ପ୍ରମୂଖ ଖବର
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ରଥଖଳା ହାଲ୍‌ଚାଲ୍‌...ପଡ଼ିଲା ଦ୍ୱିତୀୟ ଭୂଇଁ ଫ୍ରେମ୍‌, ଗୟଳ ଓ ଯୋକା କାମ ଶେଷ

ପୁରୀ,୨୧/୦୬: ନିଷ୍ଠାରେ ଚାଲିଛି ଠାକୁରଙ୍କ ରଥ ନିର୍ମାଣ । ଗୁରୁବାର ରଥତ୍ରୟର ଦ୍ୱିତୀୟ ଭୂଇଁର ଫ୍ରେମ୍‌ ପଡ଼ିଛି । ପୂର୍ବରୁ ପ୍ରସ୍ତୁତ କାଠ ସବୁକୁ ସଜାଇ ବିଶ୍ୱକର୍ମାମାନେ ଦ୍ୱିତୀୟ ଭୂଇଁର ଫ୍ରେମ୍‌ ଗଢିଛନ୍ତି । ଏଥିସହ ତିନି ରଥରେ ଗୟଳ ପଡ଼ିବା ଓ ଯୋକା ସ୍ଥାପନ କାର୍ଯ୍ୟ ଶେଷ ହୋଇଯାଇଛି । ଗୁରୁବାର କଞ୍ଚା କାଠ ରଥଖଳାକୁ ଯୋଗା ଯିବାରେ ଗାରେଡ଼ି ଓ  ଅଂଳା କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ରହିଛି । ଏପଟେ ରଥରେ ଛଅ କାଠ ଉଠାଇବାକୁ ବିଶ୍ୱର୍କମା ଓ ଭୋଇ ସେବକ ଅପେକ୍ଷା କରିଛନ୍ତି । କରତ କଳରୁ ଫାଳି ଆସିଲେ ଚଣାକ ବାଡ଼ିଆ ହୋଇ ରଥରେ ଛଅ କାଠ ଉଠିବ ।  

ପ୍ରଥମ ଭୂଇଁ ଭଳି ଦ୍ୱିତୀୟ ଭୂଇଁର ମୂଳଦୁଆ ରଥଖଳାରେ ପଡ଼ିଛି । ପ୍ରଥମେ ଚଉତା କାଠ ପଡ଼ିଥିଲା । ଖାପ ହୋଇ ୨ଗୋଟି କାଠ ଉପରେ ଆଉ୨ଟି  କାଠ ରହିଥିଲା । ତା’ପରେ ରହିଥିଲା  ୨ଟି ଓରାକାଠ । ଓରା କାଠ ଉପରେ  ଖଞ୍ଜାହେବ ୪ ଖମ୍ୱି । ଖମ୍ୱିରେ ଥିବା  ସାଲକୁ ଓରାର ବିନ୍ଧରେ ଭୁଞ୍ଜାଯିବ ।  ପୁଣି ସେହି ଖମ୍ୱି ଉପରେ ଥୁଆ  ହେବ ତୃତୀୟ ଭୂଇଁ । ଦ୍ୱିତୀୟ ଭୂଇଁ  ଭଳି ତୃତୀୟ ଭୂଇଁ ଉଠିବ । ଭୂଇଁରେ  ଥିବା କାଠମାନଙ୍କରେ ବିନ୍ଧ ହୋଇ  ପାଖୁଡା ଲାଗିବ । ଗୋଟିଏ ଭୂଇଁରେ  ୧୬ଟି ପାଖୁଡା ଲାଗିବ । ପାଖୁଡାଗୁଡ଼ିକ  ଦେହରେ ପଡ଼ିବ ମାଛପାତିଆ ।  ପ୍ରଥମ ଭୂଇଁ ଭଳି ଏହା ଖୋଲା  ଯାଇ ରଥରେ ଲାଗିବ । ଚାଳିକୁ  କଞ୍ଚା କାଠ ଯୋଗାଯିବାରେ ରଥର  ଗାରେଡ଼ି କାମ ଆରମ୍ଭ ହୋଇଛି ।  ପ୍ରତି ରଥରେ ୮ଟି ଲେଖାଏଁ ଗାରେଡ଼ି  ଲାଗିଥାଏ । ନାଟଗୋଡ଼ରେ ଗାରେଡ଼ି  ସଂଯୁକ୍ତ ହୁଏ । ଏସବୁ ଦୁଆରଘଡ଼ାର ଲାଗିବ । ପ୍ରତି ରଥରେ ଚାରିପାଶ୍ୱର୍  ଦୁଆରଘଡ଼ା ଲାଗିବ ।   

ରଥରେ ଗୟଳ ପଡ଼ିବା କାର୍ଯ୍ୟ  ଶେଷ ହୋଇଛି । ଏଥିସହ ତାଳଧ୍ୱଜ  ଓ ନନ୍ଦିଘୋଷ ରଥର ଯୋକା ସ୍ଥାପନ  ଶେଷ ହୋଇଛି । ପୂର୍ବରୁ ଦର୍ପଦଳନର  ଯୋକା ବୁଲି ସାରିଥିଲା । ଏଣୁ ତିନି  ରଥରେ ମୋଟ ୪୪ ଯୋକା ବୁଲିଗଲା ।  ଆଗକୁ ଛଅ କାଠ ଉଠାଇବାକୁ ଭୋଇ ସେବକମାନେ ଚଣାକ ପ୍ରସ୍ତୁତ କରିଛନ୍ତି । ଚଣାକରେ ବିନ୍ଧ ହୋଇଛି । ଚାରି  ନାହାକାରେ ଚଣାକ ବାଡି଼ଆ ହେବ ।  ପ୍ରତି ରଥରେ ୮ ଗୋଟି ଚଣାକ ବାଡ଼ିଆ  ହେବ । ଗୋଟିଏ ପାଶ୍ୱର୍ରେ ଦୁଇଟି କରି  ଲାଗିବ । ଏହା ଛଅ କାଠ ଉଠିବାର  ପୂର୍ବ ପ୍ରସ୍ତୁତି । ଦୋଳବେଦି ଶାଳରେ କମାର ସେବକମାନେ ପୋଟଳ  ପଡ଼ିବା ପାଇଁ ଗୋଡ଼ି ଛାଲ କଣ୍ଟା ଓ  ଅଗ ଭୂଇଁ ପାଇଁ ବିଡ଼ିଆ କଣ୍ଟା ପ୍ରସ୍ତୁତ  କରୁଛନ୍ତି । ରୂପକାର ସେବକ ରଥର ନାଟଗୋଡ଼ରେ ରାହୁ ରୂପ ଖୋଦେଇ  କରୁଛନ୍ତି । ଚିତ୍ରକରମାନେ କାର୍ଯ୍ୟରେ  ଯୋଗଦେବା ପୂର୍ବରୁ ପାଶ୍ୱର୍ ଦେବତାଙ୍କୁ  ପ୍ରସ୍ତୁତ କରାଯାଉଛି।

  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.