା । ରୋହିତଙ୍କ ଶତକ ଦଳର ଆତ୍ମବିଶ୍ବାସ ବଢାଇଛି ସେ ଫର୍ମକୁ ଫେରିବା ଆମ ଦଳ ପାଇଁ ଭଲ ଲକ୍ଷଣ ।
ମ୍ୟାଚ ପରେ ମିଡିଆକୁ ପ୍ରତିକ୍ରିୟା ଦେଇ ରୋହିତଙ୍କ ଫର୍ମକୁ ନେଇ ଜାଡେଜା କହିଛନ୍ତି, ସମଗ୍ର ବିଶ୍ବ ତାଙ୍କୁ ସମାଲୋଚନା କରିପାରେ ହେଲେ ଆମ ଡ୍ରେସିଙ୍ଗ ରୁମରେ ସେପରି କିଛି ପରିସ୍ଥିତି ଦେଖିବାକୁ ମିଳେ ନାହିଁ । ସେ ଜଣେ ବହୁତ ଭଲ ଖେଳାଳି । ଆମେ ଜାଣିଥିଲୁ ଏହା କେବଳ ଗୋଟିଏ ଭଲ ଇନିଂସର କଥା ଥିଲା । ତାଙ୍କ ସଟ୍ ଏକଦମ ସ୍ମୁଥ ଥିଲା । ତାଙ୍କର ଦୃଢ ଆତ୍ମବିଶ୍ବାସ ଦେଖିବାକୁ ମିଳିଥିଲା ।
ଜାଡେଜା ଆହୁରି କହିଛନ୍ତି, ବଡ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ରୋହିତ ଫର୍ମକୁ ଫେରିବା ଆମ ଦଳ ପାଇଁ ଭଲ ଲକ୍ଷଣ । ତାଙ୍କ ସଟକୁ ଦେଖି ବିଲକୁଲ ଲାଗୁ ନଥିଲା ଯେ ସେ ଫର୍ମରେ ନଥିଲେ । ତାଙ୍କ ସଟ ଗୁଡିକ 'ପରଫେକ୍ଟ ମିଡଲିଂ' ହେଉଥିଲା । ଶୀର୍ଷ କ୍ରମ ବ୍ୟାଟରଙ୍କ ଠାରୁ ଆଉ ବା କେମିତିକା ଇନିଂସ ଆଶା କରିବା । ଚମ୍ପିଅନ୍ସ ଟ୍ରଫି ପୂର୍ବରୁ ରୋହିତ ଆମ ଦଳକୁ ଭରପୁର ଆତ୍ମବିଶ୍ବାସ ଦେଇଛନ୍ତି ।
ଅନ୍ୟପଟେ ନିଜ ପ୍ରଦର୍ଶନକୁ ନେଇ ଜାଡେଜା କହିଛନ୍ତି, ବିଶ୍ବକପ ପରେ ଦିନିକିଆ ସିରିଜକୁ ଫେରିବା ଓ ଚମ୍ପିଆନ୍ସ ଟ୍ରଫି ପାଇଁ ପ୍ରସ୍ତୁତି କରିବାକୁ ସୁଯୋଗ ଦେଇଛି ଏ ସିରିଜ । ଦଳର ଉଭୟ ବୋଲିଂ ଓ ବ୍ୟାଟଂ ଲାଇନ ଅଫ୍ ବେଶ୍ ମଜଭୂତ ରହିଛି ।
ଏହା ବି ପଢନ୍ତୁ...ବାରବାଟୀରେ ଜାଡେଜାଙ୍କୁ ସର୍ବାଧିକ ୱିକେଟ୍, ପଛରେ ପଡ଼ିଲେ ଭାରତୀୟ ବୋଲିଂ ଦିଗଜ୍ଜ
କହି ରଖୁଛୁ କି, ଭାରତ ଓ ଇଂଲଣ୍ଡ ମଧ୍ୟରେ ବାରବାଟୀରେ ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ନାଗପୁରରେ ଖେଳାଯାଇଥିବା ପ୍ରଥମ ଦିନିକିଆ ଜିତିଥିବା ଭାରତ ଦ୍ବିତୀୟ ମ୍ୟାଚ ଜିତି ୨-୦ରେ ଆଗୁଆ ଶୃଙ୍ଖଳା ଜିତିଛି । ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ୯୦ ବଲରେ ୧୧୯ରନ ଶତକୀୟ ପାଳି ଖେଳିଥିଲେ । ସେହିପରି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୩ ୱିକେଟ ହାସଲ କରିଥିବାବେଳେ ଅପରାଜିତ ୧୧ ରନ କରିଥିଲେ । ଆସନ୍ତା ୧୨ ତାରିଖରେ ତୃତୀୟ ତଥା ଅନ୍ତିମ ଦିନିକିଆ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ।