ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ରଥଖଳା ହାଲ୍‌ଚାଲ୍‌..ଚଉଦନାହାକା ବୁଲି ଟୁଙ୍ଗୁରା ହେଲା ଦ୍ୱିତୀୟ ଭୂଇଁ, ପାର୍ଶ୍ୱ ଦେବଦେବୀଙ୍କୁ ରଙ୍ଗ ଦେଲେ ଚିତ୍ରକର ସେବକ

ପୁରୀ,୨୪/୦୬: ରବିବାର ତିନି ରଥରେ ଚଉଦନାହାକା ବୁଲିବା ସହ ପ୍ରଥମ ଭୂଇଁ ଓ ଦ୍ୱିତୀୟ ଭୂଇଁ ଟୁଙ୍ଗୁରା ଯାଇଛି । ଚାରିନାହାକାର ଚତୁପାଶ୍ୱର୍ରେ ବୁଲିଛି ଚଉଦନାହାକା । ପ୍ରଥମେ ତିନି ରଥର ଦଣ୍ଡା ଉପରେ ଖଦିଓରା କାଠ (ନଡ଼ିଆ କାଠର  ଗଡ଼) ଖଞ୍ଜାଗଲା । ଖଦିଓରାରେ ହୋଇଥିବା ବିନ୍ଧରେ ଚଉଦନାହାକା ରଖାଗଲା । ପରେ ଛଅ କାଠ ଉପରେ ପ୍ରଥମ ଓ ଦ୍ୱିତୀୟ ଭୂଇଁ  ଉଠିଥିଲା । ରଥର ଚକରେ ଲୁହା ପ୍ଲେଟ୍‌ ଲାଗିଛି । ପହିରେ ନଟବୋଲ୍ଟ ଦେଇ ପ୍ଲେଟ୍‌ ଫିଟିଂ କରିଛନ୍ତି କମାର ସେବକ । ପହି ଯୋଡ଼େଇକୁ ମଜଭୁତ୍‌ କରିବାକୁ ଆଗିଆଣି ଚକରେ ଲାଗିଛି ପ୍ଲେଟ୍‌ । ରଥ  ଚାଳନା ସମୟରେ ବ୍ରେକ୍‌ ଯୋଗୁ ଆଗିଆଣି  ଚକରେ ଚାପ ପଡ଼େ । ଏଣୁ ଆଗରୁ ପ୍ଲେଟ୍‌ ଲଗାଯାଉଥିବା କହିଛନ୍ତି ନିର୍ମାଣକାରୀ । 

ପୂର୍ବରୁ ପ୍ରଥମ ଭୂଇଁର ଛଅ କାଠ  ରଥ ଉପରକୁ ଉଠିଥିଲା । ପରେ କଇଁଆ  ବାଡ଼େଇ ତାହାକୁ ସଳଖି ଦେଲେ ।  ଛଅ କାଠରେ ଥିବା ଅଙ୍କା ବଙ୍କା ଅଂଶ  ସୁଧୁରାଗଲା । ଚାରିନାହାକା ଓ ଛଅ କାଠକୁ  ଦୃଷ୍ଟିଦେଇ ବୁଲିଥିଲା ଚଉଦନାହାକା ।  ଚଉଦନାହାକାର ସାଲ ସବୁକୁ ଖଦିଓରାର ବିନ୍ଧରେ ଭୁଞ୍ଜାଗଲା । ଖଦି ଓରା ହେଉଛି  ନଡ଼ିଆ କାଠର ଗଡ଼ । ଗୋଟିଏ ଖଦି  ଓରାରେ ଦୁଇଟି ବିନ୍ଧ ହୋଇଥିଲା । ୧୪  ନାହାକାରୁ ୧୦ଟି ଖଦିଓରା  ଉପରେ ରହିଲା । ବାକି  ଚାରିଗୋଟିର ନାମ ହେଉଛି  ଚଢ଼େଇ । ଚଉଦନାହାକା ବୁଲିବା ପରେ  ପ୍ରଥମ ଭୂଇଁ ଟୁଙ୍ଗୁରା ଗଲା । ପ୍ରଥମ  ଭୂଇଁରେ ଚାରିଗୋଟି ଖମ୍ବୀ ପୋତାଯାଇ  ଦ୍ୱିତୀୟ ଭୂଇଁର ଛଅ କାଠ ଉଠିଲା ।  ଅପରାହ୍ଣରେ ଦ୍ୱିତୀୟ ଭୂଇଁ ମଧ୍ୟ ଉଠିଲା । 

ଭୋଇ ସେବକମାନେ ରଥ ଉପରକୁ  ଓଜନିଆ କାଠକୁ ବୋହି ନେବାର ଶୈଳୀ ଦେଖଣାହାରୀଙ୍କୁ ଅବାକ୍‌ କରୁଥିଲା । ଚିତ୍ରକରମାନେ ରଥ କାର୍ଯ୍ୟ ଆରମ୍ଭ କରିଛନ୍ତି । ରଥ ଚକରୁ ଆରମ୍ଭ ହୋଇଛି ରଥ  ରଙ୍ଗ କାର୍ଯ୍ୟ । ପାଶ୍ୱର୍ ଦେବଦେବୀଙ୍କୁ ନୂତନ ଭାବେ ଚିତ୍ର କରୁଛନ୍ତି ପାରମ୍ପରିକ ଚିତ୍ରକର  ସେବକ । ରୂପକାରଙ୍କ ନାଟଗୋଡ଼ରେ  ଖୋଦେଇ କାର୍ଯ୍ୟ ପ୍ରାୟ ଶେଷ । ବିଶ୍ୱକର୍ମାଙ୍କ  କାମକୁ ତାଳ ଦେଇ ଓଝା ସେବକମାନେ  ଲୁହା ସାମଗ୍ରୀ ତିଆରୁଛନ୍ତି ।  ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା  ବିଜୟ କୁମାର ମହାପାତ୍ର, ତାଳଧ୍ୱଜ  ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ  ମହାପାତ୍ର ଓ ଦେବୀ ରଥର ମୁଖ୍ୟ  ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ  ନିର୍ଦ୍ଦେଶ ଅନୁଯାଇ ପରସ୍ପର ଭିତରେ  ସମନ୍ୱୟ ରଖି ରଥ ନିର୍ମାଣ ଆଗଉଛି ।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.